ଫେରି ଆସ ତମେ ଫେରି ଆସ
ଫେରି ଆସ ତମେ ଫେରି ଆସ
ଏ ପ୍ରେମ କାହାଣୀଟି ମୋର।ମୁଁ ଏମିତି ଏକ ମଣିଷ ଯିଏ ପ୍ରେମରେ ହାରି ଆଜି ସମ୍ପୂର୍ଣ୍ଣ ଭାବରେ ପଙ୍ଗୁ ହୋଇ ଭାଙ୍ଗି ପଡିଛି।ଆଉ ମୋତେ ଭାଙ୍ଗି ଦେଇ ଯାଇ ଥିବା ମଣିଷର ନାମ ହେଲା ସତୀଶ।ଏଇ ସତୀଶକୁ ମୁଁ ଦିନେ ଅନ୍ଧ ପରି ଭଲ ପାଉଥିଲି।କିନ୍ତୁ ତାଙ୍କ ମନରେ ନା ଥିଲା ଦୟା ନା ଥିଲା ମୋ ପ୍ରତି ପ୍ରେମ। 6 ବର୍ଷର ପ୍ରେମ ସମ୍ପର୍କ ପରେ ବି ସେ ବଦଳି ଗଲେ।ଆଉ କାହା କଥା ଶୁଣି।ଆମ ସମ୍ପର୍କରେ ଆମ ପରିବାରର ସମର୍ଥନ ମଧ୍ୟ ଥିଲା।କିନ୍ତୁ ସତୀଶ ସବୁ ସମ୍ପର୍କରେ ପୂର୍ଣ୍ଣଛେଦ ପକେଇ ଦେଇ ମୋତେ ଏକା ଛାଡି ସବୁ ଦିନ ପାଇଁ ଚାଲି ଗଲେ।ମୁଁ ମୋ ସମ୍ପର୍କକୁ ବଞ୍ଚାଇ ରଖିବା ବହୁତ ଚେଷ୍ଟା କରିଥିଲି।କିନ୍ତୁ ସେତେବେଳେ ବହୁତ ଡେରି ହୋଇ ଯାଇଥିଲା।ମୋ ଧନ ଆଉ କାହା କଥା ଶୁଣି ବଦଳି ଯାଇଥିଲେ।ମୁଁ ମୋ ଧନର ପାଦକୁ ଧରି ବହୁତ କାକୁତି ମିନତି ହେଲେ ମୋ ଧନର ମନରେ ଟିକିଏ ବି ଦୟା ଆସିଲା ନାହିଁ।ସମସ୍ତ ସମାଜ ଆଗରେ ଆମ ପ୍ରେମର ଭିକ ମାଗିଲି।ମୋର ସେ ଲୁହ ଭରା ଆଖିକୁ ଦେଖି ମଧ୍ୟ ତାଙ୍କ ମନ ବଦଳି ଗଲା ନାହିଁ।ଯେଉଁ ସତୀଶ ମୋ ଆଖିରେ କେବେ ଲୁହ ଦେଖି ପାରୁନ ଥିଲେ।ସେ ସତୀଶ ଆଜି ମୋତେ ସମାଜ ଆଗରେ ବେଜିତ୍ କରି ଧୋକା ମାରି ତାଙ୍କ ଜୀବନରୁ ମୋତେ ବାହାର କରି ଦେଲେ।ମୋ ପ୍ରେମକୁ ବଞ୍ଚାଇ ରଖିବା ପାଇଁ ମୋ ପରିବାର ଲୋକ ମାନେ ମଧ୍ୟ ବହୁତ ଚେଷ୍ଟା କରିଥିଲେ।ଏଇ ସତୀଶ ମୋ ପରିବାର ଲୋକଙ୍କୁ କଥା ଦେଇ ଥିଲେ ତୁମ ଝିଅକୁ ମୁଁ ମୋ ଜୀବନ ପରି ରଖିବି।ଏଇ ପିଲା ଆଜି ମୋତେ ମୋ ପରିବାରକୁ ଦୁଃଖର ସମୁଦ୍ର ଗର୍ଭରେ ଠେଲି ଦେଇ ଚାଲି ଗଲେ।
ଏ ଧନ ତୁମେ ମୋ ପାଖକୁ ଫେରି ଆସ।ତୁମର ସବୁ କଥା ଭୁଲି ମୁଁ ତୁମକୁ ପୁଣି ଆପଣାର କରି ନେବି।ମୁଁ ଆଜି ବି ତୁମର ସେ ଫେରି ବା ବାଟକୁ ଚାହିଁ ବସିଛି।ଫେରି ଆସ ଏ ଧନ।କାହିଁକି ମୋତେ ଏକା କରି ଚାଲି ଯାଉଛ ଥରେ ଖାଲି ଆମର ସେ ପୁରୁଣା ସ୍ମୃତିକୁ ମନେ ପକାଇ ଦେଖ ସବୁ ରାଗ ଅଭିମାନ ଭୁଲି ଯିବ।ଏ ଧନ ଫେରି ଆସ ଲୋ ।ମୁଁ ତୁମ ବିନା ବଞ୍ଚି ପାରିବି ନାହିଁ।ଫେରି ଆସ ଫେରି ଆସ ଫେରି ଆସ।ଆମ ଭିତରେ ଯାହା ବି ଭୁଲି ବୁଝାମଣା ହୋଇଛି।ସେ ସବୁକୁ ଆମେ ଦୁହେଁ ମିଶି କି ସମାଧାନ କରିବା।ତୁମେ କୁହ ଧନ ମୁଁ କେବେ ମୋ ଭଲ ପାଇବାରେ କମି ରଖିଥିଲି କି।କଣ ପାଇଁ ତୁମେ ସେ ଡାହାଣୀ କଥା ରେ ଭାସି ଯାଉଛ।ସେ ଆମର ଖୁସିର ସମ୍ପର୍କରେ ଦୁଃଖର କଳା ବାଦଲ ଢାଙ୍କି ଦେବ।ଏ ଧନ ଫେରି ଆସ please ଫେରି ଆସ।ତୁମେ ପରା ମୋର ସୁନା ଗେହ୍ଲୁ। ମୋର ସୁନା ଧନ।ତୁମର ଏ ଗେହ୍ଲି ଆଜି ବି ତୁମକୁ ପାଗଳୀ ପରି ଭଲ ପାଉଛି ତୁମର ସେ ଫେରିବା ବାଟକୁ ଅଭିଶପ୍ତ ଯକ୍ଷୀଣି ପରି ଚାହିଁ ବସିଛି।ଏ ଧନ ଫେରି ଆସ ଫେରି ଆସ ଫେରି ଆସ।
