STORYMIRROR

truptimayee mishra

Tragedy

3  

truptimayee mishra

Tragedy

ସାବିତ୍ରୀ

ସାବିତ୍ରୀ

1 min
227

ସବୁଦିନ ପରି ଆଜି ବି ସକାଳ ହେଲା । କିନ୍ତୁ ଗାଁ ର ପୋଖରୀରେ ସକାଳୁ ସକାଳୁ ଆଜି ଟିକିଏ ବେଶି ଭିଡ଼, ଆଜି କୁଆଡେ଼ ସାବିତ୍ରୀ । ଗାଁ ରାସ୍ତାରେ ସଜଳ ପାଦ ପକାଇ ତରତର ହୋଇ ରୂପା ଘରମୁହାଁ ହେଉଥିଲା । ଏତେ ଶୀଘ୍ର ଯିବାର କାରଣ ପଚାରିବାରୁ , ଧୀର ସ୍ବରରେ କହିଲା ; ସମୟ ଆସି ଆଠଟା ହେଲାଣି ଶୀଘ୍ର ସାବିତ୍ରୀ ବ୍ରତ ସାରିବାକୁ ପଡ଼ିବ , ଦଶଟା ବାଜି ଗଲେ ସେ ତା'ର ସ୍ବାମୀ ଆଉ ଘରେ ରହିବନି । କାହିଁକି ର ଉତ୍ତର ଟା ଟିକେ ଖଟା ଲାଗିଲା ମୋତେ । କରୋନା ପାଇଁ ବାରଟା ରେ ଦୋକାନ ସବୁ ବନ୍ଦ ଦଶ ଟାରୁ ଦୋକାନ ନ ଗଲେ ଆଉ ମଦ ମିଳିବନି ତା' ସ୍ବାମୀକୁ । ଆଉ ପୁଣି ଦୁଇ ତିନି ଜଣ ସାଙ୍ଗ ମିଶିଗଲେ ଗାଁ ପଛ ନାଳରୁ ଆଉ ସେ ଆସିବନି । ତରତର ହେବାର ଭିତରି କଥା ଟା ଖୋଲିଦେଲା ରୂପା । ଗତକାଲି ସନ୍ଧ୍ୟାରେ ପରା ତାକୁ ବହୁତ ମାଡ଼ ପଡ଼ିଛି ତା'ର ସ୍ବାମୀ ଠାରୁ ! ଭୁଲ୍ ଖାଲି ଏତିକି ଥିଲା ସେ ପଚାରି ଦେଇଥିଲା ଏତେ ଡେରି ଯାଏଁ କେଉଁଠି ପିଉଥିଲ ?ସେତିକିରେ ବୋହେ ବସି ଯାଇଥିଲା ତା ଉପରେ । ସେଥିପାଇଁ ଡରରେ ସେ ଶୀଘ୍ର ସାବିତ୍ରୀ ବ୍ରତ ସାରିବାକୁ ତରତର ହୋଇ ଘରମୁହାଁ ହେଉଥିଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from truptimayee mishra

Similar oriya story from Tragedy