STORYMIRROR

Manaswini Singh

Tragedy Others

2  

Manaswini Singh

Tragedy Others

ଦୁର୍ଘଟଣା

ଦୁର୍ଘଟଣା

1 min
135

 ସମସ୍ତେ ସେଦିନ ରାଜୀବ କୁ ହିଁ ଭୁଲ ବୁଝିଥିଲେ।କେତେ କଣ ଟାହି ଟାପରା କରି କହିଥିଲେ।କିନ୍ତୁ ପ୍ରକୃତ ସତଟି ଯେତେବେଳେ ମିଲି କହିଥିଲା ସମସ୍ତଙ୍କ ମୁହଁ ଲଜ୍ଜାରେ ତଳକୁ ହୋଇଗଲା।

 ମିଲି ଓ ରାଜୀବ ର ବିବାହ 2 ବର୍ଷ ତଳେ ହୋଇଥିଲା। ରାଜୀବ ପୁଣେ ରେ ଏକ ସଫ୍ଟଓୟାର କମ୍ପାନୀରେ କାମ କରେ।ବିବାହର ପ୍ରଥମ ବର୍ଷଟି ଅତି ଖୁସିରେ କଟିଥିଲା।ପରେ ପରେ ରାଜୀବର ବ୍ୟବହାର ମିଲି ପ୍ରତି ଭଲ ନ ଥିଲା।ପ୍ରତିଦିନ ରାତିରେ ରାଜୀବ ମଦ୍ୟପାନ କରି ଆସେ । ମିଲି କିଛି ବି କହିଲେ ତା ଉପରେ ଅକଥନୀୟ ଅତ୍ୟାଚାର କରେ।ମିଲି ପ୍ରଥମେ ପ୍ରଥମେ ସବୁ ସହି ଯାଉଥିଲା କିନ୍ତୁ ଅସହ୍ୟ ହେବାରୁ ସେ ଘରେ ନିଜ ବାପା ଓ ମାଙ୍କୁ ଜଣାଇଥିଲା।

  Icu ରେ ହୋସ ଆସିଲା ପରେ ମିଲି ପୋଲିସ କୁ ନିଜ ବୟାନ ଦେଇଥିଲା।

ସେଦିନ ସନ୍ଧ୍ୟାରେ ଚା କରିବାକୁ ରୋଷେଇ ଘରେ ପଶିଲା, ମ୍ୟାଚ ବକ୍ସ ରୁ ଦିଆସିଲିଟେ ଜଳାଇବା ପରେ ହଠାତ ବିସ୍ଫୋରଣ ଘଟିଥିଲା।ଠିକ ସେହି ସମୟରେ ରାଜୀବ ଘରେ ପହଞ୍ଚିଥିଲା। ମିଲିର ଶାଢ଼ୀଟି ଟାଣି କାଢ଼ିବା ବେଳେ ତା ପାପୁଲି ଦୁଇଟି ଜଳିଯାଇଥିଲା।

ମିଲି ଆହୁରି ବି କହିଲା ଯେ ଏ ବିସ୍ଫୋରଣ ରେ ରାଜୀବର କୌଣସି ହାତ ନାହିଁ କାରଣ ଫୋନରେ କଥାହେବା ବେଳେ ମିଲି ହିଁ ଅନ୍ୟମନସ୍କ ହୋଇ ଗ୍ୟାସ ନବଟି ଖୋଲା ଛାଡ଼ିଦେଇଥିଲା।

 ବାସ ତାପରେ ସମସ୍ତଙ୍କର ସନ୍ଦେହ ଘେରରେ ଥିବା ରାଜୀବ ଯେ ସେଦିନ ହିରୋ ପାଲଟିଯାଇଥିଲା । ସେ ଯାହା ବି ହେଉ ରାଜୀବ ପାଇଁ ଏହା ଏକ ଶକ୍ତ ଆଘାତ ଥିଲା।ମିଲିକୁ ନିଜଠାରୁ ହଜେଇଦେବାର ଭାବନା ରାଜୀବ ମନକୁ ଆନ୍ଦୋଳିତ କରିଦେଇଥିଲା।

 ସେଦିନର ସେଇ ଘଟଣା ପରଠାରୁ ମିଲିର ସମସ୍ତ ଅଧୁରା ସ୍ୱପ୍ନ ଯେଉଁ ସବୁ ସ୍ବପ୍ନ ଦେଖି ମିଲି ରାଜୀବର ହାତ ଧରିଥିଲା ଧୀରେ ଧୀରେ ସତ ହୋଇ ଆସୁଥିଲା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy