କରୋନା
କରୋନା


ହଉ ପଛେ ମାୟା, କେତେ ଆଶା ବିଶ୍ୱାସ, ଆବେଗ ମୋହ ରେ ଭରା ଆମ ଓଡିଶା ମାଟିର ଗାଁ, ସହର ଓ ପ୍ରତ୍ୟକ ପରିବାର. ସମୟ ଟିକେ ମିଳେନା ସୁଖ ଦୁଃଖ ବାଣ୍ଟିବାକୁ, ଏକାଠି ବସି ଖାଇବାକୁ, ମନ କଥା ଆଦାନ ପ୍ରଦାନ କରିବାକୁ. କେତେ କଷ୍ଟରେ ବାପା ମା ପାଇଛନ୍ତି ପୁଅ ଟିଏ, ଝିଅଟିଏ, ହେଲେ କେହି କାହାକୁ ଦେଖୁନି, ଆଜି କରୋନା ଆଣିଦେଇଛି ସେଇ ଟିକେ ମୁହୁର୍ତ୍ତ, ପାଖରେ ପୁଅ ଝିଅ ପାଇ ଧନ୍ୟ ହେଇଯିବାକୁ, ଏକାଠି ବସି ଆଲୋଚନା ପର୍ଯ୍ୟାଲୋଚନା କରିବାକୁ.
କରୋନା ବି ଆଣିଦେଇଛି ଏକତା, ବଢ଼ାଇଦେଇଛି ଭାଇଚାରା, ସନ୍ତୁଳିତ ମନ ଓ ବିବେକ, ଭୁଲ ନକରିବାକୁ ନିଷ୍ପତ୍ତି, ଦୟା କ୍ଷମା ଗୁଣ, ସହଭାଗିତା ଓ ବିଶ୍ୱାସ ର ମୁହୁର୍ତ୍ତ ସବୁକୁ କରୋନା ହିଁ ଆଣିଦେଇଛି ଜାଗୃତି, ସଂହତି ଓ ଉପାସନା, ପ୍ରଣାମ ମାଧ୍ୟ୍ୟମରେ. ଘରେ ଘରେ ଦୀପ ଟିଏ ଜଳୁଛି ବିଶ୍ୱାସରେ ନିଶ୍ୱାସ ନେବାପାଇଁ, ବଢିଛି ଡର, କାଳେ କଣ, କିଏ କହିବ କେତେବେଳେ କଣ?
ଘରେ ଘରେ ପୁଅ ମାନେ ଜାଗ୍ରତ, ଅତ୍ୟାବଶକୀୟ ସାମଗ୍ରୀ ସକ୍ଷମତା ଅନୁଯାଇ ଆଣିବାକୁ ଯାଇ ବି ପୋଲିସ ର ଲାଠି ଖାଇବାକୁ ପଡୁଛି, ଓଡିଶା ର ତିନି ନମ୍ବର କରୋନା ଭାଇରସ ପେସେଣ୍ଟ କୁ ବି ଛି ଛାକର କରାଯିବାର ଅର୍ଥାତ ତାଙ୍କର ଖାମଖିଆଲି ମନବୃତ୍ତି ଯୋଗୁଁ, କରୋନା ବଢିବା ଆଶଙ୍କା ରୁ କ୍ଷାନ୍ତ ହେଇପାରୁନି ରାଜ୍ୟ, ଏମିତି ସବୁ ପରିସ୍ଥିତି ଭିତରେ ବି ମୁଁ ଭାବୁଥିଲି ଆମ ଦେଶ ଜଗନ୍ନାଥଙ୍କ ଦେଶ, ଯିଏ ନଜାଣି ଭୁଲ କରିଛି ତାକୁ କ୍ଷମା କରାଯାଉ, ପ୍ରଭୁ, ଆମେ ଓଡ଼ିଆ କେମିତି ଆମ ନିଜ ଲୋକକୁ ଆଡେଇ ହୋଇ ରହିବୁ, ଏକାଠି ପଖାଳ ଗଣ୍ଡାଏ ମିଶିକି ଖାଇବାର ଯୋଉ ନିଆରା ଅନୁଭୂତି...
