Dr.Prativa manna

Tragedy

2  

Dr.Prativa manna

Tragedy

ସମ୍ପର୍କ

ସମ୍ପର୍କ

10 mins
541


ସମ୍ପର୍କ ଏମିତି ଏକ ପବିତ୍ର ବନ୍ଧନ ଯିଏ ଥରେ ହୃଦୟ ସହିତ ଏହି ସମ୍ପର୍କକୁ ନିଜର ଭାବି ଆପଣେଇଛି ସେ କେବେ ବି ଅଲଗା ହେବାକୁ ଦିଏନି କିନ୍ତୁ ଆଜିର ସମାଜରେ ବ୍ୟସ୍ତ ବହୁଳତା ଭିତରେ କେବଳ ଟଙ୍କା ଷ୍ଟାଟସ ପଛରେ ପ୍ରତିଯୋଗିତା ସମ୍ପର୍କ ର ମୂଲ୍ୟ ବୁଝିବାକୁ କେତେକଙ୍କ ପାଖେ ଫୁରସତ ନାହିଁ ଏଇ ଯେମିତି ଆମ ପଡୋଶୀ ସୀମା ର ଘରେ ନେତିଦିନିଆ ଘଟଣା ଭୋର 6 ଟାରେ କେବଳ ଗୋଟେ 2ଟା ସିଟି ର ଶବ୍ଦ ଆଉ ଘରେ କିଏ ଅଛନ୍ତି କି ନାହାନ୍ତି କିଛି ଜଣା ପଡ଼େନି ସ୍ୱାମୀ ସ୍ତ୍ରୀ ଦୁହେଁ ରହନ୍ତି ସ୍ୱାମୀ ତାର 8 ଟାରେ ଅଫିସ ବାହାରି ଯାନ୍ତି ରାତି 10ଟାରେ କେବେ କେବେ 12ଟା ବି ହୋଇ ଯାଏ କଲିଂ ବେଲ ର ଶବ୍ଦରେ ହିଁ ଜଣାପଡେ ତା ସ୍ୱାମୀ ଆସିଗଲେ କାହିଁକି ନା ତା ପତି ହିଁ ତା ଦୁଆରେ କେବଳ ଘଣ୍ଟି ବଯାଏ ତା ସ୍ୱାମୀ ଗୋଟେ ବିଚିତ୍ର ମଣିଷ ଅଫିସ ଗଲେ ସେ ବାହାର ପଟୁ ତାଲା ବନ୍ଦ କରି ପଳାନ୍ତି ତେଣୁ ତାଙ୍କ ଘରକୁ କେହି ବି ଯାନ୍ତି ନାହିଁ ପ୍ରଥମେ ପ୍ରଥମେ ସାଇ ପଡୋଶୀ ମାନେ ଜାଣି ନ ଥିଲେ ତେଣୁ କିଏ କେତେବେଳେ ଯାଇ ବି କଲିଂ ବେଲ ବଜାଉଥିଲେ କିଛି ଦିନ ଏମିତି ଦେଖିଲା ପରେ କେହି ଆଉ ଗଲେ ନାହିଁ

ସୀମା ସହ ପ୍ରଥମ ଥର ବସରେ ଦେଖା ହୋଇଥିଲା ଆଉ ପ୍ରଥମ ଦେଖାରେ ଅତି ନିବିଡ ଘନିଷ୍ଠତା ହୋଇ ଯାଇ ଥିଲା ଦେଖିବାକୁ ଯେମିତି ସୁନ୍ଦରୀ ଗୁଣରେ ସବୁଥିରେ ପରିପୂର୍ଣନା


ଆଜିବି ମନେ ପଡ଼ିଯାଏ ତା ସହିତ ମୋର ପ୍ରଥମ ଦେଖାର ଆଳାପ ସେଦିନ ମୁଁ balasore ରୁ bbsr ଯାଉଥିଲି ସେ ମୋ ପାଖେ ସିଟ ରେ ଆସି ବସିଲା କିଛି ସମୟ ପରେ କଣ୍ଡକ୍ଟର ଟଙ୍କା ମାଗିଲା ତାକୁ ଜାଣିଲି ସେ ବି bbsr ଯିବ ମନେ ମନେ ଟିକେ ଖୁସି ହେଲି, ଯାହା ହେଉ କେହି ଜଣେ time pass ହେଇ ଯିବ କିନ୍ତୁ ସୀମା ଚୁପଚାପ ବସିଥାଏ ଯେମିତି ସବୁଦୁଃଖ ତା 'ଭିତରେ ହିଁ ଓଜାଡ଼ି ହୋଇଛି ଏମିତିକି ତା ଆଖିରେ ଲୁହକୁ ଯଦିବା ଚେଷ୍ଟା କରୁଥାଏ ଲୁଚେଇବାକୁ କିନ୍ତୁ ଲୁଚି ପାରୁନଥାଏ କିଛି ସମୟ ପରେ ତା 'ଫୋନ ରିଙ୍ଗ ହେଲା କିନ୍ତୁ Ricevd କରିଲାନି ଆହୁରି ଯେମିତି ଭାଙ୍ଗି ପଡିଲା ବିଚାରୀର ଦୁଃଖ ରେ ମୁଁ ନିଜକୁ ସମ୍ଭାଳି ପାରିଲିନି, ଭାବିଲି ମୋ ଆଡୁ ଆଳାପ ଆରମ୍ଭ କରିବି ? ନିଜକୁ ପ୍ରସ୍ତୁତ କରି ତମ ନା....... ପଚାରିବାକୁ ଆରମ୍ଭ କରିଲା ବେଳକୁ ସୀମା ସେଇ no କୁ call କରୁଥାଏ କିନ୍ତୁ ସେପଟୁ ବଧୁଏ ph ଟି switch off ଥିଲା ପୁଣି ମନକୁ ସେ ଶାନ୍ତ କରି ନିଜକୁ ପ୍ରସ୍ତୁତ କରିଲା ଭଳି ଲାଗିଲା ଆଉ ମୋ କୁଆକୁ ଅନେଇଲା !ମୁଁ ଏହି ସୁଯୋଗରେ ପଚାରିଲି ଆଉ ଥରେ ତମ ନା? Bbsr ବୋଧେ ଯିବ? ତମ ମନରେ ଏତେ ଉଦାସ କାହିଁକି......ଏମିତି ଏକାଥରେ ଅନେକ ଗୁଡିଏ ପ୍ରଶ୍ନ ପଚାରିଲି? ସୀମା ମୋର ଏତେ ସବୁ ପ୍ରଶ୍ନରେ ସ୍ମିତ ହାସ୍ୟ ଟିଏ ଦେଇ ପଚାରିଲା ତମ ନା... ତମେ କୁଆଡେ ଯିବ.... ବାସ ତା 'ପରେ ପରସ୍ପର ଭିତରେ ଆଳାପରେ ବନ୍ଧୁତା ହୋଇଗଲା ! ସୀମାକୁ କହିଲି ବାନ୍ଧବୀ ହୋଇ ଗଲେନି ତେବେ ପରସ୍ପର ତୁ ରୁ ହିଁ ଆଳାପ କରିବା ପୂର୍ବଭଳି ସୀମା ଦୁଃଖ କୁ ଲୁଚେଇ ସ୍ମିତ ହାସ୍ୟ ଟିଏ କରି ମୋ ହଁ ରେ ହଁ ଜଣେଇଲା !

ରାତି ସେତେବେଳକୁ 10ଟା ହଟାତ ବସଟି ହାଇୱ ଉପରେ ଖରାପ ହୋଇଗଲା କିଛି ସମୟ ପରେ ଶୁଣିବାକୁ ମିଳିଲା ରାତିସାରା ଏଇ ବସ ଭିତରେ କଟେଇବାକୁ ପଡିବ କାରଣ ଏ ଶୂନଶାନ ଜାଗାରେ ମେକାନିକ ମିଳିବା ଅସମ୍ଭବ ତେଣୁ ସମସ୍ତେ ବାଧ୍ୟ ହୋଇ ବସ ଭିତରେ କିଏ ଶୋଇବାକୁ ଚେଷ୍ଟା କରୁଥାନ୍ତି ତା କିଏ ମୋବାଇଲ ରେ song ଆଉ କିଏ କଥା ହେବାରେ ବ୍ୟସ୍ତ ମୋ ଆଖି କେତେବେଳେ ଲାଗି ଯାଇଥିଲା କେଜାଣି.... ହଟାତ ନିଦ ଭାଙ୍ଗିଗଲା ବେଳକୁ ସୀମା ମୋବାଇଲ ରେ କାହାରି ଜଣଙ୍କ ଫୋଟ ଦେଖି କାନ୍ଦୁଥାଏ ଯଦିବା ଏଇ କେଇ ଘଣ୍ଟା ରେ ବାନ୍ଧବୀ ହୋଇଛେ କିନ୍ତୁ ପଚାରିବି କି ନାହିଁ ଏମିତି ଭାବୁ ଭାବୁ ପଚାରିଦେଲି !

ଆଛା ସୀମା ତୁ କ'ଣ ପାଇଁ ମନ ଦୁଃଖ କରୁଛୁ ତ ସ୍ୱାମୀ ର ଫୋଟ ଦେଖି ଜଣାପଡୁଛି ବୋହୁତ ଭଲ ପାଉ ଏକୁଟିଆ ତ ସେଥିଲାଗି ମନ ଭଲ ନାହିଁ ବୋଧେ ? ସୀମା ଚାହାଁଣୀରେ ଯେମିତି ତା ଆଖିରେ ଅନେକ ଦୁଃଖ କହିବକି ନାହିଁ ରେ ସେ କିଛି ଭାବି ପାରୁ ନ ଥାଏ !ପାଣି ବୋତଲଟି ବଢ଼େଇ ଦେଲି ପାଣି ଢୋକେ ପିଇଲା ତାପରେ ସେ କହିଲା !

ସତରେ କ'ଣ ଗୋଟେ ନାରୀର ହିଁ ସବୁ ଭୁଲ ଥାଏ ନା ନାରୀର ସ୍ୱାଧୀନତା ବୋଲି କିଛି ନ ଥାଏ ଏ ସମାଜରେ ନାରୀ କୁ ହିଁ କେବଳ କାହିଁକି ତ୍ୟାଗ କରିବାକୁ ପଡିଥାଏ ?


ସୀମା ଯେତେବେଳେ dilhi ରେ MCAକରୁଥିଲା ସେତେବେଳେ ତା life re କେହି ଜଣେ ପଶି ଆସି ଥିଲା ଆଉ ଧୀରେ ଧୀରେ ତା ସହ ସମ୍ପର୍କ ଗଢି ଉଠିଲା ଦୁହେଁ ଦୁହିଁଙ୍କ ଲାଗି ସବୁ କିଛି ସହି ଦୁଃଖରେ ସୁଖରେ ତାଙ୍କ ପ୍ରେମ ଦୁନିଆରେ 12 ଵର୍ଷ କଟେଇ ଦେଲେ ସୀମା job କରୁଥାଏ ଆଉ ଆୟୁଷ ବି ଦୁହେଁ ଗୋଟେ ସହରରେ ଆଜି ନ ହେଲେ ବି ଦିନେ ନା ଦିନେ ସେ ଆୟୁଷ କୁ ହିଁ ମେରେଜ କରିବ ହେଲେ ସବୁ ଭାବନା ସବୁ ସ୍ବପ୍ନ ତାର ସ୍ବପ୍ନ ହୋଇ ରହିଗଲା କିଛି ଦିନ ପରେ ଜାଣିଲା ଆୟୁଷ ର heart problem ଦରକାର ପଡିଲେ cancer ବି ହୋଇ ଯାଇ ପାରେ... dr.କହିଛନ୍ତି ତାକୁ ଯେତେ ଖୁସିରେ ରଖିପାରିବ ତା ଦେହ ଲାଗି ସେତେ ଭଲ !ଏପଟେ ସୀମାକୁ କେହି ବି choice କରନ୍ତି ନାହିଁ ସେଥିଲାଗି ଆୟୁଷ ବି କେତେଥର କହିଛି ତା ଘର ବିଷୟରେ ?? ହଟାତ ସୀମା ଶୁଣିବାକୁ ପାଇଲା ଆୟୁଷ ହସ୍ପିଟାଲରେ ଆଡମିଟ ହୋଇଛି, ସୀମା ଦେଖା କରିବାକୁ ଧାଇଁ ଗଲା ହେଲେ ଆୟୁଷ ର ଘର ଲୋକ କେହି ବି ଦେଖା କରିବାକୁ ଅନୁମତି ଦେଲେନି ଓଲଟା ଆୟୁଷ ର ଦେହ ଖରାପ ପଛରେ ସୀମା ହିଁ ଦାୟୀ( ଯେମିତି ସବୁ ଦୋଷ ସୀମା ହିଁ କରିଛି )କହି ଆୟୁଷର ଘର ଲୋକେ ସୀମାକୁ ଗାଳି ଗୁଲଜ କରି ସେଠାରୁ ତଡ଼ିଦେଲେ ସେଦିନ ସେଠାରୁ ଫେରି ମନ୍ଦୀର ଯାଇ ଆୟୁଷ ର ଜୀବନ ଭିକ୍ଷ୍ୟା କରିଥିଲା ଆଉ ତାଠୁ ସବୁଦିନ ଲାଗି ଦୁରେଇ ଯିବାର ପ୍ରତିଜ୍ଞା କରିନେଲା ଆଉ ଶେଷରେ ସୀମା ତାର ସବୁ ଇଛାକୁ ମାରି ଆୟୁଷ ଠୁ ଦୁରେଇ ଗଲା ସେ ଆୟୁଷ କୁ ହରେଇବା କୁ ଚାଁହୁନଥିଲା ଏକମାତ୍ର ଲକ୍ଷ୍ୟ ଥିଲା ତା ଆୟୁଷ ଭଲ ହୋଇ ଫେରିଆସୁ ଯାହା ବି ହେଉ ସୀମାର ଭଲ ପାଇବା ରେ ଆୟୁଷ ଭଲ ହୋଇଗଲା !ଆଉ ଅନ୍ୟଆଡ଼େ ସୀମା ସମସ୍ତଙ୍କ ଲାଗି ବାହାହେଇଗଲା ସତ କିନ୍ତୁ ସେ ଆୟୁଷ କୁ ଭୁଲି ପାରୁ ନଥାଏ !


ପ୍ରତ୍ୟେକ ଦିନ ପ୍ରତ୍ୟେକ ରାତି ଆୟୁଷ ଲାଗି ଦୀପ ଜାଳେ ତା 'ଆଖିର ଲୁହ ଭିଜିଯାଏ ରାତିର ଶେଯରେ !ସ୍ୱାମୀ ତାର ଭାବେ ନୂଆ ନୂଆ ବିଭାହ ବନ୍ଧନରେ ବାନ୍ଧି ହୋଇ ଥିବାରୁ ସୀମାକୁ ଭଲ ଲାଗୁନି ସମସ୍ତଙ୍କ କଥା ମନେ ପକେଇ ମନ ଦୁଃଖ ରେ ରହୁଛି ? ହେଲେ ସୀମା ଏ ସବୁ ସେ କାହାକୁ କହି ବି ପାରେନା କି ସହି ବି ପାରେନା !


ଇୟା ଭିତରେ ଆୟୁଷ ର ବି ମେରେଜ ସରିଛି !ସୀମା କହିବା ଅନୁସାରେ ଆ ୟୁଷ ଯେଉଁଠି job କରୁଥିଲା ତା ପାଖ କ୍ୱାଟର ରେ ଜଣେ ଭଡା ରହୁଥିଲେ ଆଉ ସେଇ ଘରେ ରିଙ୍କି ବୋଲି ଝିଅଟିଏ ତାକୁ 8ବର୍ଷ ଭଲ ପାଇ ଆସୁଥିଲା ଆଉ ତା ସଙ୍ଗେ ହିଁ ତାର ମେରେଜ ହୋଇଛି !

ସମ୍ପର୍କ ଏମିତି ........ ପ୍ରତିଶୃତି ପରିସ୍ଥିତି ରେ ସବୁକିଛି ଶେଷ ହୋଇଯାଏ ବୋଲି ସୀମା ଠୁ ବୋହୁତ କିଛି ଶିଖିଲି?


ସେଦିନ ବସରେ ମୁଁ ଯେଉଁ ଫୋଟ ଟି ମୋବାଇଲ ରେ ଦେଖିଥିଲି ସେ ହିଁ ଥିଲା ଆୟୁଷ ଆଉ ତାର call !ଆଜି ବି ଦୁହେଁ ଦୁହିଁଙ୍କୁ ଏତେ ଭଲ ପାଉଛନ୍ତି କିନ୍ତୁ ମୁଁ ବୁଝିପାରୁନି ସୀମା ଯେତେବେଳେ call back କରିଲା ଆୟୁଷ mbl switch off karidela ବୋଧୁଏ ଆୟୁଷ ତା ସ୍ତ୍ରୀ ଆଗରେ ସୀମା ସହ କଥା ହଵାଟା ଠିକ ଭାବି ନ ଥିଲା ସେଥିଲାଗି off କରିଦେଲା !ପ୍ରେମଠୁ ଅଲଗା ହେଲା ପରେ ବି ଦୁରେଇ ବାକୁ ଚାହିଁ ବି ଦୁରେଇ ପାରୁନାହାନ୍ତି ଆଉ ଏପଟେ ଏ ସଂସାର ଠୁ ବି ଅଲଗl ହୋଇ ପାରୁନାହାନ୍ତି କାରଣ ଏ ସମାଜ ସବୁବେଳେ ପ୍ରେମକୁହିଁ କୁ ନଜରରେ ଦେଖି ଆସିଛି !


ସୀମା ସାଙ୍ଗରେ ବହୁତ ଦିନରୁ ଆଉ ଦେଖା ହୋଇନି l ହଟାତ ସେଦିନ ସପିଙ୍ଗ ମହଲରେ ଦେଖା ହୋଇ ଗଲା ସେ ମୋତେ ଦେଖି ଏତେ ଖୁସୀ ହୋଇଗଲା ଯେମିତି ବୋହୁତ ଦିନରୁ ଏମିତି ହସି ନ ଥିଲା l ତା ଖୁସିରେ ମୁଁ ବି ଏତେ ଖୁସୀ ଥିଲି କହି ପାରୁନି ଆଉ ଆମ ଖୁସୀ ଦେଖି ତା husband ସେ ବି ବୋହୁତ ଖୁସି ଅନୁ ଭଵ କରୁଥିଲେ l ସୀମାର ସ୍ୱାମୀ କିଛି କହିବା ଆଗରୁ ସୀମା ମୋ ପରିଚୟ ଦେଇସାରିଥାଏ l

ତା ପରେ କଫି ପିଇବାକୁ restruraint ଗଲୁ l ସୀମା ଏତେ ଦିନପରେ ତମ ଭଳି ବାନ୍ଧବୀ କୁ ପାଇ ତା ଭିତରେ ଆଜି ଏତେ ଖୁସି ମୁଁ ଜାଣିପାରୁଛି l ଆଛା ରହୁଛନ୍ତି କୋଉଠି.... ମୁଁ କହିଲି ଏଇ grinpark 203plot no...ଆରେ ଆମେ ତ 204 ରେ ରହୁଛୁ ଏଇ ଦୁଇଦିନ ହେଲା sift ହୋଇଛୁ l ଠିକ ଅଛି ଆମେ ଏବେ ଆସୁଛୁ ଘର ଆଡେ଼ଆସିବେ କହି ଦୁହେଁ ଚାଲି ଗଲେ l ଯିବା ସମୟରେ ସୀମା ମୋତେ ପଛକୁ ଅନେଇ ଯେମିତି କିଛି କହିବାକୁ ଇଛା କରୁଥିଲା କିନ୍ତୁ କଣ....?



କିଛି ଦିନ ପରେ plot no 204 ରେ coling ବେଲ ଚିପିଲି ହେଲେ କବାଟ କେହି ନ ଖୋଲିବାରୁ ତାପରେ ଦେଖିଲି ବାହାର ପଟୁ ଲକ ଅଛି l

ଭାବିଲି ଦୁହେଁ କୁଆଡେ ବୁଲି ଯାଇଥିବେ ତା ଫେରିବା ବାଟକୁ ମୁଁ ମୋ ବାଲକୋନୀରେ ବସି ଅନେଇ ଥାଏ l କିନ୍ତୁ ଏ କଣ ସୀମାର husband ଏକୁଟିଆ ତେବେ ସୀମା କଣ ନାହିଁ l ସୀମା ଥିଲେ ଯିବାଟା ଉଚିତ ଭାବି ଆଉ ଆଜି ଗଲିନି l

ୟା ଭିତରେ କେତେଥର ଏମିତି ଫେରିଆସେ l ପୁଣି କିଛି ଦିନ ପରେ ଗଲି ପୂର୍ବ ଭଳି ସେମିତି କେହି କବାଟ ଖୋଲିଲେନି ଆଜି ବି ତା ସ୍ୱାମୀ ଏକୁଟିଆ କବାଟ ଖୋଲି ଲେ ବାହାରପଟୁ l ନା ମୋତେ ବୋହୁତ ବ୍ୟସ୍ତ ଲାଗିଲା ଆଜି ମୁଁ ଯେମିତି ହେଲେ ତା ସ୍ୱାମୀ ସହ କଥା ହେବି ଭାବି ଗଲି l ଆଉ ଯାଇ coling ବେଲ ମାରିଲି କିନ୍ତୁ ସୀମା କବାଟ ଖୋଲିବା ଦେଖି ମୁଁ ଆଶ୍ଚର୍ଯ୍ୟ ଆଉ ସେ ବି l ଘର ଭିତରକୁ ଡାକି ନେଲା ଏତେ ରାତିରେ କଣ ଅସୁବିଧା କି......,? ନା ନା ସୀମା ତ ସହିତ ବୋହୁତ ଦିନରୁ ଦେଖା ହୋଇନି ତ ସେଥିପାଇଁ.... ସେତେବେଳେ ତା ସ୍ୱାମୀ ବାଥରୁମ ରେ ଫ୍ରେସ ହଉଥାନ୍ତି l


ଏହି ସୁଯୋଗରେ ତାକୁ ph ଟି ଦେଲି ଯଦିବା ସୀମା କିଛି କହିବାକୁ ଚାଁହୁଥିଲା କିନ୍ତୁ ୟା ଭିତରେ ତା ସ୍ୱାମୀ ପଳେଇ ଆସିଲେ ଆଉ ମୋ ସହ ଭେଟ ହୋଇଗଲା l ଆଛା ଏତେ ରାତିରେ ... ବସନ୍ତୁ ନା... ନା ନା ମୁଁ ପୁଣି କେବେ ଆସିବି l actually ମୋ ଘରେ ପୂଜା ଅଛି ଆପଣ ଆଉ ସୀମା ଦୁହେଁ ଆସିବେ କହି ପଳେଇଆସିଲି l

ତାପର ଦିନ ସୀମାକୁ ଦେଇ ଥିବା ph ରେ ph କରିଲି ଆଉ କଥା ହେଲି l ସେ ଯାହା କହିଲା ମୁଁ କଣ ଭାବିବି ଗୋଟେ ନାରୀ ପ୍ରତି ନିର୍ଯାତନା ନା ତା ସ୍ୱାମୀ ର ଭଲ ପାଇବା l ନାରୀ ର କଣ ନିଜର ସ୍ୱାଧୀନତା ନାହିଁ ବିବାହ ବନ୍ଧନ ରେ ଥରେ ବାନ୍ଧିହୋଇ ଗଲେ ସେ ବନ୍ଧନରୁ ସେ ଚାହିଁଲେ ବି ମୁକୁଳି ପାରେନା l କାହିଁକିନା ନାରୀ ସର୍ବଂ ସହl ଦୁହିତା ଦୁଇ କୁଳର ହିତା l ସେ ନିଜକୁ ସମର୍ପଣ କରି ସବୁ କ୍ଷେତ୍ର ରେ ପରାଜୟ ର ଟୀକା ପିନ୍ଧେ l ଠିକ ସେମିତି ସୀମାର ଭାବନା ଥିଲା l

