STORYMIRROR

Mrutyunjay Gopal Lal

Tragedy Inspirational Thriller

4.8  

Mrutyunjay Gopal Lal

Tragedy Inspirational Thriller

ଉଦାରମୟ ପିତା

ଉଦାରମୟ ପିତା

2 mins
50

"ପିତା ଧର୍ମ ପିତା ସ୍ୱର୍ଗ ପିତାହିଁ ପରମ ତପ,

ପିତରି ପ୍ରୀତିମା ପନ୍ନେ ପ୍ରିୟନ୍ତେ ସର୍ବ ଦେବତାଃ "।

ପ୍ରଶସ୍ଥ ଆକାଶ ସମ, ବିଶାଳ ହୃଦୟଧାରୀ ଜନ୍ମଦାତା ପିତାଙ୍କ ଋଣ ସୁଝିବା ବାସ୍ତବରେ ମାନସ ପରିଧି ବହିର୍ଭୁତ । ଭକ୍ତି କମଳ ଅଶ୍ରୁ ଅର୍ଘ୍ୟ ଅର୍ପିତ କରି ହୃଦୟ ର ଗଭୀରତମ ପ୍ରଦେଶରୁ ପିତାଙ୍କ ନିମନ୍ତେ ମୁଁ ସ୍ନେହ ପ୍ରେରଣ କରୁଅଛି । 

ମା' ଘରର ଗୌରବ ହେଲେ ବାପା ଘରର ଅସ୍ତିତ୍ବ । କୁହାଯାଏ ବାପା ଥିଲେ ପୁଅ ସଭାରେ ହାରେନି,ବାପା ଥିଲେ ପୁଅ ସାହସ ଭାଙ୍ଗେନି । ଯେଉଁ ବାପା ସନ୍ତାନ ସନ୍ତତିଙ୍କର ମୁଁହରେ ହସ ଫୁଟାଇଥିଲେ , ଆଜି ସେଇ ସନ୍ତାନ ସନ୍ତତିଙ୍କର ପାଇଁ ବାପାଙ୍କ ଆଖିରେ ଲୁହ......। ସେଇ ବାପା ଜଣକ ହେଉଛନ୍ତି ମୋ ବାବା (ଶ୍ରୀଯୁକ୍ତ ରତ୍ନାକର ଜାଲି) । ମା' ଆଖିର ଲୁହ ଦେଖିହୁଏ ସିନା ବାପାଙ୍କ ଆଖିର ଲୁହ ଦେଖି ହୁଏ ନାହିଁ । କିନ୍ତୁ ମୁଁ ମୋ ବାବାଙ୍କ ଆଖିର ଲୁହ ସେଇଦିନ ଦେଖିଚି ,ଯେଉଁଦିନ ମୋ ଭଉଣୀ(ସୁଶ୍ରୀ ଯସ୍ମୀନ ଜାଲି) ଲିଭର ଜନିତ ରୋଗରେ ପଡ଼ି ନିଜ ଜୀବନ ସହ ସଂଘର୍ଷ କରି ମାତ୍ର 22 ବର୍ଷ ରେ ଆରପାରିକୁ ଚାଲିଗଲା । ଝିଅକୁ ନେଇ ଦୀର୍ଘ 22 ବର୍ଷ ହେଲା ଦେଖୁଥିବା ସବୁ ସ୍ୱପ୍ନ ଚୁରମାର ହେଇଯାଇଥିଲା । 22 ବର୍ଷ ର ସବୁ ସ୍ନେହ ମମତା ର ସମ୍ପର୍କ ଭୁଲି ବାବା ମାମା ଙ୍କର କୋଲଶୂନ୍ୟ କରି ଅଫେରା ରାଇଜକୁ ଚାଲିଗଲା ମୋ ଭଉଣୀ.....। ଯେଉଁଠି ଅସହାୟ ବାବା ମାମା ଯେତେ କାନ୍ଦିଲେ ବି ସେଇଠି ପହଂଚିପାରୁନି ସେମାନଙ୍କର କାନ୍ଦ.... ଝିଅ ପୋଛିବାକୁ ଆସୁନି ବାବା ମାମାଙ୍କର ଆଖିର ଲୁହ......।

                  ନିଜେ ମହମବତୀ ପରି ଜଳି ଆମକୁ ସାରା ଜୀବନ ଆଲୋକ ପ୍ରଦାନ କରି ଆସିଥିବା ବାବା ମୋ ଭଉଣୀର ଚାଲିଯିବା ର ଯନ୍ତ୍ରଣା କୁ ସହ୍ୟ କରିନପାରି ମର୍ମାହତ । 

                ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା କୋଟି କୈବଲ୍ୟନାଥଙ୍କ ଚରଣାରବିନ୍ଦ ରେ ଏତିକି ମୁଁ ମାଗୁଛି ଯେ ମୋର ଏହି ଦେବଦେବୀତୁଲ୍ୟ ପିତାମାତାଙ୍କୁ ସଦା ସର୍ବଦା ଅତୁଳନୀୟ ସୁଖଶାନ୍ତି ପ୍ରଦାନ କରନ୍ତୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Mrutyunjay Gopal Lal

Similar oriya story from Tragedy