Click here to enter the darkness of a criminal mind. Use Coupon Code "GMSM100" & get Rs.100 OFF
Click here to enter the darkness of a criminal mind. Use Coupon Code "GMSM100" & get Rs.100 OFF

ଭୁଲି ହୁଏନା

ଭୁଲି ହୁଏନା

5 mins 153 5 mins 153


ସେଦିନ ମଞ୍ଚରୁ ଛୁଟି ଆସୁଥାଏ ମଧୁର ରାଗିଣୀ"ମନରେ ମନ ମିଶିଲେ ଆଉ ଭୁଲି ହୁଏନା"।ଯାତ୍ରା ସମ୍ରାଟ ତାରିଣୀ ଗଣନାଟ୍ୟର ଅନୁସନ୍ଧାନ ମୂଳକ ନାଟକ "ଭୁଲି ହୁଏନା"ର ଏକ ଲଭ ସିନ୍ ର ଗୀତ।ରଙ୍ଗମଞ୍ଚରେ ନାୟକ ଓ ନାୟିକାଙ୍କ...ନିଖୁଣ ଅଭିନୟ।ଆଲୋକର ତରଙ୍ଗ ସହ ପ୍ରେମର ତରଙ୍ଗରେ ଦର୍ଶକ ଦର୍ଶିକାଙ୍କର ହୃଦୟର ତରଙ୍ଗ ତରଙ୍ଗାୟିତ ହେଉଛି।ସଭିଙ୍କ ଆବେଗ ଭରା ଆକର୍ଷଣ ସେହି ନାୟକ ନାୟିକାଙ୍କର ପ୍ରେମ ପ୍ରଣୟର ଉତ୍ତାଙ୍ଗ ଜୁଆରକୁ।ହଠାତ୍ ଧଳା ରଙ୍ଗର ସିଙ୍ଗଲ ଲାଇଟ ଫୋକସ କରିଛି ଦୁହିଁଙ୍କୁ।ଦୁହେଁ ଦୁହିଁଙ୍କୁ ଚାହିଁଛନ୍ତି ଆବେଗଭରା ଠାଣିରେ।ଚାରି ଆଖିର ମିଳନ ସତେ ଯେମିତି କନ୍ୟାକୁମାରୀର ପୂର୍ଣ୍ଣିମାର ସଙ୍ଗମ।କ୍ଳାଇମାକ୍ସ ସିନ୍, ଦର୍ଶକ ସ୍ତବ୍ଧ ପ୍ରେମର ମତୁଆଲା ଠାଣିରେ।ସେହି ଧଳା ଲାଇଟରେ ଝଲମଲ ହେଉଥାନ୍ତି ଦୁଇ ବିପରୀତ ପାର୍ଶ୍ଵରେ ବସି ରସ ଆଶ୍ବାଦନ କରୁଥିବା ଦୁଇ ପ୍ରେମ ପିପାସୁ ପ୍ରୀତି ଓ ପ୍ରଣୟ।ମଞ୍ଚ ନିକଟରେ ଏ ଲାଇନରେ ବସିଥାନ୍ତି ପ୍ରୀତିପୁରର ରାଜକୁମାରୀ ପ୍ରୀତିଛନ୍ଦା ଓ ସମ୍ମୁଖରେ ଇ ଲାଇନରେ ବସିଥିବା ପ୍ରଣୟପୁରର ଯୁବରାଜ ପ୍ରଣୟକୁମାର।ଦୁହିଙ୍କର ପିନ୍ଧା ଶୁଭ୍ରବସ୍ତ୍ର ଝିଲମିଲ କରୁଥାଏ ସେ ପରିବେଷ୍ଟନୀକୁ।ସତେ ଯେମିତି ଇନ୍ଦ୍ରଭୁବନର ଇନ୍ଦ୍ରଙ୍କ ସହ ରମ୍ଭାଙ୍କ ଅପୂର୍ବ ଆକର୍ଷଣ।ପ୍ରଣୟର ଆଖିପଲକରେ ପ୍ରୀତି ଲାଜେଇ ମୁଣ୍ଡ ତଳକୁ କରିଦେଲା,ଠିକ୍ ସେହିପରି ପ୍ରୀତିର ଆଖି ଚମକରେ ପ୍ରଣୟର ମୁହଁ ଝାଉଁଳି ଗଲା।ପ୍ରୀତିର ସୁନା ଝରା ମୁହଁକୁ ଦେଖି ପ୍ରଣୟ ସତେ ଯେମିତି ସପନ ରାଇଜରେ ହଜି ଗଲା ଆଉ ପ୍ରଣୟର ସୁନ୍ଦର ଚେହେରା ପ୍ରୀତିକୁ ପ୍ରେମ ବନ୍ଧନରେ ବାନ୍ଧିଦେଲା।


