STORYMIRROR

SOUDAGAR BISWAL

Horror Inspirational

4  

SOUDAGAR BISWAL

Horror Inspirational

ପାପ

ପାପ

4 mins
247

ସେଦିନ ୨୦୦୫ ମସିହା ଅକ୍ଟୋବର ମାସର ପହିଲି ସକାଳ। ମହାନ୍ତି ବାବୁଙ୍କ ଘରେ ଖୁସିର ଲହରୀ। ଗାଁ ଦାଣ୍ଡରୁ ଘର ପର୍ଯ୍ୟନ୍ତ ଲମ୍ବିଥାଏ ସୁନ୍ଦର ଚିକିମିକି ଆଲୁଅର ମାଳା। ଦୂରରୁ ଶୁଣା ଯାଉଥାଏ ଢୋଲ, ମହୁରୀ ଝୁମୁକାର ସ୍ବର। ତାଙ୍କ ଝିଅ ମିତାଲିର ବାହାଘର।ବର ରାଜକୁମାର ଠାଣିରେ ପାଲିଙ୍କି ଚଢ଼ି ଆସି ଦ୍ବାର ଠାରୁ ଅଳ୍ପ ଦୂରରେ ପହଞ୍ଚି ସାରିଛି। ଆଉ କେତେ ଘଣ୍ଟା ବ୍ୟବଧାନ ପରେ ମିତାଲି ତାଙ୍କର ଶାଶୁ ଘରକୁ ଯିବ। ମହାନ୍ତି ବାବୁଙ୍କ ଆନନ୍ଦ ସାଗରର କୂଳ ଲଙ୍ଘନ କରୁଥିବା ଜୁଆର ପରି। ହଠାତ୍ ଶୁଣାଗଲା ଯୋର ଚିତ୍କାର।ମିତାଲିର ମାଆ ଆଖିରେ ଆଖିଏ ଲୁହ ନେଇ ଡାକ ଛାଡୁଛନ୍ତି ହେଇଟି ଶୁଣୁଛ, ଦୌଡ଼ି ଆସ ଦୌଡ଼ି ଆସ। ମହାନ୍ତି ବାବୁ ଦମୟନ୍ତୀର ଡ଼ାକ ଶୁଣି ଦୌଡ଼ି ଯାଇ ଯାହା ଦେଖିଲେ ହଠାତ୍ ତାଙ୍କ ପାଦ ତଳ ଭୂଇଁ ଦୁଇଭାଗ ହୋଇଗଲା। ଚାରିଆଡେ ଅନ୍ଧାର ହିଁ ଅନ୍ଧାର।ସତେ ଯେମିତି ତାଙ୍କ ଖୁସିରେ କାହାର ନଜର ଲାଗିଗଲା।ଏ କ'ଣ ଦେଖିଲେ ସେ ଆଖିକୁ ବିଶ୍ୱାସ ହେଉନଥିଲା। ତତକ୍ଷଣାତ୍ ଗଙ୍ଗା ଯମୁନାର ଦୁଇଟି ଧାରା ପ୍ରବାହିତ ତାଙ୍କ ନେତ୍ରରୁ।ଆଉ କେଇ ଘଣ୍ଟା ପରେ ଯିଏ ଶାଶୁଘରକୁ ଯାଇ ଦୁଇ କୁଳ ଉଦ୍ଧାର କରିଥାନ୍ତା ଘର ଭିତରେ ପଙ୍ଖାରେ ତା'ର ଜୀଅନ୍ତା ଶବ ଝୁଲୁଛି।“ଏ କ'ଣ ହୋଇଗଲା,କି କଲ ଠାକୁରେ”,କହି ନଥ କରି ବସି ପଡ଼ିଲେ ମହାନ୍ତି ବାବୁ। ଖବର ହାଟରେ ପଡ଼ି ଦାଣ୍ଡରେ ଗଡିବାକୁ ଲାଗିଲା। ପୋଲିସ ଆସିଲେ ମୃତ ଶରୀର ଜବତ କଲେ ଓ ସଙ୍ଗେ ସଙ୍ଗେ ପୋଷ୍ଟ ମର୍ଟମ ପାଇଁ ବଡ଼ିକୁ ପଠାଇ ଦେଲେ। କ୍ୟାପିଟାଲ ହସପିଟାଲର ଚିକିତ୍ସକ ମହାଶୟ ଶବ ବ୍ୟବଚ୍ଛେଦ ପରେ ଜାଣିବାକୁ ପାଇଲେ ମିତାଲି ତିନି ମାସର ପ୍ରେଗନାଂଟ। ରିପୋର୍ଟ ପ୍ରସ୍ତୁତ କରି ମହାନଗର ଥାନାକୁ ପଠାଇ ଦେଲେ।