STORYMIRROR

ଜଗବନ୍ଧୁ ଗୌଡ

Tragedy

2  

ଜଗବନ୍ଧୁ ଗୌଡ

Tragedy

ପ୍ରେମ

ପ୍ରେମ

1 min
148

ଗେଲୁ ଚାଲିଗଲା ପରକରି,ବାପା ମା ଚେଉଣ୍ଡ ନାତି ଟୋକାଟାକୁ କେତେ ଯତନରେ ପିଲାରୁ ଭେଣ୍ଡିଆ କରିଥିଲା ଶୁକୁରି ଆଈ । କାହାକୁ ହାତ ପାତିନି,ସମ୍ମାନର ସହ ବଞ୍ଚିଛି, ପର ଘରେ ମୂଲ ଲାଗି ଝଡା ବୟସରେ ।ବାବୁଘରୁ ଯାହା ଆଣେ ଆଗ ଗେଲୁ ଖାଇବ,ସେ ପଛେ ଭୋକଉପାସରେ ରହୁ ।ଗେଲୁ ଭଲ ଜାମା ପିନ୍ଧିବ ,ସେ ପଛେ ଚିରା ପିନ୍ଧୁ ।ବାନ୍ଧବିର ହାତଧରି ଚାଲିଗଲା ଗେଲୁ,ଆଈ ତା ପାଇଁ ଅଲୋଡା । ସେଦିନ ଶୁକୁରି ଆଈ ଆର ପାରିକୁ ଚାଲିଗଲା,ଅନ୍ୟର କାନ୍ଧ ସାହାରାରେ ମୋତେ ମନେ ପଡେ ଶୁକୁରି ଆଈର,ସ୍ନେହଭରା ଡାକ

ହେ ..................ଗେଲୁ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from ଜଗବନ୍ଧୁ ଗୌଡ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

Similar oriya story from Tragedy