Kabiratna Nutan Kumar Behera

Abstract Classics Inspirational

4  

Kabiratna Nutan Kumar Behera

Abstract Classics Inspirational

ଶ୍ରୀଜଗନ୍ନାଥ ହେ କୃପାସିନ୍ଧୁ

ଶ୍ରୀଜଗନ୍ନାଥ ହେ କୃପାସିନ୍ଧୁ

1 min
11



ଶ୍ରୀଜଗନ୍ନାଥ ହେ କୃପାସିନ୍ଧୁ

         ତୁମେ ସାରା ସଂସାରର ବନ୍ଧୁ,

ତୁମେ ମହାମେରୁ ମହାବାହୁ

     ତୁମେ ବିନା ଡାକିବି କାହାକୁ...?୦।

ଏ ଦୁନିଆଁ ତୁମେ ସୃଷ୍ଟି କରି

          ରଖିଛ ତୁମ ହାତରେ ଧରି,

ବିପଦେ ଆପଦରେ ଉଦ୍ଧାରି 

           ଅଧରରେ ଦିଅ ହସ ଭରି।

ତୁମେ ଜଗତେ ବଡ଼ଠାକୁର

          ଆଦି ଅନ୍ତ ନାହିଁ ଯେ ତୁମର,

ତୁମେ ଦୟାମୟ ହରିହର

        ତୁମ ଇଙ୍ଗିତେ ଚାଲେ ସଂସାର।

ଶ୍ରୀଜଗନ୍ନାଥ ହେ କୃପାସିନ୍ଧୁ......

ହେ ଆର୍ତ୍ତବନ୍ଧୁ କରୁଣାକର 

         ତୁମେ ଆରତ ଶୁଣ ଭକ୍ତର,

ବିପଦୁଁ କରି ତୁମେ ଉଦ୍ଧାର 

         ରକ୍ଷାକର ଏ ସାରା ସଂସାର।

ତୁମେ ଜୀବର ଜୀବନ ଡ଼ୋର

          ଧରି ରଖିଛ ହାତେ ତୁମର,

ତୁମ ଶରଣେ ସଚରାଚର,

           ତୁମ ଆଶିଷ ଅମୃତ ଝର।

ତୁମ ପାଶେ ଏତିକି ଗୁହାରି

       ଜୀବନେ କେବେ ଯିବିନି ହାରି,

ମନେ ପ୍ରାଣେ ଦିଅ ଜ୍ଞାନ ଭରି

          ସେବାରେ ରହିଥିବି ସବୁରି।

ଶ୍ରୀଜଗନ୍ନାଥ ହେ କୃପାସିନ୍ଧୁ......


Rate this content
Log in

Similar oriya poem from Abstract