ଥାନା ଇନଚାର୍ଜ ଏହା ଦେଖି ଚମକି ପଡ଼ିଲେ। ମହାନ୍ତି ବାବୁଙ୍କୁ ଡ଼ାକି ଏ ବିଷୟରେ ଅବଗତ କରାଇବା ପାଇଁ ଉଚିତ ମନେ କଲେ। ଏହା ଶୁଣିବା ପରେ ମହାନ୍ତି ବାବୁ ଦୁଃଖରେ ଆହୁରି ଭାଙ୍ଗି ପଡ଼ିଲେ। ଘରକୁ ଫେରିବା ପରେ ଆଉ ତାଙ୍କ ପେଟରେ ଭୋକ ନଥାଏ କି ଆଖିକୁ ନିଦ। ସେଦିନ ଠିକ୍ ରାତି ବାରଟା ଘଣ୍ଟାରେ ବାଜି ଥାଏ। ହଠାତ୍ ତାଙ୍କୁ ପ୍ରତୀତ ହେଲା କେହି ଜଣେ ତାଙ୍କ ଅଗଣାରେ ଚାଲୁଛି। ତା'ର ପାଦର ପାଉଁଜି ଝମଝମ ସ୍ପଷ୍ଟ ଭାବରେ କର୍ଣ୍ଣପଟ ଭେଦ କରୁଛି। ହଠାତ୍ କବାଟ ଫିଟାଇ ମହାନ୍ତି ବାବୁ ବାହାରକୁ ଯାଇ ଦେଖିଲେ। କୌଣସି ଚିହ୍ନ ବର୍ଣ୍ଣ ଦେଖିବାକୁ ମିଳିଲା ନାହିଁ।ସେ ଫେରି ଆସିଲେ ପୁନଃରାୟ ନିଜର ଶୟନ କକ୍ଷକୁ।ତା ପର ଦିନ ରାତିରେ ଠିକ୍ ପୂର୍ବ ରାତି ପରି ମହାନ୍ତି ବାବୁ ଛାଇନିଦରେ ଶୋଇଥାନ୍ତି। କେହି ଜଣେ ଡ଼ାକିବାର ଶୁଣାଗଲା,ବାପା,ବାପା କ'ଣ ତମ ଝିଅ ଉପରେ ହେଇଥିବା ଅନ୍ୟାୟର ନିରବଦ୍ରଷ୍ଟା ତୁମେ,ବାପା ଏ ବାପା। ମହାନ୍ତି ବାବୁ ଫଟ କିନା ଉଠିପଡ଼ି ବସିଲେ। ଭୟରେ ତାଙ୍କ ଦେହ ଥରିବାକୁ ଲାଗିଲା। ହେଲେ ସେ କିଛି ସମୟ ପାଇଁ ଏହାକୁ ଭ୍ରମ ମନେକରି ପୁନର୍ବାର ଶୋଇବାକୁ ଚେଷ୍ଟା କଲେ। ଠିକ୍ ପାଞ୍ଚ ମିନିଟ୍ ପରେ ଦେହରେ ଘୋଡ଼ାଇ ହୋଇଥିବା ରେଜେଇ ପାଦ ଆଡୁ କେହି ଜଣେ ଟାଣିନେବା ପରି ଲାଗିଲା ମହାନ୍ତି ବାବୁଙ୍କୁ। ଭୟ ଥର ଥର ହୋଇ ଉଠି ଦେଖନ୍ତେ ସମ୍ମୁଖରେ ମିତାଲି।ଆଖି ଦୁଇଟି ଜଳୁଛି, ସୁନ୍ଦର ପାଟ ବସ୍ତ୍ରରେ ସଜ୍ଜିତା। ମଥାରେ ଟିପି ଟିପି ଚନ୍ଦନ। ହାତରେ କହୁଣୀ ପର୍ଯ୍ୟନ୍ତ ଚୁଡ଼ି। ଏସବୁ ଦେଖି ମହାନ୍ତି ବାବୁ ନିଜ ଝିଅକୁ କୋଳକୁ ଟାଣିନେବାକୁ ପ୍ରୟାସ କରନ୍ତେ ଝିଅକୁ ଛୁଇଁ ମଧ୍ୟ ପାରିଲେ ନାହିଁ।