ଜୀବନ ଗୀତା-୨୬୪
ଜୀବନ ଗୀତା-୨୬୪
କେତେକେତେ ଅନୁଭୂତିରେ
ଏ ଜୀବନ ଗଢା
କେତେପୁଣି କଥା କାହାଣୀ
ହେଉଥାଏ ଯୋଡା ॥୦॥
ଖଣ୍ଡଖଣ୍ଡ ସମୟର
ସୁମଧୁର ସଂକଳନ
ଖଟାମିଠା ମୁହୂର୍ତ୍ତର
କାରିଗରୀ ଏ ଜୀବନ
କେବେ ଘାସକଟା କରମେ
କେବେ ଚଢେ ଘୋଡା ॥୧॥
ନେନ୍ଥାନେନ୍ଥା ସପନର
ସମାହାର ଏ ଜୀବନ
ପେନ୍ଥାପେନ୍ଥା ପ୍ରେମଫୁଲ
ଫୁଟି ଦିଶଇ ରଂଗିନ
କେବେ ମଦଘଡା ଜୀବନ
ଶେଷେ ଗଡଗଡା ॥୨॥