Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Dileswari Mehar

Tragedy Inspirational


3  

Dileswari Mehar

Tragedy Inspirational


ବିପଦର ବନ୍ଧୁ

ବିପଦର ବନ୍ଧୁ

5 mins 211 5 mins 211

       

ରାତି ବାର ଟା ତିରିଶ ହେଲାଣି । ପଦ୍ମା ଆଖିରେ ନିଦ ନାହିଁ । ଆଖିରୁ ଧାର ଧାର ଲୁହ ବହି ଯାଉଛି । ଘରର ଗୋଟିଏ କୋଣରେ ଖଟ ଉପରେ ପଡି ରହିଛି । ଛଟପଟ ହେଇ ଯାଉଛି । କଣ କରିବି ? କୋଉଠି ଯୋଗାଡ କରିବି ନ ହଜାର ଟଙ୍କା । ତା ଇଚ୍ଛା ଅଛି, ସ୍ଵପ୍ନ ଅଛି ଏମ୍.ଏ କରି ଅଧ୍ୟାପିକା ହେବା ପାଇଁ । ହେଲେ ହାତେ ନ ଥାଏ ସମ୍ବଳ । ଗୋଟେ ମାସ ପରେ ଆଡମିସନ ଅଛି । ପଇସା ଅଭାବ କଥା ଚିନ୍ତା କରି ନ ଖାଇ ନ ପିଇ ପଡି ରହିଛି । ପଢି ପାରିବି କି ନାହିଁ ? ଭବିଷ୍ୟତ ଅନ୍ଧାର ହୋଇଯିବ ! ଭାବି କାନ୍ଦି ଉଠିଛି । ହଠାତ୍ ଘଡ଼ଘଡ଼ି ଟିଏ ମାରିଲା, ପଦ୍ମା ଚମକି ପଡ଼ିଲା । ପବନ ବହି ବର୍ଷାର ବେଗ ବଢ଼ିଲା । ଖପର ଘର । ପାଣି ସବୁ ଆଡେ ଗଲିବାରୁ ସେ ଖଟ ଉପରେ ବସି ରହିଲା । ଘରର ସବୁ ଜିନିଷ ଉପରେ ପାଣି ଆଉ ପାଣି । ଡର ମାଡୁଥାଏ ସେଇ ଟାଙ୍ଗିଆକୁ । କାଳେ ସେ ପଦ୍ମାର ଜୀବନ ନେଇ ଯିବ । କାନ୍ଥରେ ଝୁଲୁଥିବା ଫଟୋଟି କଚାଡି ହୋଇ ପଡିଲା । ପଦ୍ମା ଦୌଡ଼ି ଯାଇ ତରବରେ ଫଟୋକୁ ଉଠେଇ ଛାତିରେ ଚାପି ଧରିଲା । ଖଟ ଉପରେ ବସି ଫଟୋକୁ ଦେଖି ଭୋ ଭୋ କାନ୍ଦିବାକୁ ଲାଗିଲା ।


    ସୂର୍ୟ ଆଉ ପଦ୍ମା ଥିଲେ ସ୍କୁଲ ସମୟରୁ ବନ୍ଧୁ । ଦୁହିଁଙ୍କର ମା ବାପା ନ ଥିଲେ ତେଣୁ ସେମାନେ ଦୁହେଁ ଏକାଠି ରହୁଥିଲେ । ଏକାଠି ଖାଇ ପିଇ ମାଆ ବାପାଙ୍କ ପରି ରହୁଥିଲେ । ସ୍କୁଲ ସାରି କଲେଜ ପଢିଲେ । କଲେଜ ପଢି ସାରି ଯୁକ୍ତ ତୃତୀୟରେ ଯେ କୌଣସି ପ୍ରକାରେ ନାମ ଲେଖାଇ ତାହା ମଧ୍ୟ ଶେଷ ହେବାରେ କିଛି ଦିନ ଥାଏ । ସୂର୍ୟର ସ୍ୱପ୍ନ ଥାଏ ପଦ୍ମାକୁ ପାଠ ପଢାଇ ବଡ ମଣିଷ କରିବ । ସେଥିପାଇଁ ସେ ଦେହ ଖରାପ, ମୁଣ୍ଡ ବ୍ୟଥା ବାହାନାରେ ପାଠ ପଢି ନ ଯାଇ କାମ କରିଯାଏ । ତାକୁ କଲେଜ ପଠେଇ ତାର ଖର୍ଚ ରେ କମି କରିନି । ଏମିତିକି ରାତି ଅଧରେ ହୋଟେଲ୍ ଯାଇ ବଡ଼ ବଡ଼ କୋଠାରେ ରଙ୍ଗ ଲଗାଇ ପଇସା ଆଣିଥାଏ । ପଦ୍ମା କଲେଜରୁ ଆସିଲା ପୂର୍ବରୁ ବହି ଧରି ବସି ତା' ଶୋଇ କି ଉଠିବା ବେଳେ ଖଟରେ ଘୁଙ୍ଗୁଡ଼ି ମାରୁଥାଏ । ତା' କାମ ବିଷୟରେ ପଦ୍ମାକୁ କିଛି ଜଣା ନ ଥାଏ । ସୂର୍ୟ ପଦ୍ମା ବନ୍ଧୁ ହୋଇଥିଲେ ମଧ୍ୟ ତା ମନରେ କେବେ ବି ଅକର୍ମଣ୍ୟ ଚିନ୍ତା ମୁଣ୍ଡରେ ପୂରେଇ ନାହିଁ । ସେ ତ କେବଳ ବିପଦର ବନ୍ଧୁ । ସାଥୀ ।