ଏ କ'ଣ ତାଙ୍କ ସହ ହେଉଛି।ସେ ନିଜ ଝିଅକୁ ଛୁଇଁ ପାରୁନାହାନ୍ତି କାହିଁକି, ମନକୁ ମନ ଅତର୍କିତ ପ୍ରଶ୍ନ କରିଚାଲିଲେ। ମିତାଲି କହିଲା ବାପା ଏ ବାପା ମୁଁ ତୁମର ଖରାପ ଝିଅ ନା? ତୁମ ମୁହଁରେ କାଳି ବୋଳି ଦେଲି ନା? କନ୍ୟା ଦାନ କରି ଯେଉଁ ପୁଣ୍ୟ ତୁମେ କମାଇ ଥାନ୍ତ,ସେଥିରୁ ତୁମକୁ ବଞ୍ଚିତ କଲି ନା? ହଁ ମୁଁ ତୁମର ସେଇ ଖରାପ୍ ଝିଅ। ମୋ'ର ଏ ଦୁନିଆରେ ବଞ୍ଚିବାର ଉଚିତ୍ ନଥିଲା।ମାଆ ରେ ତୁ ସେମିତି କହନି।କହ ତୁ ଏମିତି କାହିଁକି କଲୁ? ଏତେ ବଡ଼ ପଦକ୍ଷେପ ନେବା ଆଗରୁ ମତେ ଥରେ ଏ ବିଷୟରେ ଜଣାଇଲୁ ନି? ନା,କୋଉ ଝିଅ ବିବାହ ପୂର୍ବରୁ ମାଆ ହେବାକୁ ଯାଉଥିଲେ କେବେ କ'ଣ ଏ ପାପ କଥା ବାପା ଆଗରେ ପ୍ରକାଶ କରିପାରେ।ନା ବାପା ମୁଁ ଗୋଟିଏ କଳଙ୍କିତା। ବିବାହ ପୂର୍ବରୁ ମାଆ ହେବା କଥା ସାହି ପଡିଶା ଜାଣିଥିଲେ ଲୋକେ ତୁମକୁ ଛିଃ ଛାକର କରିଥାନ୍ତେ। ମୁଁ ଏହା ସହି ପାରି ନଥାନ୍ତି। ଏଣୁ ଏହି ବାଟ ହିଁ ବାଛି ନେଲି। ହେଲେ ମାଆ ତୁ ସିନା ତୋ ବାଟ ବାଛି ନେଲୁ।ଆଉ ମୋ ପାଇଁ ବାଟ ସବୁ ଅନ୍ଧାର କରିଗଲୁ।ତୁ କହିଲୁ ମୋ'ର ତୋ ଛଡ଼ା ଆଉ କିଏ ଥିଲା ଯେ। ମିତାଲି କହିଲା ବ୍ୟସ୍ତ ହୁଅନି ବାପା ଏ ଜନମ ନହେଲେ ନାହିଁ ଆର ଜନମରେ ତୁମ ଝିଅ ହୋଇ ପୁଣି ଆସିବି।ତା ପୂର୍ବରୁ ମୋ ସହ ହୋଇଥିବା ଅନ୍ୟାୟର ପ୍ରତିଶୋଧ ନେଇ ସାରେ ବାପା। ଏହା କହି ମିତାଲି ସେଠାରୁ ଚାଲିଗଲା। ସେଦିନ ଶନିବାର,ରାତିରେ ସଭିଏଁ ଖାଇ ପିଇ ଆରାମ କରୁଥାନ୍ତି। ମଦନ ନଶୋଇ ପ୍ରେମ ଆଳାପ କରୁଥାଏ ଫୋନ୍ ରେ। ମନସ୍ବିନୀ ସହ। ଏମିତି ତା'ର କେତେ ଯେ ପ୍ରେମିକା ଅଛନ୍ତି।ହଠାତ୍ ସେ ବସିଥିବା ଖଟଟା ପବନରେ ଉଡ଼ିବାକୁ ଲାଗିଲା। ମଦନ ଭୟରେ କିଏ କିଏ ବୋଲି ଚିଲ୍ଲେଇ ଉଠିଲା। ମିତାଲି କହିଲା, ମଦନ ତମେ ମତେ ଚିହ୍ନି ପାରୁନ।