ବିଦେଶ ର ଏକତିରିଶି ତମ ମହିଳା ପେସେଣ୍ଟ ଚର୍ଚ୍ଚ ଯାଇ ଯେଉଁଭଳି କରୋନା ସଂକ୍ରମଣ କୁ ବଢ଼ାଇ ଦେବାରେ ସହାୟକ ହୋଇଥିଲେ ଆମ ରାଜ୍ୟର ତିନି ନମ୍ବର ପେସେଣ୍ଟ ମଧ୍ୟ ସେହିଭଳି କରିପାରିଥାନ୍ତି ର ଭୟ ଆବେଗ ରେ ସମେସ୍ତେ ମର୍ମାହତ ତ ସେଦିନ ରାତିରେ ତଣ୍ଟି ଦରଜ ଲାଗୁଛି କହୁଥିବା ରମାକାନ୍ତ ବାବୁଙ୍କ ପୁଅ ଯେ କରୋନା ଆକ୍ରାନ୍ତ ଭାଵି ଅନ୍ୟଙ୍କୁ ସଂକ୍ରମିତ ନ କରିବାକୁ ଦେଇ ବିଷ ପି ଦେବ, ଏକଥା ବିଶ୍ୱାସ ନହେଲେ ବି ସତ୍ୟ ଥିଲା
ଘରକୁ ଘର, ସାହିରୁ ସାହି ସାରା ରାଜ୍ୟରେ ଏ ଖବର ପହଂଚିଗଲା, କେବଳ ରମାକାନ୍ତ ବାବୁଙ୍କ ଘରେ ନୁହେଁ ସାରା ରାଇଜ ଦୁଃଖରେ ଭାଙ୍ଗି ପଡିଲେ, ପ୍ରତ୍ୟକ ପରିବାର ରେ ହଇଚଇ ସୃଷ୍ଟି ହେଇଗଲା ପ୍ରତ୍ୟକ କହୁଥିଲେ ଏତେବଡ ନିଷ୍ପତ୍ତି ନେଇ ଜୀବନ ହାରିବାକୁ ବସିଥିବା ପୁଅ ଶୁରେଶ କେମିତି ବୁଝିବାକୁ ଚେଷ୍ଟା କଲାନି ତା ମୃତ୍ୟୁ ରେ ବୁଢା ବାପା ମାଆ ତଥା ନବବିବାହିତ ସ୍ତ୍ରୀ ର ଅବସ୍ଥା କଣ ହେବ, ହଉ ପଛେ କରୋନା ଆକ୍ରାନ୍ତ, ସାମୟିକ ଭାବେ ଚଉଦ ଦିନର ସଂଗରୋଧରେ ଭଲ ହେଇଯାଇଥାନ୍ତା!
ହେଲେ ସେ କରୋନା ଆକ୍ରାନ୍ତ ନଥିଲା, ଡାକ୍ତର ମାନେ ଅକ୍ଲାନ୍ତ ଉଦ୍ୟମ କରି ଚାଲିଥିଲେ ତାକୁ ବାଞ୍ଛାଇବା ପାଇଁ, ଘରେ ଘରେ ଦୀପଜାଳି ତା ଆରୋଗ୍ୟ କାମନା କରୁଥିଲେ ସମେସ୍ତେ, ସେଦିନ ଧଇଁ ସଇଁ ହୋଇ ପୁଅ ମୋର ଘରେ ପହଁଚିଲା ତ ତାକୁ ଧରି କାନ୍ଦି କାନ୍ଦି ମୁଁ କହୁଥିଲି ଏମିତି ଭାବନା ସବୁ ଆଣିବନି ଧନ ମନକୁ, ସେଇ ଯିଏ ଜନ୍ମ ଦେଇଛନ୍ତି, ସେ ବୁଝିବେ, ତମେ ନିଜ ଜୀବନ ନେବାକୁ କିଏ, କହି କହି ଭୋଭୋ ରଡି ପକାଉଥିଲି ମୁଁ ତ, ପୁଅ ମୋର କହୁଥିଲା ଟିଭି ଦେଖିନୁକି ଶୁରେଶ ବଂଚିଗଲା ପରା, ହେଲେ ହିରୋ ହେଇଗଲା, ଆଖି ଖୋଲିଦେଲା, ଖୁସି ରେ ମୋ ପୁଅକୁ ଆଉଁସି ମୁଁ ଖାଲି କହୁଥିଲି ସେ କରୋନା କଣ କମ କି,,,,,,,.