     ଦୁହିଁଙ୍କର ଯୁକ୍ତ ତୃତୀୟ ବର୍ଷ ଶେଷ ହେଲା । ସୂର୍ୟ କେବଳ ପାସ୍ ହେଲା ବେଳେ ପଦ୍ମା ଫାଷ୍ଟ । ଏମ୍.ଏ ଆଡମିସନ ପାଇଁ ଦୁଇ ମାସ ଥାଏ । ନ' ହଜାର ଟଙ୍କା ଦରକାର ପଡୁଛି ଜାଣିବାକୁ ପାଇ ସୂର୍ୟ କଣ କରିବ ବିଚାର କରି ପାରିଲା ନାହିଁ । ତଥାପି କଣ ଭାବିଲା କେ ଜାଣି ପଦ୍ମାକୁ କହିଲା - "ମୁଁ ଯାଉଛି ସାଙ୍ଗ ଘରକୁ । ସେଠାରେ ଲାଗିଯିବ ଗୋଟେ ମାସ । ଖାଇବୁ ପିଇବୁ ବୁଲିବୁ ଆଉ ଏସ୍ କରିବୁ । ପାଠ ପଢି ପଢି ବୋର୍ ହେଇ ଗଲିଣି । ହୁଁ....।" ବ୍ୟାଗ୍ ରେ ସାର୍ଟ ପ୍ୟାଣ୍ଟ ଭରି ଚାଲିଯାଏ । ହାତରେ ଥାଏ ଶହେ କୋଡ଼ିଏ ଟଙ୍କା । ଚାଲି ଚାଲି ପାଖ ଗାଆଁରେ ପହଁଞ୍ଚେ । କଣ କାମ ମିଳିବ ? ମିଳିବ କି ନାହିଁ ? ପ୍ରଭୁ ଯାହା କାମ ହେଉ ଗୋଟେ ଯୋଗେଇ ଦିଅ ବୋଲି ଭାବୁ ଭାବୁ ଆଖି ପଡିଲା ଗୋଟେ ବଡ଼ ବିଲଡିଂକୁ । ଲୋକେ ମିସ୍ତ୍ରୀ କାମ କରୁଛନ୍ତି । ସେଠାରେ ପହଂଚି କାମ ମାଗିଲା । ଦିନକୁ ତିନି ଶହ ହିସାବରେ ତାକୁ କାମ ମିଳି ଯାଏ । ମିସ୍ତ୍ରୀ କାମ କରିବା ସହିତ ରାତିରେ ଓଭର୍ ଡ୍ୟୁଟି କରି ପଇସା ରଖୁଥିଲା । ଗୋଟେ ମାସ ପୁରେ । ହେଲେ ମାଲିକଙ୍କ ବିଲଡିଂର ଛାତ ପଡି ନ ଥାଏ । ଆଉ ଗୋଟେ ମାସ ଲାଗିବ ଛାତ ପଡ଼ିବା ପାଇଁ । ଯେହେତୁ ସୂର୍ୟ ଗୋଟେ ମାସର ସମୟ ଦେଇ ବାହାରକୁ ଆସିଥିଲା ବେଳେ ତାକୁ ଯିବାକୁ ହିଁ ପଡ଼ିବ । ସେ ଘରକୁ ଚାଲିଯାଏ ।


