STORYMIRROR

Sushree sangita Swain

Tragedy

3  

Sushree sangita Swain

Tragedy

ଉତ୍ତରଣ

ଉତ୍ତରଣ

1 min
349

ବହୁତ ବାଧି ଥିଲା ମୋ ଅନ୍ତରକୁ

ଯେତେବେଳେ ଜାଣିଲି ମୁଁ

ତୁମ ପାଇଁ ପ୍ରାଥମିକତା ନୁହଁ ବିକଳ୍ପଟିଏ।

ମୁଁ ତ ମାଗିଥିଲି ଲୁହର ଟିକି ଝରଣା ଟିଏ।

ହସର ଅବିଭାଜ୍ୟ ସମୁଦ୍ର ନୁହଁ।

ସ୍ତବ୍ଧ ମୁଁ ତୁମର ଏ ପରିବର୍ତ୍ତନରେ

କେବେ ଥିଲି ମୁଁ ତୁମ ପାଇଁ ସମଗ୍ର ସମୟ ,

ଆଜି ବର୍ଜିତ ବସ୍ତୁ ଟିଏ ।

ସେଥିପାଇଁ ମୋ ଭିତରେ ଏ ସଙ୍କୋଚନ ,

ଛିନ୍ନ ମନସ୍କତା ଉଦାସୀନତା

ସହସ୍ର ବର୍ଷ ର ପିରାମିଡିୟ ନୀରବତା।

ନିଷ୍କାମ ପ୍ରେମ ସାଥେ ଯନ୍ତ୍ରଣା ସହନୀୟ

ସତେ କ'ଣ ପ୍ରେମ ସାଥେ ପ୍ରତାରଣା କ୍ଷମଣୀୟ ?

ଆଜି ମୁଁ ନିର୍ବାକ ,ଆତ୍ମଲୀନ ଆତ୍ମସଚେତନ

ମୁଖରେ ମୋ ସୂର୍ଯ୍ୟଦୀପ୍ତ ହସ

ସୁଡଙ୍ଗ ଶେଷରେ ସୂର୍ଯ୍ୟଦୟ ସନ୍ଧାନର ଆତ୍ମସନ୍ତୋଷ।


Rate this content
Log in

More oriya story from Sushree sangita Swain

Similar oriya story from Tragedy