ସୁନ୍ଦରୀ ତରୁଣୀକୁ ଦେଖିଲେ କାହା ଆଖି ଫେରିଯିବ ଯେ,ପ୍ରଣୟ ଫେରାଇଦେଵ ତା ମୁହଁ।ଠିକ୍ ସେପରି ସୁନ୍ଦର ରାଜକୁମାରକୁ ଦେଖିଲେ ରାଜକୁମାରୀ ପ୍ରଣୟ ନିଶାରେ ହଜିଯିବ ହିଁ ହଜିଯିବ।ଦୁହେଁ ଚାହୁଁଥାନ୍ତି କେମିତି ପରସ୍ପର ସହ କଥା ହୁଅନ୍ତେ କି,ପରସ୍ପର କଥା ଜାଣନ୍ତେ।ଲଭ ସିନ୍ ସିନା ସରିଗଲା ହେଲେ ପ୍ରୀତି ପ୍ରଣୟକୁ ସତେ ଯେମିତି ସ୍ୱାଗତ ଜଣାଇ ଆହ୍ୱାନ କଲା।


  ହଠାତ୍ ପ୍ରଣୟ ବାହାରକୁ ବାହାରିଲା କିଛି ବାଦାମ କି ମଟର ଆଣିବାକୁ।ମନେ ମନେ ଭାବୁଥାଏ ସିଏ ଆସନ୍ତା କି ପାଖରୁ ଦେଖନ୍ତି ।କିଣୁ କିଣୁ ଭାବିଲା ତା ପାଇଁ ଆଉ ଗୋଟିଏ ପୁଡ଼ିଆ ହେଲେ ନିଅନ୍ତି।ଧେତ୍ କଣ ଭାବିବ ସିଏ।ଏପଟେ ପ୍ରୀତି ପ୍ରାଣୟକୁ ନ ଦେଖି ଭାବିଲା,ଏ ବୋଧେ ଚାଲିଗଲେ ନାଚ ନ ଦେଖି।ମୋ କଥା ଟିକିଏ ବି ଭାବିଲେ ନାହିଁ।କି ଅଦ୍ଭୁତ ଲୋକ ମ,ପୁରା ବୁଦ୍ଧୁଟାଏ।ମୋ ହସ ମୋ ଲାଜର କଥା କ'ଣ ବୁଝି ପାରିଲେ ନାହିଁ।ସାଙ୍ଗ ସୁମତୀକୁ ନେଇ ଚାଲିଲା ବାହାରକୁ।ୟାଡେ ସିଆଡେ ଖୋଜୁଥାଏ ତାଙ୍କୁ,ଏସବୁ ଦେଖି ସାଙ୍ଗ କହୁଥାଏ,ଆରେ କାହାକୁ ଖୋଜୁଛୁ?ପ୍ରୀତି କହୁଥାଏ କାହିଁ ନାଇଁତ? ଆରେ ସୁମତୀ କିଛି ବାଦାମ ଆଉ ମଟର ମୁଁ ଆଣୁଛି,ତୁ ଛିଡା ହୋଇଥା କହି ଗଲା ସେଇ ଦୋକାନରୁ।ପ୍ରଣୟ ଧରି ମୁହଁ ବୁଲାଇଲା ବେଳଜୁ ସେଇ ସୁନ୍ଦରୀର ମୁହଁ ଦେଖି ଆଶ୍ଚର୍ଯ୍ୟ ଓ ବିଭୋର ହୋଇଗଲା।


