ପ୍ରୀତିମୈନା-୭
ପ୍ରୀତିମୈନା-୭
1 min
144
ହଂସଟିଏ ବନି
ଡେଣା ମେଲି ଉଡିବାକୁ
ଇଛା
ମୋ ଇଛା କନ୍ୟା ସହ
ଶରତର ସୁମଧୁର ସନ୍ଧ୍ୟା ଆକାଶରେ
କିଏ ? କରି ପାରିଛି କେବେ
ଆସନ୍ତାକାଲିକୁ ଭରସା
ଭେଟ ହୋଇ ପାରିବ କି ?
ନାହିଁ,ପ୍ରୀତିମୈନା
ତୋ ସହ
ତୁ ତ କେବେ ଠାରୁ
ଉଡିଯାଇଛୁ
ପ୍ରବାସୀ ପକ୍ଷୀକୁ କରି
ଭରସା
ସାତ ସମୁଦ୍ର
ସେ ପାରି ଯେ ରଚି ସାରିଲୁଣି
ବୋଧେ ନୀଡ଼,
ଫେରି ଆସେ ଶରତ ଫେରିଛି,
ଆମ ଗାଁ ନଈକୂଳେ
କାଶତଣ୍ଡୀ ନାଚୁଛି,
ଗାଡ଼ିଆରେ ଭର୍ତ୍ତି କେତେ
ନୀଳକମଳ ଓ ମୀନ,
ତୋ ବିନା
କିଛି ଲାଗୁନି ଭଲ
ଶରତର
ଶୀତଭରା ତନ୍ଦ୍ରା ବିହୀନ
ଜହ୍ନରାତି-----------------!
©®କାଶ୍ୟପ
ରାୟଗଡା ।
With Ranjit Sahu,USA