Chittaranjan Nanda

Inspirational

3  

Chittaranjan Nanda

Inspirational

ଭାଗ୍ୟ ଭଗବାନ ଯୁକ୍ତିଯୁକ୍ତ କି?

ଭାଗ୍ୟ ଭଗବାନ ଯୁକ୍ତିଯୁକ୍ତ କି?

1 min
132


ପରା ଲେଖା ଅଛି କଥା 

ଜଗତ ସ୍ୱାଇଁ ବିଶ୍ଵ ନିୟନ୍ତା 

ସରବର ଭାଗ୍ୟ ବିଧାତା 

ସୃଷ୍ଟି କର୍ତ୍ତା 

ସଂହାର କର୍ତ୍ତା 

ପୁଣି ପାଳନ କର୍ତ୍ତା

ଦିଅନ୍ତି ମଙ୍ଗଳ କର୍ତ୍ତା 

ମଣିଷ ତ ନିମିତ୍ତ ମାତ୍ର  

ତାଙ୍କ ଦ୍ୱାରା ପରିଚାଳିତ 

ଯଦି କରଇ କୌଣସି ପାପ 

କିଆଁ କରିବ‌ ତା ପାଇଁ ସନ୍ତାପ 

କାହିଁକି ସେ ଦଣ୍ଡ ପାଇବ 

ଏ ଯୁକ୍ତିଯୁକ୍ତ ନୁହେଁ କି ଟିକିଏ ଭାବ?


ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏରେ 

ରାଜ୍ୟରେ ଗୃହ ନିର୍ମାଣରେ 

ରାସ୍ତା ଘାଟ ନିର୍ମାଣରେ  

ଲୋକଙ୍କୁ ଶିକ୍ଷା ଦେବା ନାମରେ 

କାହିଁକି ଏଭଳି କାର୍ଯ୍ୟ ହୋଇବ 

ଏ ଯୁକ୍ତିଯୁକ୍ତ ନୁହେଁ କି ଟିକିଏ ଭାବ?


ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏରେ 

ସ୍ୱଚ୍ଛତା ଅଭିଯାନରେ 

ଶିକ୍ଷା ବା ସ୍ୱଚ୍ଛତା କହିବାରେ 

ହେ ଭାଇ ଭଉଣୀ ନାହିଁକି ସ୍ଲୋଗାନରେ?

କାହିଁକି ସେ ଦଣ୍ଡ ପାଇବ 

ଏ ଯୁକ୍ତିଯୁକ୍ତ ନୁହେଁ କି ଟିକିଏ ଭାବ?


କୁହ ଭାଇ ଭଉଣୀ  

ଦେଖୁ ନାହେଁକି ଲକ୍ଷ ଲକ୍ଷ ଶିଶୁଙ୍କୁ 

କେତେ କଷ୍ଟ ସହୁଛନ୍ତି 

ପିଠିରେ ଲଦି ନେଉ ନେଉ ବସ୍ତା ସଵୁକୁ 

ପାଇବା ସେମାନଙ୍କୁ ବାସନ ମାଜିବା ଅବସ୍ଥାରେ 

ଜଳଖିଆ ଦୋକାନରେ 

ଶୈଶବ ହଜିଯାଉଛି ମହାଜନଙ୍କ ଘରେ 

ଶିଶୁ ଶ୍ରମିକ ଭାବରେ 

ମଣିଷ ତ ନିମିତ୍ତ ମାତ୍ର  

ଦେବଶକ୍ତି ଦ୍ୱାରା ପରିଚାଳିତ 

କାହିଁକି ମହାଜନ ଦଣ୍ଡ ପାଇବ 

ଏ ଯୁକ୍ତିଯୁକ୍ତ ନୁହେଁ କି ଟିକିଏ ଭାବ?


ଅତ୍ୟାଚାର ସହୁ ସହୁ କେତେ କଷ୍ଟରେ 

କେତେ ଶୈଶବ ହଜିଯାଏ ଅକାଳରେ 

ହିସାବ ନାହିଁ କାହାରି ପାଖରେ  

ଦେଶ ପ୍ରଗତି ପଥରେ 

ଚାଲିନି କି ସ୍ଲୋଗାନରେ 

ଭଗବାନଙ୍କ ଦରବାରରେ 

କାହିଁକି ଏଭଳି କାର୍ଯ୍ୟ ହୋଇବ?

ଭାଗ୍ୟ ଭଗବାନ ଯୁକ୍ତିଯୁକ୍ତ କି ଟିକିଏ ଭାବ?


ଜୀବନର ଫର୍ଦ୍ଦେ ଫର୍ଦ୍ଦେ ସଂଘର୍ଷ  

ଶେଷ ନାହିଁ ମନେ ଅବଶୋଶ 

ରକ୍ତାକ୍ତ କ୍ଷତ ବିକ୍ଷତ ହୃଦୟରେ 

ମନ ଭାଙ୍ଗି ଉଠି ପଡି ଚାଲେ ମଣିଷ ସମାଜରେ 

ଅବଶୋଷେ ଭାବି ଚାଲଇ 

ଦୁଃଖର ମିତ ପରା ଜଗନ୍ନାଥ ନାମ ଥାଇ 

ମଣିଷ ଜୀବନ ପାଣି ଫୋଟକା ସଂସାରେ

ସବୁ ଯଦି ଚାଲିଛି ତାଙ୍କରି ଦୟାରେ 

ଜୀବନ ମାନେ ତ ସଂଘର୍ଷ  

ବିନା ସଂଘର୍ଷରେ ନାହିଁ ତ ଜୀବନ 

ଇଏ ହିଁ ସାର ସଂସାର ଧର୍ମରେ  

ଜୀବନ କଟେ ଚିର ଦିନ ଆହାର ଅନ୍ୱେଷଣରେ 

ମଣିଷ ରହି ଥାଇ ପାରେ 

ଜଙ୍ଗଲ ଭିତରେ ଅବା

ମଠରେ ଅବା 

ମନ୍ଦିରରେ 

କୁହ ମୋର ଭଉଣୀ ଭାଇ 

ଈଶ୍ୱର ଯଶ ଗୁଣ ଗାଇ 

ରହି ପାରିବ କି ବିନା ଖାଦ୍ୟରେ

ଆହାରର ଅନ୍ୱେଷଣରେ 

କାହିଁକି ମଣିଷ କାର୍ଯ୍ୟ କରିବ?

ଭାଗ୍ୟ ଭଗବାନ ଯୁକ୍ତିଯୁକ୍ତ କି ଟିକିଏ ଭାବ?



Rate this content
Log in

Similar oriya poem from Inspirational