ଦୁହିଙ୍କ ଆଖି କଣ କଣ କହି ପକାଇଲା କେଜାଣି,ଆସ ମୁଁ ଆଗରେ କହି କିଛି ବାଟ ଚାଲିଆସିଲା ପ୍ରଣୟ।ସଅଳ ସଅଳ ପବନ ବେଗରେ ଛୁଟି ଆସିଲା ପ୍ରୀତି।ତା ପାଖରେ କହିଲା,ବହୁତ ଖୁସି ଲାଗିଲା ତୁମକୁ ଦେଖି ତୁମେ ବହୁତ ସୁନ୍ଦର।ପ୍ରଣୟ ବି କହିଲା ତୁମେ ତ ସାକ୍ଷାତ ପରୀ।ହୁଁ...ଦୁଷ୍ଟ,ସାଙ୍ଗ ଅଛି।ଆସ ଆଗକୁ।ପ୍ରୀତି ଓ ସୁମତୀ ଦୁହେଁ ଆଗକୁ ଯାଉଥାନ୍ତି।ଫେରି ଫେରି ପଛକୁ ଚାହୁଁଥାଏ ପ୍ରଣୟକୁ ।ପ୍ରଣୟ ଚାହୁଁଥାଏ ସେ ରହିଯାନ୍ତା କି?କେତେ କଥା ହୁଅନ୍ତା।ପ୍ରୀତି ରହିଗଲା...ସୁମତୀ କିନ୍ତୁ କିଛି ଦୂରରେ।ପାଖରେ ନ ଦେଖି ପଛକୁ ଚାହିଁ କହିଲା ଆରେ ରହିଗଲୁ ଯେ?ପ୍ରୀତି ବାହାନାରେ କହୁଥାଏ,ଗୋଡ଼ ଝିମ ଝିମ ହୋଇଗଲା ତ?ପ୍ରଣୟ ପହଁଚିଗଲା ପାଖରେ ଆଉ କହିଲା ପ୍ଲିଜ ଏକ୍ସ କ୍ୟୁଜ ମି ଆପଣଙ୍କ ଫୋନ୍ ଟିକେ ଦେବେ କି?ମୋର ଚାର୍ଜ ସାରିଯାଇଛି ତ,ଟିକେ ଅର୍ଜେଂଟ କଲଟେ କରିଥାନ୍ତି।ଆଗ୍ରହରେ ପ୍ରୀତି ବଢ଼େଇ ନେଲା,ଆଉ ତା ନିଜ ନମ୍ବରକୁ ମିସ କଲ ଟେ କରି ଲାଗୁନାହିଁ କହି ମୋବାଇଲ ବଢ଼େଇ ଦେଲା।ଥ୍ୟଙ୍କ ୟୁ କହି welcom ଶୁଣିବାକୁ ଭୁଲିଲା ନାହିଁ।


  ପୁଣି ଚାଲିଲା ଦୁହିଙ୍କ ଅସଲ ନାଟକ।ଆଉ କେହି ବି ଦୁହିଙ୍କ ଭିତରୁ ମଞ୍ଚର ନାଟକ ଦେଖୁ ନ ଥାନ୍ତି।ନାଟକ ସରିଲା ହେଲେ ଦୁହିଙ୍କ ନାଟକର ଅଙ୍କ ସତେ ଯେମିତି ଆରମ୍ଭ ହେଉଥାଏ।ଆଖି ପିଛୁଳାକେ ଲୋକାରଣ୍ୟ ଭିତରେ କେହି କାହାରିକୁ ନ ପାଇ ମନ ଦୁଃଖରେ ଘରକୁ ଫେରିଲେ।


 ଦୁହିଙ୍କ ଆଖିକୁ କଣ ନିଦ ଅଛି।ପ୍ରଣୟ ଚଲାକିରେ ନେଇଥିବା ନମ୍ବରକୁ ଖୋଜି ଲଗାଇଲା ଫୋନ୍।କି ମଧୁର କଣ୍ଠସ୍ୱରର କଥା।ଆରେ ଯାହା କହୁଛ ଶୀଘ୍ର, ମାଆ ଉଠିଲେ ରାଗିଯିବ?କେତେ କୈଫିୟତ ଦେବାକୁ ହେବ।ତୁମ ନାଆଁ ?ପ୍ରଣୟ।ଆଉ ତୁମ ?ପ୍ରୀତି।କଣ ପଢୁଛ?ଏଥର ମାଟ୍ରିକ ପରୀକ୍ଷା ଦେଇଛି?ତୁମେ ?+୨ ୨ୟ ବର୍ଷ ବିଜ୍ଞାନ,ଏଇ ଧରଣୀ ଧର ମହାବିଦ୍ୟାଳୟ ରେ ପଢେ।ଘର ପ୍ରଣୟପୁର ଏଠାରୁ ୫୦କି. ମି.ଦୂର,ହଷ୍ଟେଲରେ ରହି ପଢୁଛି।ତୁମେ ଆମ କଲେଜରେ ପଢିବ?ଘରେ ଯେଉଁଠି ପଢ଼ାଇବେ।ହେଲେ ମୁଁ ଚାହୁଁଚି ଏଇଠି ପଢ଼,ପଢିବ ନା? ହଉ ରେଜଲ୍ଟ ବାହାରୁ।ମୁଁ କିନ୍ତୁ ରେଜଲ୍ଟ ତୁମକୁ ପ୍ରଥମେ ଜଣାଇବି।ତୁମ ଘର,ଏଇ ପ୍ରୀତିପୁର ଯେଉଁଠି ଯାତ୍ରା ହେଉଥିଲା ପାଖ ବର ଗଛ ପାଖର ଏକୁଟିଆ ଘରଟା।ହଉ ମୁଁ ଯିବି...।ନାଁ ବାବା ନାଁ।ରଖ।