ସୀମା ର ସ୍ୱାମୀ ତାକୁ ବହୁତ ଭଲ ପାଏ, ରାସ୍ତା ରେ କେହି ଯଦି ସୀମା କୁ ଦେଖିଦିଏ ନା ତା ସ୍ୱାମୀ କିଛି ନ ଭାବି ଆଗ ଦୁଇ ଜାବୁଡ଼ା ଦେଇ ଦିଏ l ସୀମା କାହା ସାଙ୍ଗରେ କଥା ହଉ ତା ସ୍ୱାମୀ ସହି ପାରେନା l ତା ବାପ ଘରକୁ ବି ଏକୁଟିଆ ପଠାଏ ନା l ଏମିତି କି ତା ସ୍ୱାମୀ ନ ଥିଲା ଅବସ୍ଥା ରେ କେହି ତାଙ୍କ ଘରକୁ ଆସି ଦେଖା କରୁ ତା ସ୍ୱାମୀ ଚାହେଁନି ସେଥିପାଇଁ ସୀମାର ସ୍ୱାମୀ ଅଫିସ ଗଲାବେଳେ ବାହାର ପଟୁ ତାଲା ପକେଇ ଦେଇଯାଏ l ଆଉ ବି କିଛି କହିଥାନ୍ତା ହଟାତ ph ଟି କଟିଗଲା l ତିନି ଦିନ ପରେ ମୋ ଘର ପୂଜା କୁ ଦୁହେଁ ଆସିଲେ l ସୀମା ଏହି ସୁଯୋଗରେ ମୁଁ ଦେଇ ଥିବା ମୋବାଇଲ ଟି ଧରେଇ ଦେଲା ଆଉ କହିଲା ତୁ ରଖ ଏଇଟା ମୋର ଦରକାର ନାହିଁ , ଯଦି ମୋ ସ୍ୱାମୀ ଜାଣିବେ ପରିସ୍ଥିତି ସମ୍ଭାଳି ହବନି l ପୂଜାରେ ପ୍ରସାଦ ପାଇ ଦୁହେଁ ଗଲେ l



ତା ପରେ ମୁଁ ପ୍ୟାକିଂଗ କରିବାରେ ଲାଗିଲି l ସକାଳ ମୋର ଟ୍ରେନ ମୁମ୍ବାଇ ଯିବା ଲାଗି l ସେଠି କିଛି ମାସ ରହିବାକୁ ପଡିବ l ତାପରଦିନ ବାହାରିଗଲି l ଦୁଇ ଦିନରେ ପହଂଚି ଗଲି l ସେଠାରେ ଯଦିବା ପ୍ରୋବ୍ଲେମ ହଉ ନ ଥାଏ ହେଲେ ଅଜଣା ସହର ମୋ ପାଇଁ ସେଥିପାଇଁ କିଛି ଭଲ ଲାଗୁ ନ ଥାଏ l


ଦିନେ ସେହି ଅଜଣା ସହରରେ ଯେ ସେଇ ଅଜଣା ଲୋକ ସହ ଭେଟ ହୋଇ ଯିବ ମୁଁ ଭାବି ନ ଥିଲି l ସେଇ ଲୋକ ସୀମା ଯାହା ଲାଗି ସବୁ କିଛି ତ୍ୟାଗ କରିଦେଇଥିଲା l ହଟାତ ଦେଖି କୋଉଠି ଦେଖିଲା ଭଳି ଲାଗୁଛି ତାପରେ ମନେ ପଡିଲା ସୀମାର ମୋବଲରେ ଦେଖିଥିଲି l

ଆୟୁଷ ଲାଗି ମୁଁ ନୂଆ କିନ୍ତୁ ତା ବିଷୟରେ ସବୁ ଜାଣି ଥିଲି l ତା ପାଖକୁ ଗଲି ଆଉ ସୀମା ର ପରିଚୟ ଦେଲି ଆଉ ମୁଁ ସୀମାର ବାନ୍ଧବୀ ବୋଲି..... କିନ୍ତୁ ଏ କଣ ? ମୁଁ ଭାବୁଥିଲି ଆୟୁଷ ଜାଣିଲା ପରେ ସେ ବୋହୁତ ଖୁସି ହେବ ସୀମା ବିଷୟରେ ପଚାରିବ କିନ୍ତୁ ସୀମା ବିଷୟରେ ପଚାରିବା ତ ଦୂର ମୋତେ ବରଂ ଏଭଏ ଡ଼ କରିଲା l ଆୟୁଷ ର ସ୍ତ୍ରୀ ବି ବୋହୁତ ସୁନ୍ଦରୀ ସେ ସବୁ ଶୁଣୁ ଥାଏ କିଛି ବି ଉତ୍ତର ଦେଉ ନ ଥାଏ l ମୋତେ ନିଜକୁ ବୋହୁତ ଖରାପ ଲାଗିଲା ଆସୁଛି କହି ସେ ଜାଗାରୁ ପଳେଇ ଆସିଲି l


ସତରେ ମଣିଷ ସମୟ ଆଗରେ ସବୁ କିଛି ଭୁଲି ଯାଏ l ଯୋଉ ସୀମା ଲାଗି ସେ ସବୁ କିଛି ଭୁଲି ଯାଉ ଥିଲା ଆଜି ସେ ଆଉ ଜଣଙ୍କ ହାତ ଧରିଛି ବୋଲି ବନ୍ଧୁତ୍ୱ ର ହାତ ବି ବଢ଼େଇ ପାରିଲାନି ସୀମା କଥା ପଦୁଟିଏ ବି ପଚାରିଲାନି l କିନ୍ତୁ ବିଚାରୀ ସୀମା ସେ ଆୟୁଷ ଲାଗି କଣ ନ କରିଛି l ନିନ୍ଦା ଲୋକ ହସା ସାଇ ପଡୋଶୀ ଠୁ ଆରମ୍ଭ କରି କର୍ମ କ୍ଷେତ୍ର ଯାଏ ଖାଲି ନିନ୍ଦା ଆଉ ଶେଷରେ ପୁଣି ନିଜକୁ ଆୟୁଷ ଲାଗି ଆୟୁଷ ର ଘର ଲାଗି ସବୁ ତ୍ୟାଗ କରିଦେଇ ଅଲଗା ହେଇଗଲା ହେଲେ ଆୟୁଷ ବୁଝି ପାରିଲାନି ତାକୁ... ଆଜି ଆୟୁଷ ଆଗରେ ସୀମା ସେଲ୍ଫିସ ହୋଇଗଲା l ଏଇ ବଧୂଏ ସଂସାର ର ମାୟା ରେ ବାୟl l



ୟା ଭିତରେ 6ମାସ ବିତିଯାଇ ଥାଏ l ସୀମା କଥା ବହୁତ ମନେ ପଡୁଥାଏ l ଗ୍ରୀନ ପାର୍କ ଗଲେ ପ୍ରଥମେ ସୀମା ସହ ଭେଟିବି ତାପରେ ଯୋଉଁ କଥା l ଟ୍ରେନ time ବି ଠିକ ଅଛି ଜଲଦି ପହଂଚି ଗଲି l ତା 'ପରେ ସିଧା ଟ୍ୟାକ୍ସି କରି ସୀମା ର ଘର ଆଗରେ କିନ୍ତୁ ଏ କଣ .. ଏତେ ଲୋକ ତାଙ୍କ ଘର ଆଗେ ! ମୋତେ ବୋହୁତ ବ୍ୟସ୍ତ ଲାଗିଲା ସେଇ ଭିଡ ଭିତରେ ମୁଁ ଟିକେ ପାଖକୁ ଚେଷ୍ଟା କରିଲି ଯିବା ଲାଗି ... l ଯାହା ଦେଖିଲି ନିଜକୁ ସମ୍ଭାଳି ପାରୁ ନ ଥାଏ ମୋତେ ଲାଗୁଥାଏ ସବୁକିଛି ମୁଁ ହରେଇ ଦେଇଛି l ଯାହା କୁ ଦେଖି ବି ବୋଲି ଏତେ ଖୁସିରେ ଧାଁଇ ଆସି ଥିଲି ଷ୍ଠେସନ ରୁ ହେଲେ ସେ ଆଉ ଏ ଦୁନିଆରେ ନାହିଁ (ସୀମା )l ତା ସ୍ୱାମୀ ମୋତେ ଦେଖି ସୀମା ର ହାତ ଲେଖା ଚିଠି ବଢ଼େଇ ଦେଲା l



ମୋର ପ୍ରିୟ ବାନ୍ଧବୀ


ସମ୍ପର୍କ ଏମିତି ଏକ ଜିନିଷ ଯାହାର ତୁଳନା କରିହବନି l ଯେମିତିକି ସାତ ସମୁଦ୍ର ର ଗଭୀରତା କୁ କେହି ମାପି ପାରେନା କି ଆଖିର ଧାରା ଶ୍ରାବଣ କୁ କେହି ବୁଝି ପାରେ ନା ଠିକ ସେଇ ଭଳି ଏ ସମ୍ପର୍କ l ରକ୍ତର ସମ୍ପର୍କ ନ ଥାଇ ବି ପ୍ରଥମ ଦେଖାରେ ବନ୍ଧୁତା ହୋଇ ଯାଇଥିଲା ତୋ ମୋ ଭିତରେ ଆଉ ଏତେ ଭଲ ପାଇବା ବି ଠିକ ସେମିତି ଦିନେ ଆୟୁଷ ସହିତ ଥିଲା l ଆଉ ଆଜି ମୋ ସ୍ୱାମୀ ମୋ ଲାଗି ସବୁ କିଛି କିନ୍ତୁ ମୁଁ ଆଜି ହାରିଗଲି l

ନା ସ୍ୱାମୀ ର ହୋଇ ପାରିଲି ନା ଆୟୁଷ ର କେବଳ ମୃତ୍ୟୁ ର ହୋଇପାରିଛି l

ମୋ ଅଜାଣତରେ ଏତେ ଭଲ ପାଇବା ସମସ୍ତେ ଦେଇଛନ୍ତି ଯୋଉଥିଲାଗି ମୁଁ ଛାଡି ଯିବାକୁ ବାଧ୍ୟ ହେଉଛି l

ମୁଁ ଜାଣି ସାରିଥିଲି ମୋତେ blood cancer ସେଥିପାଇଁ ମୋ ସ୍ୱାମୀ ମୋତେ କୁଆଡେ ଏକୁଟିଆ ଯିବାକୁ ଦଉ ନ ଥିଲେ l ତାଙ୍କର ମୋ ପ୍ରତି ଏତେ ଭଲ ପାଇବା ଦେଖି ମୁଁ ବି ତାଙ୍କ ସହ ଅଭିନୟ କରିବାକୁ ବାଧ୍ୟ ହଉ ଥିଲି l ମୁଁ ଜାଣିଛି ବୋଲି ଏ କଥା ତାଙ୍କୁ କେବେ ବି ଜାଣିବାକୁ ଦେଇନି l ମୋ ସ୍ୱାମୀ ଚାଁହୁ ନ ଥିଲେ ମୁଁ ଏ କଥା ଜାଣିଲା ପରେ ଦୁଃଖ ରେ ଭାଙ୍ଗି ପଡିବି .... lମୋ ସ୍ୱାମୀ ତୋତେ ........?

ତା ମାନେ ସୀମାକୁ blood cancer ସେଥିଲାଗି ତା ସ୍ୱାମୀ ଘର ଭିତରେ ବନ୍ଦ କରି ରଖୁ ଥିଲା କିନ୍ତୁ ସବୁ ସୁବିଧା ତା ପାଖେ ଥିଲା ଯେମିତି ସୀମାର ଟିକେ ବି ପ୍ରୋବ୍ଲେମ ନ ହୁଏ l ସୀମା କୁ କାହା ସାଙ୍ଗରେ କି ଏକୁଟିଆ ତାକୁ ଛାଡୁ ନ ଥିଲା l କାହା ସଙ୍ଗେ ଏକୁଟିଆ କଥା ବି ହଉ ଚାଁହୁ ନ ଥିଲା l ତା ସ୍ୱାମୀ ମନରେ ଡର ଥିଲା ଯଦି ସୀମା କୁ କେହି କହି ଦିଏ ସେଥିପାଇଁ ସେ ବରଣ କରୁଥିଲା l


ହୁଏତ ସୀମା ମୋତେ ଏଇ ସବୁ ସେଦିନ ( ପୂଜା )କହିବାକୁ ଚେଷ୍ଟା କରୁଥିଲା କିନ୍ତୁ କହି ପାରି ନ ଥିଲା l କିନ୍ତୁ ଆଜି ବି ସୀମା ଚିଠି ରେ ମୋ ସ୍ୱାମୀ ତୋତେ..... ଏ କଣ ହୋଇ ପାରେ ?

ନିଜକୁ ଦୋଷୀ ଭାବି କ୍ଷମା କରି ପାରୁ ନ ଥାଏ କାରଣ ଏତେ ଭଲ ପାଉଥିବା ସୀମାର ସ୍ୱାମୀ କି ମୁଁ କେତେ ଭୁଲ ବୁଝୁ ଥିଲି l ସୀମାର ଅନ୍ତିମ କ୍ରିୟାରେ ତା ଘରକୁ ଗଲି ଆଉ ତା ସ୍ୱାମୀ ଠୁ ଭୁଲ ମାଗି ମନର ବୋଝକୁ ହାଲୁକା କରିଲି l


ସତରେ ଏଠି କାହା ସହିତ କେତେବେଳେ ଅଜାଣତରେ ସମ୍ପର୍କ ଗଢି ଉଠେ ଜଣା ପଡ଼େନା l ଆମ ଆଖି ଯାହା ଦେଖେ ବେଳେବେଳେ ତାହା ଭୁଲ ବି ହୋଇ ଯାଏ l ତେଣୁ ବାରମ୍ବାର ପରୋକ୍ଷୀ ବା ସହ ହଟାତ କାହାକୁ ଭୁଲ ବୁଝିବା ଉଚିତ ନୁହଁ l




Rate this content
Log in

More oriya story from Dr.Prativa manna

Similar oriya story from Tragedy