ଦୀପାବଳିର ସେ ଭୟାନକ ରାତି
ଦୀପାବଳିର ସେ ଭୟାନକ ରାତି
ସମସ୍ତେ ଜାଣନ୍ତି ଦୀପାବଳି ଏକ ଆଲୋକର ଉତ୍ସବ l କିନ୍ତୁ ବେଶୀ ଲୋକ ଜାଣନ୍ତି ନାହିଁ ଯେ ଦୀପାବଳି ଅମାବାସ୍ୟା ର ରାତି l ଆଉ ସବୁ ଅମାବାସ୍ୟା ରାତିରେ ଭୌତିକ ଶକ୍ତି ଅଧିକ ଶକ୍ତିଶାଳୀ ହୋଇଯାଆନ୍ତି l କିନ୍ତୁ 19 ବର୍ଷର ସୁମିତ ଏହିସବୁ ବିଷୟରେ ଅଜଣା ଥିଲା l ସେ ତାର ସାଙ୍ଗ ବିଜୟ ସହିତ ଦୀପାବଳି ର ରାତିର ରାସ୍ତାରେ ବୁଲୁଥିଲେ l ବୁଲୁଥିବା ବେଳେ ବିଜୟର ନଜର ମନ୍ଦିରର ପଛରେ ଥିବା ଏକ ଶୁନସାନ ଘର ଉପରେ ପଡିଲା, ସେଠି ଏକ ସୁନ୍ଦରୀ ଝିଅ ଲାଲ ରଙ୍ଗର ଶାଢ଼ୀ ପିନ୍ଧି ଗୋଟିଏ ଦୀପ ଜଳାଉଥିଲା l ବିଜୟ ସୁମୀତକୁ ନେଇ ସେହି ଘର ପାଖକୁ ଗଲା l ଯେତେବେଳେ ଦୁଇଜଣ ଘର ପାଖରେ ପହଁଚିଲେ ସେମାନେ ଦେଖିଲେ ଯେ ଘରଟି ପୁରା ଦୀପ ରେ ସଜା ହୋଇଥିଲା ଆଉ ବାଲକୋନୀ ରେ ଠିଆ ହୋଇଥିବା ସେ ସୁନ୍ଦର ଝିଅଟି ସେମାନଙ୍କ ନଜରରେ ପୁଣି ଆସିଲା ସେ ଝିଅଟି ଏକ ମନଲୋଭା ହସଟେ ହସି ସେମାନଙ୍କୁ ଭିତରକୁ ଆସିବାକୁ କହିଲା l ଦୁଇଜଣ ମଧ୍ୟ ଘର ଭିତରକୁ ଯାଇ ଦେଖିଲେ ଯେ ଘରଟି ବହୁତ ସୁନ୍ଦର ଭାବରେ ସଜାଯାଇଥିଲା l ସୁମିତ ଟେବୁଲ ଉପରେ ଥିବା ଲଡ଼ୁ ଦେଖି ତାକୁ ଖାଇବାକୁ ଲାଗିଲା କିନ୍ତୁ ଲଡ଼ୁଟି ତା ହାତରୁ ଖସିପଡିଲା l ଯେମିତି ସୁମିତ ଲଡ଼ୁ ଉଠାଇବା ପାଇଁ ତଳକୁ ନଇଁଛି ସେ ଦେଖିଲାଯେ ଟେବୁଲ ତଳେ ଗୋଟେ ଭୟାନକ କଲାଛାଇ ଥିଲା, ଯିଏ କି ସୁମିତକୁ ଦେଖି ଉଭାନ ହୋଇଗଲା l ସୁମିତ ଯେତେବେଳେ ଏହା ବିଜୟ କୁ କହିବା ପାଇଁ ଉପରକୁ ଉଠିଲା ସେ ଦେଖିଲା ବିଜୟ ପାହାଚ ଚଢି ଉପର ରୁମକୁ ଯାଉଛି l ସୁମିତ ବହୁତ ଡରିଯାଇଥିଲା ତାକୁ ଅଚାନକ ଘରର ପାଉଁଜିର ଶବ୍ଦ ଶୁଭିବାକୁ ଲାଗିଲା ଯେମିତିକି ଗୋଟେ ଝିଅ ଗୋଟେ ରୁମରୁ ଅନ୍ୟ ଏକା ରୁମ କୁ ଯାଉଛି l ସୁମିତ ସେ ଶବ୍ଦ ପଛେ ପଛେ ଉପର ରୁମ କୁ ଚାଲିଗଲା କିନ୍ତୁ ଉପରକୁ ଗଲାପରେ ତାକୁ ଗୋଟେ ରୁମ ର ପଙ୍ଖାରେ ଗୋଟେ ଲାସ ଓହଳିଥିବାର ଦେଖାଗଲା, ଆଉ ସେ ଲାସ କୁ ଦେଖି ଡରରେ ଥରିବାକୁ ଲାଗିଲା କାରଣ ସେ ଲାସ ଆଉ କାହାର ନୁହଁ ତା ସାଙ୍ଗ ବିଜୟର ଲାସ ଥିଲା,ସୁମିତ ଡରି ଡରି ପଛକୁ ବୁଲିଲା ତ ତାର ସାମ୍ନାରେ ସେହି ସୁନ୍ଦର ଝିଅଟି ଠିଆ ହୋଇଥିଲା