STORYMIRROR

Rupesh Sonu

Tragedy

3  

Rupesh Sonu

Tragedy

ନୂଆବର୍ଷର ଖୁସି

ନୂଆବର୍ଷର ଖୁସି

1 min
14.8K


ନୂଆ ବର୍ଷରେ ନୂଆ ସ୍ମୃତି ସାଉଁଟିବା ଲାଗି ଢେର ସାରା ପ୍ରସ୍ତୁତି। କେକ୍ ଅଛି, ଭୋଜି ବି ଅଛି ,ଟୋକାଙ୍କ ପାଇଁ ନାଲି ପାଣି ବ୍ୟବସ୍ଥା ବି ଅଛି। ସବୁ କେକ୍ କାଟି ନାଚ ଗୀତରେ ମସଗୁଲ। କିନ୍ତୁ ସେ! ଶୀତର ଉତ୍ପାତରେ ଅସ୍ତବ୍ୟସ୍ତ ଚିରା ଖଣ୍ଡିଆ ପିନ୍ଧି ବସିଥିଲା ଏକ କୋଣରେ। ତା ଆଖି ଅନେକ ଦିନ ଭୋକରେ ଥିବାର ଆଭାସ ଦେଉଥିଲା। ହୁଏତ ସେ ଅପେକ୍ଷା କରିଥିଲା ନୈଶ୍ୟ ଭୋଜିଟା ସରିବା ପରେ ଯାହା ବଳିବ ତାକୁ ସେଥିରୁ କିଛି ମିଳିବ। ମନେ ମନେ ଥରେ ଦିଥର ଖୁସି ବି ହେଇଥିବ। ଭୋଜି ସରିବା ବେଳକୁ ସେ ଥିଲା କୁକୁର ମାନଙ୍କ ଗହଣରେ, ବେଶ, ଖୁସି ଜଣା ପଡୁଥିଲା।

 ରୂପେଶ ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy