STORYMIRROR

Manorama Sahoo

Tragedy Inspirational Others

4  

Manorama Sahoo

Tragedy Inspirational Others

ତବୁ

ତବୁ

1 min
291

ହଠାତ ଝଡ ଭଳି ଦକ୍ଷିଣ ପାର୍ଶ୍ଵ ରୁ ଗୋଟେ କାର ଆସି ଧକ୍କା ଦେଲା ଛଅ ବର୍ଷ ର ଝିଅ ତବୁ କୁ। ଆଉ ସେହି ମୁହୂର୍ତ୍ତରେ ଝିଅଟିର ସ୍ପଷ୍ଟ କଣ୍ଠ ସ୍ୱର ରେ ଥରେ ମାତ୍ର ବାପା ଡାକ ଶୁଣାଗଲା

ତାପରେ ଅସ୍ପଷ୍ଟ ହୋଇଗଲା ଆଉ ସବୁକିଛି ନୀରବ ହୋଇଗଲା। ସୋମନାଥ ନିଶାରେ ଥିବାରୁ ବୋଧହୁଏ କିଛି ସମୟ ପାଇଁ କିଛି ଜାଣିନପାରି ସ୍ତମ୍ଭିଭୁତ ହୋଇଯାଇଥିଲେ।


କାରରୁ ଓଲ୍ହେଇବା ପୂର୍ବରୁ ତାଙ୍କର ମାନେପଡ଼ିଲା ତାଙ୍କ ଝିଅ କଥା, ଯିଏକି କହିଥିଲା "ବାପା ,ତୁମେ ମଦ ପିଅନି ,ମା' ତୁମ ପାଇଁ ବହୁତ କଷ୍ଟ ପାଉଛି,ତୁମେ ମୋ ମୁଣ୍ଡ ଛୁଇଁ ରାଣ ଖାଇ କୁହ ଆଉ କେବେ ସେ ମଦ ପିଇବନି।"


ବିିିିଚରା ସୋମନାଥ ଝିଅ କଥା ମାନିବା ବ୍ୟତୀତ ଆଉ କିଛି ଉପାୟ ନଥିଲା ତାଙ୍କ ପାଖରେ, କାରଣ ସେ ତାଙ୍କ ଝିଅକୁ ବହୁତ ଭଲପାଉଥିଲେ। ତେଣୁ ସେ ଝିଅ ମୁଁଣ୍ଡ ଛୁଇଁଲେ କିିନ୍ତୁ

କିିନ୍ତୁ କ'ଣ ରଜନୀ ର ଘନଅନ୍ଧକାର ଯେତେ ବଢ଼ିଲା ତାଙ୍କ ମଦ ପିିଇବା ର ନିଶା ତଥା ଲାଳସା ପୁନଶ୍ଚ ସେତେ ବଢ଼ିଚାଲିଲା।ଆଉ ସେ ସବୁ କଥା କୁ ଭୁୁଲି ସିଧା ଯାଇ ପହଁଚିଲେ ବାରରେ। 

ମଦ ପିଇ ଫେରିବା ବାଟରେ ଏହି ଦୁର୍ଘଟଣା


ହଠାତ ତାଙ୍କ ଝିଅ ର ଚେହେରା ତାଙ୍କ ଆଖିରେ ନାଚି ଗଲା। ସେ ଓଲ୍ହେଇ ଯାଇ ସେଇ ଝିଅଟିକୁ ଉଠାଇ ଆଣି ଇଲେକ୍ଟ୍ରି  ଖୁଣ୍ଟିର ଝାପ୍ସା ଆଲୁୁଅରେ ଦେଖନ୍ତି ତ ସେ ନିଜ ଆଖିିିକୁ ସେ ବିଶ୍ଵାସ କରିପାରିଲେନି କିଛି ସମୟ ପାଇଁ ସ୍ତବ୍ଧ ହୋଇଗଲେ ସେ ଝିଅଟି ଆଉ କେହି ନୁୁହେଁ ତାଙ୍କ ନିଜ ଝିଅ ତବୁ। 

ସୋମନାଥ ଜଡ ପାାଲଟି ଗଲେ ତାଙ୍କୁ ଆକାଶ ପୃଥିବୀ ଶୂନ୍ୟ ଲାଗିଲା, ସବୁ ଯେମିିିତି ଅନ୍ଧକାର

ତାଙ୍କ ତନୁ ମନକୁ ସିିହରି ଯାଇ କେବଳ ଗୋଟେ କଥା ଶୁଭୁଥିଲା, "ବାପା, ତୁୁୁମେ ମଦ ପିିିଅନି , ମାଆ ତୁମ ପାଇଁଁ ବହୁୁୁତ କଷ୍ଟ ପାଉଛି"

ଆଉ ସେଇଠି ସେମିିିତି ନିିିର୍ଜନତା ମଧ୍ୟରେ ସୋମନାଥ  ଏକାକାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Manorama Sahoo

ତବୁ

ତବୁ

1 min ପଢ଼ନ୍ତୁ

Similar oriya story from Tragedy