Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sriram Sahu

Inspirational

3  

Sriram Sahu

Inspirational

କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣିମା

1 min
191



ମାସ ମଧ୍ୟେ ସାର କାର୍ତ୍ତିକ ଅଟଇ

    ଭୁଞ୍ଜି ସାତ୍ତ୍ୱିକ ଆହାର।

ଦିଅଁ ଦରଶନ   ତୀର୍ଥ ଭ୍ରମଣରେ

    ପୂଣ୍ୟ ଅରଜନ କର।୧


ଗୀତା ଭାଗବତ  କାର୍ତ୍ତିକ ମାହାତ୍ମ୍ୟ

    ପଠନ ନିଇତି କରି।

ଧରମ ଆଚରି   ଧରମ କରିଲେ

    ମିଳିଥାଏ ସୁଖ ଶିରୀ।୨


ସକାଳ ଗାଧୁଆ   ଶୀତୁଆ ପବନ

    ଶରୀର ନିମନ୍ତେ ହିତ ।

ଉତ୍ତମ ଭାବନା  ଉଚିତ ଚିନ୍ତାରେ

     ରହିଥାଅ ଅବିରତ।୩


ଶୁକ୍ଳଏକାଦଶୀ ପୂର୍ଣ୍ଣିମା ପର୍ଯ୍ୟନ୍ତ

     ପଞ୍ଚୁକ ନାମେ ବିଦିତ।

ପଞ୍ଚକରେ ବ୍ରତ  ହବିଷ କରିଲେ

     ସୁଖମିଳେ ଅପ୍ରମିତ।୪


ମତ୍ସ୍ୟ ଅବତାରେ ବିଷ୍ଣୁ ଭଗବାନ

     ବେଦକୁ ଉଦ୍ଧାର କଲେ।

ଶଙ୍ଖାସୁର ମାରି  ପାପିଷ୍ଟ ବିନାଶି।

     ସଙ୍କଟ ମୋଚନ କଲେ ।୫


ଶରଶଯ୍ୟା ମଧ୍ୟେ ଭୀଷ୍ମ ପିତାମହ

     ସ୍ମରି ବାସୁଦେବ ନାମ ।

ପୂର୍ଣ୍ଣିମା ତିଥିରେ  ଇଛାମୃତ୍ୟୁ କରି

     ଲଭିଲେ ବୈକୁଣ୍ଠ ଧାମ।୬


ବାଣିଜ୍ୟ ବେପାର  କରି ବିଦେଶରୁ

     ସାଧବପୁଅ ଫେରନ୍ତି।

ସାଧବାଣୀ ବୋହୂ  ବୋଇତ ବନ୍ଦାଣ

     ପୂର୍ଣ୍ଣିମା ଦିନ କରନ୍ତି।୭


ମାଆ ମଙ୍ଗଳାଙ୍କୁ   ପୂଜା କରିଥାନ୍ତି

     କାର୍ତ୍ତିକ ପୂର୍ଣ୍ଣିମା ଦିନ।

ଗୁଆପାନ ଦେଇ   ଧୂପଦୀପ ଜାଳି

     କରିଥାନ୍ତି ନିବେଦନ।୮


ଆ-କା-ମା-ବୈ   ଉଚ୍ଚାରଣ କରି

     ହୋଇଥାନ୍ତି ମନେ କ୍ଷାନ୍ତ।

ମାସିକ ଧରମ   କାର୍ତ୍ତିକରେ ବ୍ରତ

    ପୂର୍ଣ୍ଣିମାରେ ହୁଏ ଅନ୍ତ।୯


ଆମ ପରମ୍ପରା  ଅଟଇ ମହାନ

    ଶ୍ରୀକ୍ଷେତ୍ରରେ ଜଗନ୍ନାଥ।

ବାରମାସେ ତେର  ପରବ ପର୍ବାଣୀ

    ସାରା ଜଗତେ ବିଖ୍ୟାତ।୧୦

 


    


Rate this content
Log in

Similar oriya poem from Inspirational