 ପରୀକ୍ଷା ଫଳ ବାହାରିବା ଦିନ ରାତିରେ ନିଦ ନ ଥାଏ ପ୍ରଣୟକୁ।ସକାଳୁ ବଗ ପରି ବସି ଶୁଣୁଥାଏ ଖବର।ସକାଳ ନଅଟା।ବାହାରିଲା ରେଜଲ୍ଟ।ଚାଲିଲା ପ୍ରୀତିଘର ,ବରଗଛ ମୂଳେ ରେଜଲ୍ଟ କଥା ଫୋନରେ ବଡ ପାଟିରେ କହି ଚାଲିଲା ସାଙ୍ଗକୁ ମାର୍କ ବିଷୟରେ।ଏସବୁ ଶୁଣି ପାନ ଦୋକାନୀ ରଘୁଆ କହିଲା,ଆଜ୍ଞା ଏଇଠି ମଲ୍ଲୀ ମାଉସୀଙ୍କ ଝିଅ ପରୀକ୍ଷା ଦେଇଛି ତ?


ରଘୁଆ ନାନୀ ନାନୀ କହି ତୁହାଇ ପକାଇଲା।ଓ ଡାକି ଆଣିଲା।ପ୍ରଣୟ ପ୍ରଣାମ କଲା ଓ ରୋଲ ନମ୍ବର ମାଗିଲା।ହେଲେ ସେସବୁ ଘରେ ଅଛି ପୁଅ କିଛି ନ ଭାବିଲେ ଆସନ୍ତ କହିବାରୁ ଆଗ୍ରହରେ ଚାଲିଲା ସେଇ ଘରକୁ ଯେଉଁଠି ଅଛି ତା ପ୍ରାଣ ସ୍ପନ୍ଦନ।ଲୁଚା ଲୁଚା ଦେହର ଲାଜ ଲାଜ ହସକୁରା ମୁହଁ ସତରେ ମନଲୋଭା ଥିଲା।ଆଉ ପ୍ରୀତି ଯେତେବେଳେ ଫାଷ୍ଟ କ୍ଳାସ ଫାଷ୍ଟ ଜାଣିପାରିଲା ତା ପାଦ ଆଉ ତଳେ ଲାଗିଲା ନାହିଁ।ରହ ବାପା ମିଠା ଖାଇ ଯିବ, ଆଉ ଏ କେଉଁଠି ପଢିବ କେମିତି ପଢିବ ମୋତେ ଚିନ୍ତା କରିବାକୁ ପଡ଼ିବ।ମାଉସୀ ସେ ଧରଣୀଧର ମହାବିଦ୍ୟାଳୟରେ ପଢନ୍ତୁ ଭଲ ହେବ କହି ବିଦାୟ ନେଲା।ଫର୍ମ ପକାଇଲା।ଇଣ୍ଟିମେସନ ଲେଟର ଧରି ଆସି ହାଜର।ଆଡ଼ମିଶନ ଦିନ ସେ ଆଉ ପ୍ରୀତି ମିଶି ଆଡମିଶନ କରିଦେଲେ,ସମସ୍ତଙ୍କ ନଜର ଏ ଦୁଇ ପ୍ରେମୀଯୁଗଳ ଉପରେ।ଚାଲିଲା କଲେଜ ରେ ଦେଖା ସାକ୍ଷାତ ହସ ଖୁସି।ହେଲେ ପାଣି ପବନ ବୃକ୍ଷଲତା ବି ସହି ପାରୁନାହାନ୍ତି ଏ ଆନନ୍ଦର ପୁଲକ।