      ପଦ୍ମା ସୂର୍ୟର ବାଟ ଚାହିଁ ବାରଣ୍ଡାରେ ବସିଥାଏ । ସୂର୍ୟକୁ ଆସିବାର ଦେଖି ସେ ଖୁସିରେ ନାଚି ଉଠିଲା । ରାଗିଯାଇ ତାକୁ ବାଡ଼େଇ ପକେଇ କହିଲା - "ଏତେ ଦିନ ମତେ ଛାଡ଼ି ଏକୁଟିଆ ମଜା ମଜଲିସ୍ କଲ, ମତେ ଟିକେ ବି ମନେ ପକେଇଲନି । ହୁଁ...,, ତୁମ ସହିତ କଥା ହେବିନି । ମୋ ପାଇଁ କଣ ଆଣିଛ ଦେଖାଅ...।" ବ୍ୟାଗ୍ ଭିତରକୁ ନେଇ ଖାଇ ପିଇ ଖୁବ୍ ଗପସପ କଲେ । ଶେଷରେ ଶୋଇ ପଡିଲେ । ରାତି ବାର ଟା । ରାତି ଘଡ଼ଘଡ଼ି ମାରି ପାଣି ବର୍ଷିଲା । ପବନ ଏତେ ଜୋର୍ ବହିଲା ଯେ, ଘରର ସବୁ ଜିନିଷ ପତ୍ରରେ ପାଣି ଭରିଯାଇ ବହି ପତ୍ର ଭିଜି ଯାଏ । ପଦ୍ମାର ଖଟର ଠିକ୍ ମୁଣ୍ଡ ଉପରକୁ ଟାଙ୍ଗିଆଟିଏ ଥାଏ । ସେଠାରେ ପାଣି ପଡି ପଡି କାଠର କନାଟା ଦୁର୍ବଳ ହୋଇ ଯାଇ ଟାଙ୍ଗୀଆଟା ପଡ଼ିବା ଉପରେ ଥାଏ । ହଠାତ୍ ପଡୁ ପଡୁ ପଦ୍ମାକୁ ସେଠାରୁ ଖସାରି ହାତରେ ଧରି ବାକୁ ଚେଷ୍ଟା କରୁ କରୁ ମୁଣ୍ଡରେ ବାଜିଯାଏ । ମୁଣ୍ଡରେ ଏତେ ଜୋର୍ ଆଘାତ ହେଲା ଯେ ରକ୍ତର ଧାରା ବହି ପାଣିରେ ରକ୍ତନଦୀ ହୋଇ ଗଲା । ସୂର୍ୟ... ସୂର୍ୟ... ତୁମର କିଛି ହେବନି... କେହି ଅଛ ବେଳେ ଡାକ୍ତର ଡାକ...ସାହାଯ୍ୟ କର.... ସୂର୍ୟ... ସୂର୍ୟ ! ସୂର୍ୟ - "ମୁଁ ଆଉ ବଞ୍ଚିବିନି ପଦ୍ମା, ତୁ ଭଲରେ ଥିବୁ, ବଡ ମଣିଷଟେ ହେଇ ମୋ ସ୍ଵପ୍ନ ପୂରଣ କରିବୁ, ଯଦି ମୋର କିଛି ଭୁଲ ହେଇ ଥାଏ ତେବେ କ୍ଷମା କରି ଦେବୁ......... ।" ଆଖି ଧୀରେ ଧୀରେ ବୁଜି ହେଇ ଗଲା । ସୂର୍ୟ..........


