ଈଶ୍ବର
ଈଶ୍ବର
ତୁମେ ଯେବେ ଆସ
ଶବ୍ଦରେ ଶବ୍ଦରେ
ତାଳ- ଲୟ ଅବା
ମୁକୁଳା ଛନ୍ଦରେ
ନୀରବି ଯାଏ ମୁଁ ସେତେବେଳେ
ଇଛାମୟ ସଂସାର ଭିତରେ,
ପ୍ରତିହତ ହେଉଥାଏ
ଥରକୁ ଥର
ମଝି ରାସ୍ତା
ରାତି ଅଧଟାରେ
ଶୁନ୍ଯ ଇଲାକାର କେଉଁ ଏକ
ଶବ୍ଦର ଭଂଡାର ଭିତରେ ।।
ଡଃ ଶିବ ପ୍ରସାଦ ତ୍ରିପାଠୀ
ସ୍ମୃତି ନିଳୟ, ଉଦୟ ନଗର
ଷ୍ଟେସନ ରୋଡ , ବଲାଙ୍ଗୀର (ଓଡିଶା)