 ଦିନେ କଥା ହେଉ ହେଉ ପ୍ରଣୟ ପଚାରିଲା ପ୍ରୀତିକୁ ତା ବାପା ବିଷୟରେ।ଆଖିରୁ ବହି ଗଲା ଧାର ଧାର ଅଶ୍ରୁ ଯେତେବେଳେ ଶୁଣିଲା ସେ ବାପଛେଉଣ୍ଡ,ଜନ୍ମ ହେବା ପୂର୍ବରୁ ତା ବାପା ତା ମାଆକୁ ଛାଡି ଚାଲିଯାଇଛନ୍ତି।ବୁଝାଇଲା କେତେ,ବୋଧ ବି କଲା।ସରି ବି କହିଲା, ପ୍ରୀତି ଆଖିରୁ ଲୁହ ପୋଛିଦେଲା।ଆରେ ମୁଁ ଥାଉ ଥାଉ ତୁମେ କାନ୍ଦିବ,ମୁଁ କେମିତି ସହି ପାରିବି ଯେ?ହେଲେ ମୁଁ ପରା ଗରିବ,ଏ ଦୁନିଆଁରେ ଗରିବର ଆୟତନ କମ୍ କିବା ଆଦୌ ନ ଥାଏ।କିଏ କହିଲା ପ୍ରୀତି, ଗରିବଙ୍କ ସ୍ଥାନ ନାହିଁ ଧନୀ ଗରିବ ସମସ୍ତେ ସମାନ।ଏସବୁ ପରା ମଣିଷର ମନ୍ଦ ଭାବନା।ହେଲେ ପ୍ରଣୟ ଭାଇ,ତୁମେ ବଦଳି ଯିବ ନି ତ?ମୋତେ ଭାରି ଡର ଲାଗୁଛି।ଛି ପାଗଳି ଟା, ଆରେ ଜହ୍ନଠୁ ଜୋଛନା କଣ ଦୁରେଇ ରହେ।ସୁର୍ଯ୍ୟ ପଶ୍ଚିମରେ ଉଦୟ ହୋଇପାରେ ହେଲେ ..ପ୍ରଣୟ କଣ କେବେ ପ୍ରୀତିଠୁ ଦୁରେଇ ଯିବ।


 ଇତି ମଧ୍ୟରେ ବିଦ୍ୱେଷ ନାମରେ ସେହି କଲେଜର ଯୁବକ ପ୍ରୀତି ପଛରେ ପଡିଯାଇଥାଏ।ମନ୍ତ୍ରୀଙ୍କ ପୁଅ,ସମ୍ଭ୍ରାନ୍ତ ଘରର ପିଲା।ହେଲେ ଅସଭ୍ୟଙ୍କ ସମ୍ରାଟ ଥିଲେ ସେ।ସମ୍ମାନ ତ ତାଙ୍କୁ ଛୁଇଁ ନ ଥିଲା।ଖଳନାୟକ ହୋଇ ଚଳାଇଲା ରାଜନୀତି।ମାଆ ଟି ତାଙ୍କ ଘରେ ରୋଷେଇ କରୁଥାଏ।ତାକୁ ଡାକିବା ବାହାନାରେ ପ୍ରୀତି ପ୍ରତି ଖରାପ ନଜର ବି ପକେଇଛି।ଖରାପ ଇଂଗୀତ ଦେଇଛି।ପ୍ରଣୟ ଓ ପ୍ରୀତିର ମିଳାମିଶା ସମ୍ପର୍କକୁ କଦାକାର କରି କହିଛି।ତାକୁ ପ୍ରଣୟ ସହ ମିଶା କରେଇଲେ ତା ଚାକିରୀ ଯିବ ବୋଲି ବି ଧମକ।ପ୍ରୀତିକୁ ପ୍ରଣୟ ସହ ମିଳାମିଶା ପାଇଁ ଆକଟ କରିଛନ୍ତି ସେ।ସେଇ ସୁଯୋଗ ନେଇ ବିଦ୍ୱେଷ ଚାହିଁଛି କରିବାକୁ ମିଳାମିଶା।ଆଉ ଜିଦ୍ ଧରିଛି ବିବାହ କରିବାକୁ।ଆଉ ଯୋଜନା କରିଛି ବିବାହ ପରେ ତା ସହ ଦୈହିକ ସମ୍ପର୍କ ପରେ ବାହାର କରିଦେବ କିମ୍ବା ଜୀବନରୁ ମାରିଦେଵ।ଏପଟେ ମାଆ ରାଣ ପକାଇ କହିଛନ୍ତି ପ୍ରଣୟକୁ ପ୍ରୀତି ସହ ନ ମିଶିବାକୁ।ଦୁହେଁ ଦୁହିଁଙ୍କ ବିନା ଝୁରୁଛନ୍ତି ମାରୀଚିକାର ବାଲି ପରି।