କାଲି ଯିଏ ତୁମ ଆପଣାର ଥିଲା,ମିତାଲି।ମିତାଲି,ତମେ, ତମେ ବଞ୍ଚିଛ। କ୍ଷମା କର ମତେ। ମୁଁ ଯାହା କରିଛି ଏମିତି ବଡ଼ ପାପ ହୁଏତ କେହି କରିନଥିବେ। ଏହା କହି ମଦନ ମିତାଲି ପାଦରେ ଲୋଟି ଗଲା।ନିଜ ଜୀବନର ଭିକ୍ଷା ମାଗିଲା। ହେଲେ ମିତାଲି ତା'ର କୌଣସି କଥା ଶୁଣି ନଥିଲା,କହିଲା ତୁମ ପରି ପୁରୁଷ ସମାଜରେ ରହିଲେ କେଜାଣି କେତେ ମିତାଲିଙ୍କୁ ପ୍ରାଣ ହାରିବାକୁ ପଡିବ। ଏହା କହି ମଦନର ତଣ୍ଟି ଚିପି ଧରିଲା।ମଦନ କାନ୍ଦି କାନ୍ଦି ମହାନ୍ତି ବାବୁଙ୍କୁ ସବୁ ସତ କହି କ୍ଷମା ପ୍ରାର୍ଥନା କରିବ ଓ ପୁଲିସ ପାଖରେ ଆତ୍ମ ସମର୍ପଣ କରିବାକୁ କଥା ଦେଉଛି ବୋଲି କହି ତାକୁ ଛାଡି ଦେବା ପାଇଁ କାକୁସ୍ଥ ହେଲା।ମିତାଲି ତାକୁ ଛାଡି ଦେଲା। ମଦନ ଭୟରେ ସଙ୍ଗେ ସଙ୍ଗେ ମହାନ୍ତି ବାବୁଙ୍କ ଘରକୁ ଯାଇ ମହାନ୍ତି ବାବୁଙ୍କ ପାଦ ତଳେ କଦଳୀ ଗଛ ଭାଙ୍ଗି ପଡିଲା ଗଲା ପରି ପଡ଼ିଗଲା।ସବୁ ସତ ଓଗାଳି କ୍ଷମା ପ୍ରାର୍ଥନା କଲା ଓ ଆତ୍ମସମର୍ପଣ କରିବା ପାଇଁ ମଧ୍ୟ ଜଣାଇଲା। ମିତାଲିର ଆତ୍ମା ଏହା ଶୁଣି ସନ୍ତୋଷ ଲାଭ କଲା ଓ ନିଜର ଭୂଲ ପାଇଁ ବାପାଙ୍କ ସମ୍ମୁଖରେ କ୍ଷମା ମାଗିଲା। ବିବାହ ପୂର୍ବରୁ ଗର୍ଭ ଧାରଣ ନିହାତି ଅକ୍ଷମଣୀୟ ପାପ। ହେଲେ ଏଥିପାଇଁ କେବଳ ନାରୀ ନୁହେଁ ଅନେକାଂଶରେ ପୁରୁଷ ମଧ୍ୟ ସେତିକି ଅପରାଧର ଭାଗୀ।  


ମେସେଜ::

ବିବାହ ପୂର୍ବରୁ ଏ ପାପ ସମ୍ପର୍କ ଗଢିବାରେ କେତେ ଜୀବନ ଦୈନିକ ନଷ୍ଟ ହେଉଛି ତାହା ଯୁବ ସମାଜ ବୁଝି ମଧ୍ୟ ଅବୁଝା।ଏଥିରୁ ନିବୃତ ରହିବା ସମାଜ କଲ୍ୟାରେ ସହାୟ ହେବା


Rate this content
Log in

More oriya story from SOUDAGAR BISWAL

Similar oriya story from Horror