ଓଡ଼ିଆ ଗଳ୍ପ ଓ କବିତା - ୨

Tragedy

2  

ଓଡ଼ିଆ ଗଳ୍ପ ଓ କବିତା - ୨

Tragedy

ଦୋଛକି

ଦୋଛକି

2 mins
1.8K


ମେଡ଼ିକାଲ୍ ଟେଷ୍ଟ ରିପୋର୍ଟ୍ ହାତରେ ଧରି ମଧ୍ୟ ନିଜକୁ ବିଶ୍ବାସ କରି ପାରୁନଥାଏ ଅନିମେଶ| ମାତ୍ର ବତିଶି ବର୍ଷ ବୟସରେ ପାକସ୍ତଳୀ କର୍କଟ, ତା ପୁଣି ତୃତୀୟ ସୋପାନରେ! କିନ୍ତୁ ଡା ପଣ୍ଡା ଏସିଆ ମହାଦେଶର ଜଣେ ଜଣାଶୁଣା କର୍କଟ ରୋଗ ବିଶେଷଜ୍ଞ| ତେଣୁ ତାଙ୍କଦ୍ବାରା ଯେ କିଛି ଭୁଲ ହୋଇଥିବ ସେ କଥା ନୁହେଁ ସାରା ଜୀବନ ନିୟମକାନୁନକୁ କଡ଼ାକଡ଼ି ଭାବରେ ପାଳନ କରି ଆସୁଥିବା ଅନିମେଶ କିଛି ଚିନ୍ତା କରି ପାରୁନଥାଏ| ସବୁଦିନ ନିୟମିତ ବ୍ୟାୟାମ, ସମୟ ଅନୁସାରେ ଖାଇବା, ଅତ୍ୟଧିକ ତେଲମସଲାକୁ ଦେଖିଲେ ନାମ ଟେକୁଥିଲା ସେ ଏମିତି ଜଣକୁ ଯେ ପାକସ୍ଥଳୀ କର୍କଟ ହେବ କେମିତି? ଅନିମେଶ ପଚାରିଲା, “ଡାକ୍ତର ଭଲ ହେବାର ଆଉ କିଛି ରାସ୍ତା ଅଛି ନା ନାହିଁ?” ଡା ପଣ୍ଡା କହିଲେ କେମୋଥେରାପି ଦ୍ବାରା ମୃତ୍ୟୁକୁ ଆଉ କିଛିଦିନ ଗଡ଼େଇ ଦିଆଯାଇପାରେ କିନ୍ତୁ ବର୍ତ୍ତମାନ ସମ୍ପୂର୍ଣ୍ଣ ପାକସ୍ଥଳୀରେ କର୍କଟ କୋଷ ବ୍ୟାପିଗଲାଣି ଏମିତି ପରିସ୍ଥିତିରେ ଅତ୍ୟଧିକ ଦୁଇମାସ କିମ୍ବା ଆଉ କିଛିଦିନ ହିଁ ବାକି ରହିଲା, ତା’ଠାରୁ ଅଧିକ ନାହିଁ ଅନିମେଶ ପାଦତଳୁ ଜମି ଖସିଗଲା ପରି ମନେ ହେଉଥାଏ ଭଙ୍ଗାମନରେ ଘରକୁ ଫେରିଲା ଅନିମେଶ ବୋଉକୁ କିଛି ନ କହି ସିଧା ନିଜ କୋଠରୀରେ ପଶିଗଲା ଦର୍ପଣରେ ନିଜ ଚେହେରା, ହାତ ସବୁ ଟିକିନିଖି ଦେଖୁଥାଏ ସବୁଆଡ଼ୁ ସେ ସୁସ୍ଥ ଦେଖାଯାଉଛି ଏଇ କେତେଦିନ ହେବ ଟିକେ ଟିକେ ପେଟ କାଟୁଥିଲା, ତା’ର ଚିକିତ୍ସା ପାଇଁ ଯାଇ ସେ ଏଇ ଖବର ପାଇଲା ମନେ ମନେ ଭାବୁଥିଲା ବୋଧହୁଏ ଡାକ୍ତରଙ୍କୁ ଦେଖେଇ ସେ କିଛି ଭୁଲ କରିଦେଇଛି

