STORYMIRROR

tara nayak

Horror

3  

tara nayak

Horror

ଭୂତୁଣୀ ନା ମୁର୍ଦାର

ଭୂତୁଣୀ ନା ମୁର୍ଦାର

2 mins
231

ମୁଁ ସେତେବେଳେ ପଞ୍ଚମରେ ପଢ଼ୁଥିଲି । ମୁଁ ଆଉ ମୋ ଭାଇ । ଆମେ ଦୁଇ ଜଣ ଗପ ଶୁଣିବାକୁ ଭାରି ଭଲପାଉ । ଆମ ଘରକୁ ପୂଜା କରିବାକୁ ନନା ଆସନ୍ତି । ଆମ ଘରେ ତାଙ୍କୁ ବହୁତ ଭଲ ପାଆନ୍ତି । ସେ ଦିନଥାଏ ଅମାବାସ୍ୟା ପରଦିନ । ନନା ଘରକୁ ଯିବାକୁ ବାହାରିଲେ । ସେଇ ସମୟରେ କୋଉଠି ଥିଲା କଳାହାଣ୍ଡିଆ ବାଦଲ ଆକାଶ ସାରା ଛାଇଗଲା । ନନା ଆଉ ଘରକୁ ଗଲେନି । ଆମେ ପଢୁଥାଉ, କରେଣ୍ଟ ଚାଲିଗଲା । ଆମକୁ ସୁଯୋଗ ମିଳିଗଲା ପାଠପଢାରୁ ମୁକ୍ତି । ଦୌଡ଼ିଲୁ ସବୁ ଦାଣ୍ଡକୁ । ଦେଖିଲୁ ଗୋଟେ ପେଟୁଆ ଲୋକ । ବଡ଼ ନିଶ । ଟିକେ ଡର ମାଡ଼ିଲା । ଜୋର ଜୋର ଚିଲାଉ ଥାଏ କହୁଥାଏ । ମୁଁ ଜାଣେ ଭୂତ ବୋଲି କିଛି ନାହିଁ । ଏଇ ଗୁଡା ମନର ଭ୍ରମ । ମୁଁ ଏଇଗୁଡା ବିଶ୍ୱାସ କରେନି । ବାଜେ କଥା । ଆମେ ଆସି ଘରେ ହାଜର । କଣ ହେଇଛି ଜାଣିବାକୁ ସିଧା ଯାଇ ନନାଙ୍କ ପାଖରେ ବସି ପଡ଼ିଲୁ । ନନା ଆରମ୍ଭ କଲେ - କାଲି ଗାଆଁକୁ ମାଛ ବିକିରି ଆସିଥିଲା । ହେଲେ ସୁର ବୋଉ ମାଛ ରଖିନଥାଏ । ସୁରର ମାଛ  ଖାଇବାକୁ ଇଚ୍ଛା ହେଲା । ରାତିରେ ବାପ ପୁଅ ମାଛ ଧରିବାକୁ ଗଲେ । ରାତି ଆଠଟା ବାଜିବ । ଶୀତ ଦିନ । ଗାଆଁରେ ସବୁ ଶୋଇଲେଣି । ବାପ ପୁଅ ଜାଲ ଧରି ଗଲେ । ନଈ ତଳକୁ ଖସି ଅତଡ଼ାକୁ ଗଲେ । ଯେତେ ଜାଲ ପକେଇଲେ ବି ଗୋଟିଏ ମାଛ ନାହିଁ । ଭାବିଲେ ଅଂକିରା ଆଡ଼କୁ ଗଲେ ଭଲ ମାଛ ପଡିବ । ଆଗରେ ବାପା ଆଉ ପଛରେ ପୁଅ ଚାଲିଥାନ୍ତି । ଯାଉ ଯାଉ ଗୋଟେ ନିଆଁ ଗୁଳା ଭଳି ଦେଖାଗଲା । ବାପ ପୁଅ ଡରିକି ଛାନିଆ । କାହାର ଗୋଟେ ବିକଟାଳ ରଡି ଶୁଭିଲା । ସୁର ଛାତିରେ ହାତ ରଖି ଚାଲିଥାଏ । ଦେହ ସାରା