ଏବଂ ତାକୁ ଦେଖି ହସୁଥିଲା ବରଂ ଏଥର ସୁମିତ କୁ ସେ ହସ ମନଲୋଭା ନୁହଁ ବରଂ ତାହା ଭୟାନକ ଲାଗୁଥିଲା l ଅଚାନକ ଘରର ସବୁ ଲାଇଟ ବନ୍ଦ ହୋଇଗଲା ଓ ସେ ଘର ଧୀରେ ଧୀରେ ଗୋଟେ ଭୁତିଆ ଘରରେ ବଦଳିଗଲା l ସେ ଝିଅ ଏବେ ଯାଏଁ ସୁମିତକୁ ଦେଖି ହସୁଥିଲା l ହଠାତ ଲାଲ ଶାଢ଼ୀ ପିନ୍ଧିଥିବା ସେ ଝିଅର ଚୁଟି ଧଳା ଓ ଲମ୍ବା ହେବାକୁ ଲାଗିଲା ଏବଂ ଆଖି ସମ୍ପୂର୍ଣରୂପେ ଲାଲ ପଡିଵା ସହ ଚେହେରା ସମ୍ପୂର୍ଣ ରୂପେ ଭୟାନକ ଦେଖାଗଲା ସୁମିତ ତାକୁ ଦେଖି ଭୟରେ ଥରିବାକୁ ଲାଗିଲା l ସେ ଝିଅ ହାତରେ ଛୁରୀ ଧରି ତା ଆଡକୁ ଆସିବାକୁ ଲାଗିଲା ସୁମିତ କେମିତି ହେଲେ ତା ନିଜକୁ ସମ୍ଭାଳିଲା ଆଉ ସିଧା ସେହି ଘରୁ ବାହାରକୁ ଦୌଡ଼ିଲା କିନ୍ତୁ ସେ ଭୟାନକ ଆତ୍ମା ସୁମିତ କୁ ମାରିବାପାଇଁ ତା ହାତ ସୁମିତ ଆଡକୁ ବଢ଼େଇଲା କିନ୍ତୁ ସୁମିତ ବାହାରକୁ ଆସିଯାଇଥିଲା ଓ ସାଙ୍ଗେ ସାଙ୍ଗେ ସେ ଘରର କବାଟକୁ ବନ୍ଦ କରିଦେଲା ସେ ଝିଅ କିନ୍ତୁ ଜୋରରେ କବାଟକୁ ପିଟୁଥିଲା ଓ ଜୋରରେ ଚିତ୍କାର କରୁଥିଲା ଯେମିତିକି ସେ ସେହି ଘର ଭିତରେ ବନ୍ଦୀ ହୋଇଗଲା
l ସୁମୀତ ସେଠୁ ପଳେଇଲା ଓ ତା ଘରକୁ ଯାଇ ଶୋଇପଡ଼ିଲା l ସେ ଯେତେବେଳେ ଉଠିଲା ତା ମା ତାକୁ ଜଣେଇଲେ କି ତା ସାଙ୍ଗ ବିଜୟ କାଲି ରାତିରୁ ନିଖୋଜ ଅଛି, ଏହାଶୁଣି ସୁମିତ ସବୁକଥା ତା ମା ଙ୍କୁ କହିଲା l ତା ମା ସବୁକଥା ଶୁଣି ତାକୁ କହିଲେ -ବହୁତ ବର୍ଷ ପୂର୍ବେ ଦୀପାବଳି ରାତିରେ ଜଣେ ଝିଅ ସେ ଘରେ ଆତ୍ମହତ୍ୟା କରିଥିଲା, ସେବେଠୁ ତା ଆତ୍ମା ସେ ଘରେ ଘୁରି ବୁଲୁଛି l କାହାକୁ କେବେ ଜଣା ପଡ଼ିଲାନି ସେ ଝିଅଟି କଣ ପାଇଁ ଆତ୍ମହତ୍ୟା କରିଥିଲା ଓ ସେହି ଘରକୁ କେହି ମଧ୍ୟ ଯାଆନ୍ତିନାହିଁ l ଏହି ସବୁ ଶୁଣି ସୁମିତ ବହୁତ ଡରିଗଲା ସେ ବିଶ୍ୱାସ କରିବାକୁ ଚାହୁଁଥିଲା କି ଯାହା ସବୁ ତା ସାଙ୍ଗେ ଘଟିଥିଲା ତାହା ଏକା ଭୟନକ ସ୍ବପ୍ନ ଥିଲା l କିନ୍ତୁ ସେ ରାତି ପରଠୁ ତା ସାଙ୍ଗ ଆଉ ଫେରିଲା ନାହିଁ l ଆଉ ସୁମିତକୁ ଆଜିବି ସେ ଦୀପାବଳି ର ଭୟାନକ ରାତି ଓ ସେ ଝିଅର ଭୟାନକ ଚିତ୍କାର ଶୋଇବାକୁ ଦିଏନାହିଁ l ଯେବେବି ସୁମିତ ରାତିରେ ଶୋଇବାକୁ ଚେଷ୍ଟାକରେ ସେ ଝିଅର ଭୟନକ ଦୁଷ୍ଟ ଆତ୍ମା ତା ତଣ୍ଟିକୁ ଚିପି ଧରେ ।

