Durjyodhan Barik

Horror

3.4  

Durjyodhan Barik

Horror

ଭୂତ ଡାକରା

ଭୂତ ଡାକରା

2 mins
284



   ଏହି ଭୟଙ୍କର କାହାଣୀ ଟି ସମ୍ପୂର୍ଣ ସତ୍ୟ । ମୋ ଭାଇଙ୍କର ଭୂତ ସହିତ ବିତେଇ ଥିବା ଚିନ୍ତନ ବହିର୍ଭୁତ କାର୍ଯ୍ୟକଳାପ । ଏଇ ଭୟାନକ କାହାଣୀ ଶୁଣିଲେ ବହୁତ ଭୟ ଲାଗେ ।

ପ୍ରାୟ ୫୦ ବର୍ଷ ତଳର ଘଟଣା । ମନେ ପଡ଼ୁଛି ସେ ଦୃଶ୍ୟ ଓ ସେଇ ଶେଷ କଥା ପଦକ । ଦେହରେ ଶିହରଣ ଖେଳିଯାଉଛି।

ମୁଁ ପୂଜା ଅବସରରେ ଗାଆଁକୁ ଆସି ଥାଏ ।

ଭୋର ଭୋର କେହି ଜଣେ ଆମ ତାଟି ପାଖରେ ଭାଇଙ୍କ ନାମ ଧରି ଡାକିଲା । ଭାଇ ତା ଡାକର ଉତ୍ତର ଦେଲେ ଏବଂ ତାକୁ ଅନୁସରଣ କରି ଚାଲିଲେ । ମୋତେ ମୂଖ୍ୟ ଦ୍ଵାର ବନ୍ଦ କରିବା ପାଇଁ କହିଗଲେ । ମୁଁ ମୂଖ୍ୟ ଦ୍ଵାର ବନ୍ଦ କରି ଶୋଇ ପଡିଲି । ଇତି ମଧ୍ୟରେ କିଛି ସମୟ ଅତିବାହିତ ହୋଇଯାଇଥାଏ, ହଠାତ୍ ବାହାରେ ବଡ଼ ପାଟିରେ ଶୁଣାଗଲା 

     " ଯା ଆଜି ବଞ୍ଚିଗଲୁ " । 

ସେ କଥା ପଦକ ଶୁଣିବା ପରେ ଆମେ ସମସ୍ତେ ଉଠି ପଡ଼ିଲୁ । ବାହାରକୁ ଆସି ଦେଖିବାକୁ ପାଇଲୁ ଭାଇ ମୂର୍ଚ୍ଛିତ ହୋଇ ବାରଣ୍ଡାରେ ପଡିଛନ୍ତି । ଭାଇଙ୍କ ମୁଖରେ ଜଳ ସିଞ୍ଚନ ପରେ ଭାଇ ଉଠିଲେ ।ପଚରା ଉଚୁରା କଲାପରେ ସେ ଯାହା କହିଥିଲେ

    " ଗତ ସନ୍ଧ୍ୟାରେ ମାଧ ଓ ମୁଁ ପୋଖରୀ ରୁ ଗୋଡହାତ ଧୋଇ ଫେରିବା ସମୟରେ ଗୋଟିଏ ଖାଲରେ ଅଳ୍ପ ପାଣି ଥିବାର ଦେଖିଥିଲେ, ସେ ଖାଲରେ ମାଛ ମଧ୍ୟ ଭଲ ଥିବାର ଜଣାଯାଉଥିଲା । ଦୁଇ ଜଣ ବିଚାର କରିଥିଲେ ସକାଳେ ପାଣି ଶୁଖେଈ ମାଛ ଧରିବା ପାଇଁ । ଭୋର ଭୋର ଭୂତ ଆସି ଡାକିଛି, ମୁଁ ମାଧ ଡାକୁଛି ଭାବି ତା ସହିତ ଚାଲିଗଲି ।ଖାଲ ରୁ ପାଣି ବାହାରକରି ମାଛ ଧରିଲେ , ମାଛ ଗୋଟିଏ ସ୍ଥାନରେ ରଖୁଥିଲେ । ମାତ୍ର କିଛି ସମୟ ପରେ ମୁଁ ଦେଖିଲି ସିଏ ମାଛ ଯାଗାରେ ନରଖି ଗୋଟିଏ ଗୋଟିଏ ଖାଉଛି । ପଚାରିଲେ ଶୁଣୁନାହି କି ଉତ୍ତର ଦେଉନାହିଁ । ମୁଁ ଭାବିନେଲି ସେ ବୋଧହୁଏ ମାଧ ନୁହେଁ ଭୂତ ଟିଏ । ତେଣୁ ସୁବିଧା ଦେଖି ବାହାରି ଆସିଲି । କିଛି ରାସ୍ତା ଆସିଲା ପରେ ପଛକୁ ବୁଲିକି ଦେଖିଲା ବେଳକୁ ସିଏ ଦୃତ ପାଦରେ ମୋତେ ଅନୁସରଣ କରୁଛି । ସେଇଠୁ ମୁଁ ଅଣନିଶ୍ଵାସୀ ହୋଇ ଦୌଡିଲି । ଏହା ପରେ ମୋର କିଛି ମନେ ପଡ଼ୁନାହିଁ "

ଏହାପରେ କଅଣ ହୋଇ ଥିବ, ସମସ୍ତ ଘଟଣା ଆପଣ ମାନେ ଅନୁମାନ କରି ପାରୁଥିବେ । 


Rate this content
Log in

More oriya story from Durjyodhan Barik

Similar oriya story from Horror