ଝାଳ । ଅଂକିରା ତଳକୁ ଖସିଲେ । ସୁରବାପା ଥରେ ଜାଲ ପକେଇଛି । ଭୁସ କିନା ଗୋଟେ ଶବ୍ଦ ହେଲା । ସେଥର ଭଲ ମାଛଟିଏ ପଡିଲା । ବାଃ ଭାରି ଖୁସି ହେଲେ । ମାଛ ଭଲ ପଡ଼ିଲାରୁ, ବାପ ପୁଅ ସେଇ ଶବ୍ଦ ଆଡେ ଆଉ ମନ ଦେଲେନି । କିଛି ବାଟ ଆଗକୁ ଯାଇଛନ୍ତି । ଦୁଲ ଦାଲ କିଛି ଗୋଟେ ପଡିବାର ଶବ୍ଦ । ବାପ ପୁଅ ପରସ୍ପରରକୁ ଚାହିଁଲେ । କିଟି କିଟି ଅନ୍ଧାରରେ ମୁହଁକୁ ମୁହଁ ଦିଶୁନଥାଏ । ଭାରି ଡର ମାଡୁଥାଏ । ଟର୍ଚ୍ଚ ଲାଇଟରୁ କ୍ଷୀଣ ଲାଇଟ ଆସୁଥାଏ । ଦୁହେଁ ଆଗକୁ ଚାଲି ଚାଲି ଜାଲ ପକାଉଥାନ୍ତି । ହଠାତ୍ ବାପିର ଗୋଡ଼ ପଙ୍କ ଭିତରେ ପଶିଗଲା । ଆଉ ଯେତେ ଉଠେଇଲେବି ଉଠୁନଥାଏ । ଡର ଆଉ ଭୟରେ ଥରୁଥାଏ ସୁର । ଯେମିତି ଟର୍ଚ୍ଚ୍ ମାରିଚି, ଦେଖିଲା ଗୋଟେ ମୁର୍ଦ୍ଦ।ର । ରଡି ଛାଡି ବାପ ପୁଅ ଦୌଡ଼ିଲେ । ଠିକ୍ ଆମ୍ବ ଗଛ ପାଖରେ  ହେଇଛନ୍ତି । ଦେଖିଲା ଗୋଟେ ଷଣ୍ଢ ତାଙ୍କ ଆଡେ ମାଡି ଆସୁଛି । ଜୋରରେ ଦଉଡିଥାନ୍ତି । ଷଣ୍ଢ ଆଉ ନ ଦେଖାଯିବାରୁ, ଦୁଇ ଜଣ ଆମ୍ବ  ଗଛ ମୂଳେ ବସି ପଡିଲେ । ଦେଖିଲେ ଗୋଟେ ଲୋକ ଧଳା ଲୁଗା  ପିନ୍ଧି ତାଙ୍କ ଆଡେ ମାଡୁ ଆସିଲା । ଦୁଇ ଜଣ ବେହୋସ ହେଇପଡିଲେ । ଭୋରୁ  ସନା କାକା ଦେଖିଲା ବାପା ପୁଅ ବେହୋସ୍ ହେଇ ପଡିଛନ୍ତି । ଆଉ ଗୋଟେ ଧଳା ଲୁଗା ଉଡି ଆସି ଆମ୍ବ ଡାଳରେ ଲାଗୁଛି । ଗୋଟେ  ଶବ କୋଉଠୁ ନଈରେ ଭାସି ଆସି ଲାଗିଛି । ନନା ଏତକି କହି ଯିବାକୁ ବାହାରିଲେ । ଭୂତ କିଛି ନାହିଁ ବୋଲି କହିଲା । ଆମେ ଜାଣିଲୁ ସେ ଲୋକ ହେଉଛି ସନା କାକା । ଯିଏ ଆଜି ଦାଣ୍ଡରେ ବସିଥିଲା । କିନ୍ତୁ ଆମେ  ଭିତରେ  ଡରୁଥିଲୁ । ସେ ଲୁଗାଟା କାହାର । ଭୂତୁଣୀର ନା ଶବର ଯେଉଁଟା ଆମ୍ବ  ଡାଳରେ ଲାଗି ଥିଲା ।



Rate this content
Log in

Similar oriya story from Horror