STORYMIRROR

Ramesh Lenka

Tragedy Others

3  

Ramesh Lenka

Tragedy Others

ଶିଖା

ଶିଖା

2 mins
129

          

   ନିଶ୍ଚୁପ ଧରଣୀ ।

   ନିିସ୍ତବ୍ଧ ରଜନୀ ।

   ନିରନ୍ଧ୍ର ଅନ୍ଧକାର ।

   ବିଛଣାରେ ଶୋଇ ଛଟପଟ ହେଊଥିଲା ଶିଖା ।

   ଆଖିରେ ନିଦ ନାହିଁ ।ମନରେ ଖୁସି ନାହିଁ ।ଓଠରେ ହସ ନାହିଁ ।

   ହୃଦୟର ଆଗ୍ନେୟଗିରିରୁ କୋହର ଲାଭା ଉଦ୍ ଗୀରଣ ହେଉଚି ।

   ଆଖିର ଦୁଇଧାରେ ଗଙ୍ଗାଯମୁନା ବହୁଚି । ହଠାତ୍ କଇଁକଇଁ

   କାନ୍ଦି ଉଠିଲା ଶିଖା ।

   ବିଜୟ କାନ୍ଦ ଷୁଣି ଉଠିପଡିଲା ।

   _ ଶିଖା,,,,,,ଶିଖା

   __ ଉଁ ।

   __ ତମେ କାନ୍ଦୁଚ 

   __ ନାଇଁ ତ

   __ ଆଉ କଣ ହସିଥାଆନ୍ତି ।

   __ ସତରେ  ଶିଖା ' ମୁଁ ତମକୁ ଟିକେବି ସୁଖ ଦେଇ ପାରୁନି ।

   __ ହଁ, ଦବାକୁ ଚେଷ୍ଟା ବି କରୁନ ।

   __ ମାନେ ?

   __ କେଉଁ ଦୁର୍ବଳ ମୁହୁର୍ତ୍ତରେ ମୁଁ ତମକୁ ଭଲପାଇଦଥିଲି

   କେଜାଣି, ଦୁଃଖ ନଦୀରେ ପହଁରି ପହଁରି ମୁଁ ଅଣନିଶ୍ବାସୀ

  ହେଇଗଲିଣି ।

   __ କଣ କରିବି ମୁଁ । ଗାଁର ପାଣିପବନ ଆଉ ବାପମା'ଙ୍କର ସ୍ନେହମମତାରେ ବାନ୍ଧି ହେଇଯାଇଛି ମୁଁ ।

   __ ଖାଲି ଗାଁ ଗାଁ ହଉଚ , ଏ ଗାଁରେ ଅଛି କଣ ? ଗୋଟେ ରେଷ୍ଟରାଣ୍ଟ ଅଛି ? ସିନେମାହଲ ଅଛି ? ଡ୍ୟାନ୍ ସବାରଟେ  ଅଛି ?

__ ହେଲେ ଶାନ୍ତି ତ ଅଛି ।

   _: କି ଶାନ୍ତି ? ଖାଲି ଅଶାନ୍ତି । ଯଉଁ ଶିଖା ହାତରେ ଅଇଁଠାବାସନ  ଧରିନଥିଲା , ସେ ଆଜି ତମ ଘର ଅଇଁଠାବାସନ ମାଜୁଚି ।ଯିଏ ରୋଷେଇଘର ମାଡି ନଥେଲା, ସେ ଆଜି ଚୁଲି ଫୁଙ୍କୁଚି ।

__ ତମେ ମତେ ବା'ହେଇ ସତରେ କଣ ସୁଖୀ ନୁହଁ ?

__ କି ସୁଖ ମତେ ଦଉଚ ? ଦରମା ପାଇଲେ ଟଙ୍କାତକ ବୋଉ   ହାତରେ ଧରେଇଦଊଚ । ସାମାନ୍ୟ ସାବୁନଖଣ୍ଡେ ପେଇଁ  ତମ ମାଆକୁ ହାତପତେଇବାକୁ ପଡୁଚି । ଚାଲ, ଆମେ ଟାଊନରେ  ରହିବା ।

__ ହେଲେ ମୋ ବାପମା ?

__ କାଇଁ , ସରକାରଠୁ ଭତ୍ତା ତ ପାଉଚନ୍ତି । ଟଙ୍କିକିଆ ଚାଉଳ   ବି ମିଳୁଚି ।ଚଳିବାକୁ ଅସୁବିଧା କଉଁଠି ।

__ ସେମାନଙ୍କୁ ବୃଦ୍ଧାବସ୍ଥାରେ ଛାଡି,,,,,,,,

__ କଣ ହେଲା ସେଉଠୁ । ଅସୁବିଧା ହେଲେ ବୃଦ୍ଧାଶ୍ରମଅଛି ।

__ ବାପମା ବୃଦ୍ଧାଶ୍ରମରେ ରହିବେ ?

__ ହଁ, କଣ ଅଶୁଦ୍ଧ ହେଇଯିବ କହିଲ ? 

__ସେମାନେ ମତେ ଜନ୍ମ ଦେଇଚନ୍ତି । ମୋର ଚଳନ୍ତି ଦେବତା ।  ସେମାନଙ୍କ ସେବାଶୁଶ୍ରୁଷା କରିବା ମୋର ଧର୍ମ, କର୍ତ୍ତବ୍ୟ ।

__ ଓହୋଃ ,ମୋପେଇଁ କିଛି କର୍ତ୍ତବ୍ୟ ନାହିଁ । ମୁଁ ଚାକରାଣୀଟା ?

   ଆଜି , ଏବେ ତମେ ନିଷ୍ପତ୍ତି କର, ବାପମା ପାଖେ ରହିବ ନା  ଆମେ ଟାାଉନରେ ରହିବା ।

__ ଏଇଟା କଣ ତମ ଶେଷ ନିଷ୍ପତ୍ତି ଶିଖା ? 

__ ହଁ ।

__ ନହେଲେ ?

__ମୁଁ ଛାଡପତ୍ର ଦେବି ।

   

  ଏକଥା ଶୁଣି ବିଜୟ ପାଦତଳୁ ମାଟି ଖସିଖସି ଯାଉଥିଲା ।  ଜୀବନ ଆକାଶରେ ଘନଅନ୍ଧକାର ଘୋଟି ଆସୁଥେଲା ।

  ଝିଂକାରୀର ଝିଂ ଝିଂ ଶବ୍ଦ ବିଜୟକୁ ଅଟ୍ଟହାସ୍ୟ କରି କହୁଥେଲା

__ଭଲପାଇ ବାହାହେବା ବଡକଥା ନୁହେଁ ।

  ଭଲପାଇ ଦୁହେଁ ଚିରଦିନ ଖୁସିରେ ସଂସାର କରିବା ହିଁ

  ପ୍ରେମର ସାର୍ଥକତା ।

 


Rate this content
Log in

More oriya story from Ramesh Lenka

Similar oriya story from Tragedy