ହଠାତ୍ ଚମକି ପଡ଼ିଲା ପଦ୍ମା । ସକାଳ ହୋଇ ଗଲାଣି । କବାଟ ଠକ୍ ଠକ୍ କଲା ଆଖିରୁ ଲୁହ ଶୁଖି ଯାଇଥାଏ । ଫଟୋକୁ ଚାପି ଧରିଥାଏ । ପୁଣି ଭାବି ଚାଲେ ଗୋଟେ ମାସ ପରେ ତାଙ୍କ ବନ୍ଧୁତାରେ ହସ ଫୁଟିଥିଲା । ହେଲେ ତାହା ଏତେ ବଡ଼ ଲୁହରେ ପରିଣତ ହୋଇଯିବ ସେ କେବେ ଭାବି ନ ଥିଲା । "ଘରେ ଅଛ କି ମାଁ... ଚାଉଳ ମୁଠାଏ ଦିଅ.. ତୁମର ଧର୍ମ ହେବ ଲୋ,,ମାଁ.... ଶୁଣୁଛ କି..." ଶବ୍ଦ ଶୁଣି ପଦ୍ମା ଉଠିଲା । ଭିକାରୁଣୀଟି କହିଲା - 'ମୋ ଛୁଆ କାଲି ଠାରୁ କିଛି ଖାଇନି ଭୋକରେ ଦୁର୍ବଳ ହୋଇ ଗଲାଣି, ପାଖ ଘରକୁ ଗଲି ଯେ ମତେ ଠେଲି ଦେଇ ସକାଳୁ କିଏ କେବେ ଚାଉଳ ମାଗେ କି କହି ସେଠାରୁ ତଡି ଦେଲେ ।' ତାକୁ ଚାଉଳ ସଙ୍ଗେ ପରିବା ଆଉ ଡାଳି ଦେଇ ପୁଣି ଆସିବା ପାଇଁ ଖୁସିରେ କହିଲା । ଅନେକ ଦିନ ଚାଲି ଯାଏ । ଆଡମିସନ ପାଇଁ ଥାଏ ଦୁଇ ଦିନ । ପଦ୍ମା ପଢିବାର ଆଶା ଛାଡ଼ି ଦେଇଥାଏ । ଦିନ ଏଗାର ଟା । କବାଟ ବନ୍ଦ ଥାଏ । କେହି ଜଣେ ଆସି କବାଟ ପିଟିଲା । ସୂର୍ୟ..... ସୂର୍ୟ...... 


ପଦ୍ମା ଯାଇ କବାଟ ଖୋଲି ପଚାରିଲା କିଏ ଆଜ୍ଞା ? 

ସୂର୍ୟ ଆମ ସାଙ୍ଗ ସେ କାହିଁ ? ପଦ୍ମା କହିଲା ଗୋଟେ ମାସ ଧରି ତା ସାଙ୍ଗ ମାନଙ୍କ ସହ ରହି ଘରକୁ ଫେରିଲା ଦିନ ରାତିରେ.......... । ପଦ୍ମା ସବୁ କଥା କହି କାନ୍ଦି ପକେଇଲା । ବ୍ୟକ୍ତି ଜଣକ କହିଲା - ନାଇଁ ଭଉଣୀ... ସେ ତା ସାଙ୍ଗ ମାନଙ୍କ ସହ ମଜା କରିବା ପାଇଁ ନୁହେ ଗୋଟିଏ ମାସ ଧରି ମିସ୍ତ୍ରୀ କାମ କରିବା ପାଇଁ ଯାଇ ସେ ଦିନ ରାତି ଗୋଟିଏ କରି ଲହୁଲୁହାଣରେ କାର୍ଯ୍ୟ କରିଛି । ଏମିତି କୌଣସି ଦିନ ନ ଥିଲା ଯଉଦିନ ଦିନ ତୁମକୁ ମନେ ନ ପକେଇଛି । ଆଜି ମାଲିକଙ୍କ ଛାତ ପଡିଲା ତେଣୁ ସେ ପଇସା ପଠାଇଛନ୍ତି, ଏଇ ନିଅ ଗୋଟେ ମାସର ପଇସା ନ' ହଜାର ଏବଂ ଓଭର୍ ଡ୍ୟୁଟିର ଦୁଇ ହଜାର ଟଙ୍କା । ଆସୁଛି ଭଉଣୀ ।"


   ପଦ୍ମା ଘର ଭିତରେ ପଶି ବହୁତ୍ କାନ୍ଦିଲା । "ହେ ବିଧାତା...... ମୋ ଭାଗ୍ୟରେ ଆଉ କେତେ ଦୁଃଖ ଲେଖିଛୁ, ମାଆ ବାପା ସଦୃଶ ମୋ ବନ୍ଧୁକୁ ଛଡେଇ ନେଲୁ । ବିପଦ ଆପଦର ଯିଏ ମୋ ସାହାରା ଥିଲା ସେଇ ସାଥୀକୁ ତୁ ସାହାରା କରିବା ପାଇଁ ନିଜର ପ୍ରିୟ କରି ନେଲୁ.... କାହିଁକି ? କାହିଁକି ? ଜବାବ୍ ଦେ..... ।

ଧିକ୍ ତୋ ଜୀବନ ହେ ବିଧାତା....." ।

    

     


Rate this content
Log in

More oriya story from Dileswari Mehar

Similar oriya story from Tragedy