ଏତିକି ମୋର ମାଗୁଣି
ଏତିକି ମୋର ମାଗୁଣି
ଉଠ ନୀଳମଣି ରାତି ପାହିଲାଣି
କାକ ପିକ ଡାକିଲେଣି,
ହସି ହସି ପରା ନାଲି ମୁରୁଜକୁ
ବୁଣି ଆସେ ଦିନମଣି,
ନିଦ ତାଙ୍କ ଭାଙ୍ଗିଲାଣି
ସୁବାସ କୁସୁମ ଅଗରୁ ଚନ୍ଦନ
ଧରି ପଣ୍ଡା ଆସିଲେଣି
ଉଠ ଉଠ ନୀଳମଣି ।
ନିଦ ଭାଙ୍ଗି ଶେଯେ ଜେଜେ ଠାକୁର ମୋ
କରାଗ୍ରେ ମନ୍ତ୍ର କଲେଣି,
ହାତ ଯୋଡି ଆଣ୍ଠୁ ମାଡି ମୋ ଜେଜେମା
ତୋ ନାମକୁ ଭଜିଲାଣି,
ଶାନ୍ତି ଅଶାନ୍ତ ହେଲାଣି
ସର୍ବେ ଭବନ୍ତୁ ସୁଖୀନ ଏକସ୍ଵରେ
ନିବେଦନ ମା ରଖିଲେଣି
ଉଠ ଉଠ ନୀଳମଣି ।
ସକାଳୁ ସକାଳୁ ସଦେଇ ଦାଦି ମୋ
ମେଞ୍ଚାଏ ଚାରାକୁ ଧରି
କାନ୍ଧରେ କୋଦାଳ ହାତେ ପାଣି ଡବା
ଧରି ଗଲେ ତ ବାହାରି
ବିଶ୍ଵ ତାପ ବଢିଲାଣି
ପ୍ରଦୂଷଣ ସ୍ଵଛ ବାୟୁ ଜଳ ପାଇଁ
ବୃକ୍ଷ ରୋପିଲେଣି
ଉଠ ଉଠ ନୀଳମଣି ।
ପହିଲି ଭୋଗରେ ସନ୍ତୋଷ କଲେଣି
ପଣ୍ଡା ପଡିହାରି ତୋତେ,
ସୁସ୍ଥ ଆଉ ଶାନ୍ତି ପରିବେଶ ପାଇଁ
ଗୁହାରୀ ତୋର ଶ୍ରୀପଦେ,
ଘେନା କର ପ୍ରଭୁ ହସ ଭରିଦିଅ
ଏତିକି ମୋର ମାଗୁଣି
ଉଠ ଉଠ ନୀଳମଣି ।