ଓଡ଼ିଆ ଗଳ୍ପ ଓ କବିତା - ୨

Tragedy

2  

ଓଡ଼ିଆ ଗଳ୍ପ ଓ କବିତା - ୨

Tragedy

ଲକ୍ଷ୍ମୀ

ଲକ୍ଷ୍ମୀ

1 min
7.3K


ତିନିଟା ଝିଅ ଥିଲା |ଏଥର ପୁଅଟିଏ ହେବ ବୋଲି କେତେ ଆସା କରିଥିଲା ଚୁମୁକି | କେତେ ଦିଅଁ କେତେ ଓଷା ଉପବାସ କରିଥିଲା ସେ |

ନିଜ ପାଇଁ ନହେଲେ ବି ମସାଣିରେ ଗୋଟେ ପାଦ ଦେଇସାରିଥିବା ଶାଶୁଙ୍କ ପାଇଁ | ବୁଢୀ କେତେ ଆଶା କରି ରହିଛି ନାତି ମୁଁହ ଦେଖିଲେ ଯାଇ ମସାଣିକୁ ଜିବ | ଚୁମୁକି ବି ଚାହୁଁଛି ଏଥର ପୁଅଟିଏ ହଉ | ତିନି ତିନିଟା ଝିଅଙ୍କୁ ପାଠ ପଢେଇ ମଣିଷ କରିବା କାଠିକର ପାଠ | ସେ ନିଜେ ଝିଅ ହେଲେ ବି କଣ କରିବ ? କିନ୍ତୁ ହେଲା ବିପରୀତ | ଏଥର ବି ପୁଣି ଗୋଟେ ଝିଅ | ଡ଼ାକ୍ତରଣୀ କହିଲେ ଲକ୍ଷ୍ମୀ ଆସିଛି | ଚୁମୁକି ଭାବୁଥିଲା ଏତେ ଲକ୍ଷ୍ମୀ ନେଇ କଣ ଯେ କରିବ ? ମନେ ପଡିଯାଉଥିଲା ଶାଶୁଙ୍କର ତାଗିଦ , ଏଥର ଝିଅ ହେଲେ ବାଟରେ ତ ତଣ୍ଟି ଚିପି ଦେଇ କେଉଁ ମସାଣିରେ ପକେଇଦବୁ | ଚୁମୁକି ଘରକୁ ଫେରିଲା କୋଳ ଶୂନ୍ୟ କରି | ଶାଶୁ ଆବାକାବା |

- କଣ ହେଲା ?

- ଝିଅ |

- କାହିଁ ?

- ମାରି ଫୋପାଡିଦେଲି |

ଥମକରି ବସିପଡିଲେ ଶାଶୁ | କିଛି ସମୟ ପରେ | ଆଲକ୍ଷଣୀ , ପୋଡାମୁହିଁ ତୁ ଏ କଣ କଲୁ ? ତୋ ହାତ ଗଲା କିପରି ?

ମୁଁ କହିଲି ବୋଲି ତୁ ମାରିଦେଲୁ ? ତୋ ହାତ ଗଲା କିପରି ? ତୁ ଜନ୍ମ ହେଲାବେଳେ ତୋ ମା ତୋ ବେକରେ କାହିଁ ଠିଆ ହୋଇନଥିଲା ? ଚୁମୁକିର ଆଖିକୁ ଲୁହକୁ ପୋଛୁଥିଲା ଏବଂ ପ୍ରସ୍ତୁତ ହେଉଥିଲା ନିଜ ଭଉଣୀ ଘରେ ଛାଡିଥିବା ଚତୁର୍ଥ କନ୍ୟା ରୂପୀ ଲକ୍ଷ୍ମୀକୁ ଆଣିବା ପାଇଁ |


Rate this content
Log in