Saratkumar Pradhan

Tragedy

2  

Saratkumar Pradhan

Tragedy

ତୁମକଥା ମନେ ପଡୁଛି

ତୁମକଥା ମନେ ପଡୁଛି

1 min
7


ପ୍ରିୟା ମୋର 

କେମିତି ଅଛ ତୁମେ ମୁଁ କିଛି ବି ଜାଣିପାରୁନି l ହୁଏତ ଆମ ସମ୍ପର୍କ ଫେସବୁକରେ ତିଆରି ହୋଇଥିଲା l ତୁମେ ଥିଲ ମୋ ଠାରୁ ବହୁତ ଦୂରରେ ଆଉ ମୁଁ ବି ତୁମଠାରୁ ବହୁତ ଦୂରରେ l କେଜାଣି କାହିଁକି ତୁମ ସହିତ ଚାଟିଙ୍ଗ କରୁ କରୁ ତୁମେ ମୋର ନିହାତି ନିଜର ହୋଇସାରିଥିଲ l ତୁମେ ବି ମୋତେ ବିବାହ ପ୍ରସ୍ତାବ ଦେଇଥିଲ କିନ୍ତୁ ମୋର ଯୋଗ୍ୟତା ନଥିବା ଆଳ ଦେଖାଇ ତୁମକୁ ଅଲଗା ଜାଗାରେ ବିବାହ କରିନେବାକୁ ବାଧ୍ୟ କରିଥିଲି l ତୁମେ ଏସବୁ ଗ୍ରହଣ କରିବାକୁ ବିଲକୁଲ ବି ରାଜି ନଥିଲ କିନ୍ତୁ ପରିସ୍ଥିତିରେ ପଡି ବିବାହ କରିନେଲ l ମୁଁ ଭାବିଥିଲି ତୁମେ ବିବାହ ପରେ ମୋତେ ଭୁଲିଯିବ ବୋଲି କିନ୍ତୁ ତୁମେ ବିବାହ କରି ଆଦୌ ଖୁସି ନଥିଲ ମୋତେ ବାରମ୍ବାର ଫୋନ କରି ଜଣେଇଛ, ରାଜ ମୋତେ ଏଠାରେ କିଛି ବି ଭଲ ଲାଗୁନି ତୁମ ପାଖକୁ ନେଇଯାଅ l ମୁଁ ଚାହୁଁଛି ନେଇ ଆସିବି କିନ୍ତୁ କିପରି? ପରିବେଶ ପରିସ୍ଥିତି ଆଉ ଏ ସମାଜ କଣ ଏସବୁ ଗ୍ରହଣ କରିବ? ପରିଶେଷରେ ଆଇନର କାଠଗଡ଼ା ଭିତରେ ଥରଟେ ପେଷି ହୋଇଗଲାପରେ ମୁକୁଳିବା ଅସମ୍ଭବ l ବୋଧହୁଏ ଏ ଜନ୍ମରେ ଆଉ ସମ୍ଭବ ହେବନି l ଦୁଃଖ ଭିତରେ ସୁଖ ଖୋଜି ବଞ୍ଚିବାକୁ ଚେଷ୍ଟାକର ଏଇ ଯେପରି ମୁଁ ତୁମବିନା ବଞ୍ଚିଛି l ମୋ ହୃଦୟ ଭିତରେ ଯେତେ ଯନ୍ତ୍ରଣା ଥିଲେ ବି ଉପରକୁ ହସୁଛି l ବିଶ୍ୱାସ କର ତୁମକଥା ସବୁବେଳେ ମନେ ପଡୁଛି l( ଇତି )ତୁମର ଅଯୋଗ୍ୟ ପ୍ରେମିକ 



Rate this content
Log in

Similar oriya story from Tragedy