ହୋଇଛି ବିବାହ ଦିନ ଉପନୀତ।ହେଲେ ଆଖିର ଲୁହ ହିଁ ସାଥି ହୋଇଛି ପ୍ରୀତିର।ପ୍ରଣୟର ଆଖିରେ ନିଦ ନାହିଁ,ମନରେ ଫୁର୍ତ୍ତି ନାହିଁ କି ସ୍ପନ୍ଦନରେ ପ୍ରାଣ ନାହିଁ।ତଥାପି ମନରେ ଆଶା,ତା ଆଶା ପୂରଣ ହେବ।ହଠାତ୍ ମନେ ପଡ଼ିଲା ସ୍କୁଲ ସାଙ୍ଗ ବିବେକ କଥା। ସେ ପରା ସିବିଆଇ ଅଫିସର।ଯେତେ ଅପରାଧର ପ୍ରମାଣ ରଖିଥିଲା ତା ପାଖକୁ ପଠାଇ ସବୁ କଥା ଜଣାଇଲା।ଶୀଘ୍ର ବ୍ୟବସ୍ଥା କରିବାକୁ କହିଲା।ସଂଗେ ସଂଗେ ବିବେକ ଦଳ ବଲ ଧରି ବେଦୀ ଉପରେ ଆରେଷ୍ଟ କଲା ବିଦ୍ୱେଷକୁ।ମାତ୍ର ମଙ୍ଗୁଳା କନ୍ୟା ଅବିହାଡ଼ି ରହିଯିବ ଭାବି କାନ୍ଦି ପକାଇଲେ ପ୍ରୀତିର ମାଆ।ପୁଣି ଭାବି ଜ୍ବାଇଁ ଏକ ଅପରାଧୀ ଜାଣି ଦୁଃଖରେ ମ୍ରିୟମାଣ ହୋଇଗଲେ।ପ୍ରୀତି ଆଉ ତାଙ୍କ ମାଆ, ଏଦୁହେଁ ଆଖିର ଲୁହକୁ ସାଥିକଲା ପରି କାନ୍ଦୁଥାନ୍ତି।ହଠାତ୍ ପ୍ରଣୟର ହାତଧରି ବିବେକ ପହଁଚିଲା ବେଦୀ ପାଖରେ ଆଉ ସାଥିରେ ବରବେଶ।ପ୍ରୀତିର କାନ୍ଦ ଦ୍ବିଗୁଣିତ ହେଉଥାଏ।କେତେ ଆଶା କରିଥିଲା ପ୍ରଣୟ ସହ ପ୍ରଣୟ କରିବାକୁ ହେଲେ ଏମିତି ଭାଗ୍ୟ ନା ବିଦ୍ୱେଷ ନା ପ୍ରଣୟ।ପ୍ରଣୟ ସେଇ ବେଦୀରେ ବସିଲାରୁ ସମସ୍ତେ ଆଶ୍ଚର୍ଯ୍ୟ ହେଉଥାନ୍ତି।ବିବେକ ପ୍ରୀତିର ହାତ ଧରି ନେଇ ବେଦୀରେ ବସାଇ ବ୍ରାହ୍ମଣଙ୍କୁ ମନ୍ତ୍ର ପଢିବାକୁ କହିଲେ।ତା ପରେ ସେଇ ସଙ୍ଗୀତର ମୂର୍ଚ୍ଚନା ଛୁଟି ଆସିଲା ସତେ ଯେମିତି ସେ ମଞ୍ଚ ଉପରୁ।ସମସ୍ତେ ଆନନ୍ଦରେ ଦୋହରାଇ ଗାଇ ଉଠିଲେ, ମନରେ ମନ ମିଶିଲେ ଆଉ ଭୁଲିହୁଏନା।



Rate this content
Log in

More english story from Narayan chandra Senapati

Similar english story from Abstract