ଅନିମେଶ ପିଲାଟି ବେଳରୁ ଟିକେ ଲାଜକୁଳା ସ୍ବଭାବର ପିଲା, କାହା ସହ ବେଶୀ କଥାବାର୍ତ୍ତା ହୁଏନି ପିଲାମାନେ ତାକୁ ଅନେକ ଥଟ୍ଟା ତାମସା ମଧ୍ୟ କରନ୍ତି, କିନ୍ତୁ ସେ ସବୁ ସହିଯାଏ କେବଳ ବିଜନ ଓ ଗାୟତ୍ରୀ ତା’ର ସାଙ୍ଗ ଥିଲେ ପିଲାଟି ବେଳରୁ ଗାୟତ୍ରୀକୁ ମନେ ମନେ ଭଲ ପାଏ ସେ କିନ୍ତୁ କେବେ ସାହାସ କରି କହିପାରେନି ମନେ ମନେ ଭୟ ଲାଗେ, କହିଦେଲେ କାଳେ ସେ ରାଗିଯିବ ଆଉ ଥିବା ବନ୍ଧୁତା ଟା ବି ଭାଙ୍ଗିଯିବ ଏଇ ଭୟରେ କଲେଜ୍ କ୍ୟାରିୟର ସରିଗଲା ପଛେ ଗାୟତ୍ରୀକୁ ନିଜ ମନକଥା ଥରୁଟିଏ ବି ସେ କହିପାରିଲା ନାହିଁ କଲେଜ ସରିବା ବର୍ଷଟିଏ ହୋଇନି ନିଜ ବାପାଙ୍କ ମୃତ୍ୟୁପରେ ତାଙ୍କର ସ୍ଥାନରେ କୋରାପୁଟର ଗୋଟିଏ ସରକାରୀ ହାଇସ୍କୁଲରେ କିରାଣୀ ଚାକିରୀ ପାଇଥିଲା ଅନିମେଶ ପରିବାର କହିଲେ ବୋଉ ଆଉ ସେ ଅଗତ୍ୟା ଭୁବନେଶ୍ବର ଛାଡ଼ି କୋରାପୁଟ ଚାଲିଯାଇଥିଲା ସେ ଅଫିସ ଆଊ ଘର ଛଡ଼ା ଅନ୍ୟ କୌଣସି ଖବର ରଖିବା ପାଇଁ ସମୟ ଥିଲେ ସୁଦ୍ଧା ସେଥିପ୍ରତି ଅନିମେଶର ଆଗ୍ରହ ନଥିଲା କଲେଜରେ ପଢୁଥିବା ବେଳେ ସାଙ୍ଗସାଥୀ ବିୟର୍ ପିଅନ୍ତି, ସିଗାରେଟ୍ ଟାଣନ୍ତି ଅନିମେଶର ସବୁଠୁ ଭଲ ସାଙ୍ଗ ବିଜନ ମଧ୍ୟ ବେଳେ ବେଳେ ମଦ ପିଏ ଯେତେ ବାଧ୍ୟକଲେ ମଧ୍ୟ ଅନିମେଶ ସେ ରାସ୍ତାରେ ଥରେ ହେଲେ ପାଦ ଦେଇନି

ଜୀବନରେ ବହୁତ କିଛି ସ୍ବପ୍ନ ଦେଖିଥିଲା ଅନିମେଶ, ଭୁବନେଶ୍ବରରେ ଗୋଟିଏ ଘର କରିବ, କାର୍ କିଣିବ, ଗାୟତ୍ରୀକୁ ନିଜ ମନକଥା କହିବ କିଛି ସବୁକିଛି ଗୋଟିଏ ମୁହୂର୍ତ୍ତରେ ଭାଙ୍ଗିରୁଜି ଚୁରମାର୍ ହୋଇଗଲା ଅନିମେଶ ଭାବୁଥାଏ ଜୀବନର ରାସ୍ତାକୁ ଭାଗମାପରେ ଚାଳି କିଛି ଭୁଲକରିଛି ବୋଧହୁଏ ଜଣେ ଶୃଙ୍ଖଳିତ ଆଉ ସମ୍ବେଦନଶୀଳ ମଣିଷ ହୋଇ ସେ ପାଇଛି ବା କଣ? ଜୀବନର ଏକ ଅଜବ ଦୋଛକିରେ ପହଞ୍ଚିଯାଇଥିଲା ଅନିମେଶ ଚିନ୍ତା କରୁଥିଲା କେଉଁ ରାସ୍ତାରେ ଯିବ? କାରଣ ତା ସମୟ ଯେ ସରି ସାରି ଆସୁଛି


Rate this content
Log in

Similar oriya story from Tragedy