Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ବିଜ୍ଞାନ ଦିବସ ଅନୁଚିନ୍ତା

ବିଜ୍ଞାନ ଦିବସ ଅନୁଚିନ୍ତା

1 min
587



ପ୍ରମାଣ ସିଦ୍ଧ ତତ୍ତ୍ୱ ଆଧାରରେ

ଅରଜିତ ଯେଉଁ ଜ୍ଞାନ l

ସରଳ ଭାଷାରେ ତାହାକୁଟି ଆମ୍ଭେ

କହି ଥାଉଁ ହିଁ ବିଜ୍ଞାନ ll

ଜିଜ୍ଞାସା ହିଁ ଅଟେ ବିଜ୍ଞାନ ଜନକ

ଵୀକ୍ଷଣଟି ମହାମନ୍ତ୍ର l

ଵୀକ୍ଷଣ ଓ ପରୀକ୍ଷଣ କ୍ଷଣେ କ୍ଷଣେ

ସତ୍ୟ ହୁଅଇ ପ୍ରକଟ ll

ଏ ସାରା ସଂସାରେ ରହିଛନ୍ତି ପୁରି

କେତେ ଜୀବ ଜନ୍ତୁ ପ୍ରାଣୀ l

ମଣିଷକୁ ଏକା ଈଶ୍ୱର କଲ୍ୟାଣ

ଭଲ ମନ୍ଦ ପାରେ ଜାଣି ll

ସେହି ଜ୍ଞାନ ବଳେ ମହାନ ବିଜ୍ଞାନୀ

ନିଉଟନ ଆଇନଷ୍ଟେନି l

ମାନବ କଲ୍ୟାଣେ ବିଜ୍ଞାନ ତତ୍ତ୍ୱକୁ

ସମ୍ମୁଖେ ଥୋଇଲେ ଆଣି ll

ସି ଭି ରମଣ, ଜଗଦୀଶ ବୋଷ ପୁଣି

ଏଡୱାର୍ଡ ଜେନର l

ବିଜ୍ଞାନ ଜ୍ଞାନକୁ ଖଟାଇଲେ ଆଣି

ଯେସନେ ନର କିଙ୍କର ll

ବିଜ୍ଞାନ ଅଟଇ ଉତ୍ତମ ସେବକ ଆୟତ୍ତେ

ଟି ତାହା ଥିଲେ l

ଆୟତ୍ତୁ ବାହାର ହୋଇଲେ ବିଜ୍ଞାନ ସୃଷ୍ଟି

ନାଶେ ଅବହେଳେ ll

ଦେଖୁଛ ତ ଭାଈ ବିଜ୍ଞାନୀ ମଣିଷ ଅଜ୍ଞାନୀ

ପରାୟେ ହୋଇ l

ସୃଷ୍ଟିରେ ଆଜି ତାଣ୍ଡବ ରଚିଛି ବେଶି

କିଛି କହୁନାହିଁ ll

ବିଜ୍ଞାନ ଦିବସେ ସର୍ବେ ଚିନ୍ତ ଭାଈ

ବିଜ୍ଞାନର ହେଉ ଜୟ l

ବିଜ୍ଞାନ ଲାଗୁ ମାନବ କଲ୍ୟାଣେ

ଏଡ଼ାଇ ଅଜ୍ଞାନ ଭୟ ll

ନର ଦେହେ ଥିବ ଯାବତ ହୃଦୟ

ବିଜ୍ଞାନ ନ ହେବ ଲୟ l

ବିଶେଷ ଜ୍ଞାନରେ ବିଜ୍ଞାନୀ ସାଧିଲେ

ବିଜ୍ଞାନ ସିଦ୍ଧାନ୍ତ ଚୟ ll

        


Rate this content
Log in

Similar oriya poem from Inspirational