Susanta Nanda

Tragedy

5.0  

Susanta Nanda

Tragedy

ମୃତ୍ୟୁର ଅପମୃତ୍ୟୁ

ମୃତ୍ୟୁର ଅପମୃତ୍ୟୁ

2 mins
273


ସପନାର ଶବଟା ମେଡିକାଲ ବାରଣ୍ଡାରେ ପଡିରହିଥିଲା । ଛୁଆ ଦି'ଟା ଅନବରତ ଆଖିରୁ ପାଣି ଗଡାଇ ଚାଲିଥିଲେ । କିନ୍ତୁ ସୁରେଇ ଆଖିର ଲୁହ ସବୁ ଶୁଖି ଯାଇଥିଲା ସେତବେଳକୁ । ସତେ ଯେମିତି ଚାରି ଦିଗ ଅନ୍ଧାର ହୋଇଯାଇଥିଲା ତା' ପାଇଁ । ଛୁଆ ଦିଇଟାଙ୍କ ବିକଳ ମୁହଁ କେବଳ ନାଚି ଉଠୁଥିଲା ତା ଆଗରେ । ଅଦିନରେ ସପନାଟା ହାତଛାଡି ଚାଲିଯଅଇଥିଲା ସେମାନଙ୍କୁ । 

କନେଷ୍ଟବଳ ଦି'ଟା ସପନାର ଶବଟାକୁ ଜଗି ବସିଥିଲେ । ଥାନାବାବୁ ଆସିଲେ ଶବ ଉଠିବ । ପୋଷ୍ଟମର୍ଟମ ହେବ । କିନ୍ତୁ ଏହା ଭିତରେ ଅଂଚଳର ପରାଜିତ ସରପଞ୍ଚଚ ପ୍ରାର୍ଥି ତଥା ଖଣ୍ଡମଣ୍ଡଳର ଜଣାଶୁଣା ରାଜନେତା ରାଘବ ବାବୁ ଘଟଣା ସ୍ଥଳରେ ପହଁଚି ସାରିଥିଲେ । ସାଥିରେ ଥିଲେ କିଛି ଚାମଚା ଆଉ କର୍ମୀ । ଆଗକୁ ନିର୍ବାଚନୀ ରୁତୁ । ଏଇଟି ତାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଘଟଣାର ସମ୍ପୁର୍ଣ୍ଣ ଫାଇଦା ନେବା ଆରମ୍ଭ କରିଦେଇଥିଲେ ସେ । ସପନାର ମରିବାକୁ ନେଇ ଛୋଟ ଏକ ଆନ୍ଦୋଳନ ଆରମ୍ଭ ହୋଇସାରିଥିଲା ଏହା ଭିତରେ । ସପନାଟା କୁଆଡେ ଚାରିଖଣ୍ଡ ଗାଁରେ ଭଲ ଚାଷୀଟାଏ ଥିଲା । ଚାଷ ପାଇଁ ଆଣିଥିବା ରୁଣ ଟଙ୍କାଟାକୁ ସୁଝି ପାରିଲାନି ସେ । ଆଜି ଶେଷରେ ହତାସ ହୋଇ ଚାଷ ଜମିରେ କିଟାଣୁ ମାରିବାକୁ ଆଣିଥିବା ବିଷରେ ନିଜକୁ ଶେଷ କରିଦେଲା । ସପନାର ମୃତ୍ୟୁଟାକୁ ଆଉ ଏକ ଅପମୃତ୍ୟୁ ଚାଷୀ ଆତ୍ମହତ୍ଯାର ରୂପ ମିଳି ସାରିଥିଲା ସେତବେଳକୁ ।

ପ୍ରକୃତ ସତଟାକୁ ଏହା ଭିତରେ ମନତଳେ ଚାପିଦେବାକୁ ଆରମ୍ଭ କରିଥିଲା ସୁରେଇ । ଚାଷକାମ ପାଇଁ ଆଣିଥିବା ବ୍ୟାଙ୍କର ଋଣ ଟଙ୍କା ସବୁକୁ ଉଚିତ୍ କାମରେ ନଲଗାଇ ସପନାଟା ମଦ ମାଉଁସରେ ଉଡେଇବାରେ ଲାଗିଥିଲା । ମଦ ପିଇବାକୁ ନେଇ ନିତିଦିନ ଘରେ ସୃଷ୍ଟି ହେଉଥିଲା ମହାଭାରତ । ଅନେକ ରାଣ ନିୟମ ସହିତ ପିଲା ଦିଇଟାଙ୍କ ମୁଣ୍ଡ ଛୁଆଁଇ ଶପଥ କଲାପରେ ବି ଟିକିଏ ବଦଳି ନଥିଲା ସପନା । ସବୁଦିନ ପରି ସେଦିନ ବି ଘରେ ସୃଷ୍ଟି ହୋଇଯାଇଥିଲା ମହାଭାରତ । ହେଲେ ସୁରେଇ ଜାଣିପାରି ନଥିଲା ସେଇଟା ଥିଲା ମହାଭାରତର ଶେଷ ଅଙ୍କ ବୋଲି । ନିଜର ସ୍ବାମୀପଣିଆ ଜାହିର କରିବାକୁ ଯାଇ ସୁରେଉ ଉପରେ ଅତ୍ୟାଚାର କରି ସେଦିନ ଘରୁ ବାହାରି ଯାଇଥିଲା ସପନା । ହେଲେ ଆଉ ଫେରି ନଥିଲା ସେ । ଆଜି ସକାଳୁ ବାରି ଆମ୍ବଗଛ ମୂଳେ ବିଷପିଇ ପଡିରହିଥିଲା ସେ । ସାଇ ପଡିଶା ଡକାଡକି କରି ଶେଷରେ ମେଡିକାଲ ଆଣିଥିଲା ସୁରେଇ । ହେଲା ସେତେବେଳକୁ ସପାନା ଦେହରେ ପ୍ରାଣଟା ନଥିଲା ଆଉ ।

ପିଲା ଦି'ଟାଙ୍କ ନିରିହ ମୁହଁ ଦିଟାକୁ ଚାହିଁଲା ସୁରେଇ । ହୁଏତ ତା ପାଇଁ ଏଇଟି ଶେଷ ଆଉ ଏକମାତ୍ର ସମାଧାନର ରାସ୍ତା । ପିଲା ଦିଟାଙ୍କ ମୁହଁରେ ଆହାର ଦିମୁଠା ଦେଇ ବଂଚେଇ ରଖିବାକୁ ଜାଣିଜାଣି ସ୍ବାମୀର ସତ ମୃତ୍ୟୁକୁ ମିଛର ନାଁ ଦେବାରେ ବାଧ୍ୟ ହେଉଥିଲା ସେ । ସପନାର ଶବ ସହିତ ଶେଷରେ ନିଜକୁ ଧାରଣାତେ ସାମିଲ କରିସାରିଥିଲା ସୁରେଇ । ଆଉ ଏକ ଚାଷୀ ଆତ୍ମହତ୍ୟା ସ୍ବରୂପ କିଛି ସମୟ ପୂର୍ବର ଛୋଟ ଆନ୍ଦୋଳନଟି ବିରାଟ ରୂପ ନେବା ଆରମ୍ଭ କରିଦେଇଥିଲା । ମେଡିଆ ସହିତ ବିରୋଧିଦଳଙ୍କ ଚାପରେ ସୁରେଇ ଉଦ୍ଦେଶ୍ୟରେ ସହାୟକ ରାଶି ସରକାର ଘୋଷଣା କରିସାରିଥିଲେ ଏହାଭିତରେ ।


Rate this content
Log in

Similar oriya story from Tragedy