STORYMIRROR

ଜୁଜେଶ !!

Tragedy

3  

ଜୁଜେଶ !!

Tragedy

ମୋ ଜୀବନର ଅଭୁଲା କଥା

ମୋ ଜୀବନର ଅଭୁଲା କଥା

2 mins
264


   ସୁପର ହିରୋ ଦୁନିଆର ଜନତାଙ୍କ ମଙ୍ଗଳ ପାଇଁ ନିଜ ଜୀବନକୁ ବାଜି ଲଗାଇ ବିପଦରୁ ଉଦ୍ଧାର କରିଥାଏ। ସୁପର ହିରୋର କଥା ଛୋଟରୁ ବଡ ସମସ୍ତେ ଜାଣନ୍ତି ହେଲେ ସେ ସବୁ ତ ମନଗଢା କାହାଣୀ ତଥା ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ। ପ୍ରକୃତରେ ସୁପର ହିରୋ ଦେଖିବାକୁ କେମିତି ? ଆମ ବିପଦ ବେଳେ ସାହାଯ୍ୟର ହାତ ବଢାଇଥାଏ କି ? ଆପଣ ଦେଖିଛନ୍ତି କି ?

   କିନ୍ତୁ ମୁଁ ଦେଖିଛି। ମୋ ଜୀବନରେ ସୁପର ହିରୋ। ଦେଖିବାକୁ କେମିତି? ତା ପାଖରେ କେଉଁ ଶକ୍ତି ଅଛି। ମୋଟୁ ପତଳୁ, ଛୋଟା ଭୀମ, ଶିବା, ଚାଚା ଭତିଜା, କ୍ରିସ୍ ଥ୍ରୀ, ସୁପର ମେନ୍, ସ୍ପାଇଡର ମେନ୍, ଏମାନେ ମୋ ସୁପର ହିରୋ ନୁହନ୍ତି । ମୋ ସୁପର ହିରୋ ମୋ ବାପା। ମୁଁ ଦୁନିଆକୁ ଆସିବା ଆଗରୁ, ଆସିବା ପରେ ଆଜିବି ମୋ ରକ୍ଷା କବଚ ସାଜି ମତେ ସୁରକ୍ଷା ଦେଇ ଆସୁଛନ୍ତି। ସେ ଲୁଙ୍ଗି ପିନ୍ଧିଲେ ସୁନ୍ଦର ଦେଖାଯାଆନ୍ତି , ୫ ପୁଟ ୫ ଇଞ୍ଚ ଉଚ୍ଚତା, ବେଶି ଗୋରା ନୁହେଁ କି ବେଶି କଳା ନୁହେଁ ।

   କେମିତି ଭୁଲିବି ମୋ ସୁପର୍ ହିରୋକୁ । ୧୯୯୯ ଡିସେମ୍ବର ମାସର କଥା । ମତେ ୬ ମାସ ହୋଇଥାଏ ସେତେବେଳେ ବସିବା ଶିଖିସାରିଥାଏ। ମତେ ପୋଲିଓ ରୋଗରେ ଆକ୍ରାନ୍ତ ହେଇଯାଇଥାଏ। ଅର୍ଥ ଅଭାବର ତଥା ପାଖରେ ଡାକ୍ତରଖାନା ସୁବିଧା ନଥାଏ। ଭବାନୀପାଟଣାରୁ ୧୨ କି.ମି ଦୂର ଶଗଡା ଡାଳଗୁମା। ଗାଡିର ସୁବିଧା ନଥିଲା ତା'ସାଥେ ଜଙ୍ଗଲ ରାସ୍ତା । ମୋ ଜୀବନକୁ ବଞ୍ଚାଇବା ପାଇଁ ମୋ ସୁପର୍ ହିରୋଙ୍କ ଆଖିରେ ନିଦ ନଥିଲା । ଔଷଧ ପାଇଁ ଆଖପାଖ ସବୁ ଗାଁ ବୁଲିଲେଣି ସବୁଥିରେ ବିଫଳ । ଦିନକୁ ଆଠ ଦଶ ଥର ବାହାରୁଥାଏ ମତେ ପୋଲିଓ(କଳାହାଣ୍ଡିଆରେ ପିଇରା ବେପାର) । ପନ୍ଦର କୋଡିଏ ଦିନ ପରେ ଜଣେ ଅଚିହ୍ନା ଲୋକଙ୍କ ସହ ଜଙ୍ଗଲରେ ଅକସ୍ମାତ୍ ଦେଖା ହେଲେ ମୋ ସୁପର୍ ହିରୋ । ସେ ସମସ୍ତ ସମସ୍ୟାକୁ ଶୁଣିଲା ପରେ ମୋ ବାପାଙ୍କୁ କହିଲେ ତମ ପୁଅକୁ ମୁଁ ବଞ୍ଚାଇଦେବି କିନ୍ତୁ ମୋ ସର୍ତ୍ତ ପୂରଣ କରିବାକୁ ହେବ। 

ମୋ ବାପା କହିଲେ-ମୋ ପୁଅକୁ ବଞ୍ଚାଇ ଦିଅ ତା ବଦଳେ ମୋ ଜୀବନ ପଛକେ ନେଇ ଯାଅ।

ଅଚିହ୍ନା ଲୋକ କହିଲେ - ମୋ ସର୍ତ୍ତ ହେଉଛି

୧) ତମ ଘରକୁ ଯିବି ଜଳ ଅନ୍ନ ଛୁଇବିନି ।

୨) ଔଷଧର ମୂଲ୍ୟ ନେବି ନାହିଁ। 

୩) ତମ ସହ ଆଉ କେବେ ଦେଖା ହବନି।

୪) ସବୁଦିନ ପାଇଁ ଠେକୁଆ ବରାହ ମାଂସ ତମ ପୁଅ ଖାଇବ ନାହିଁ ।


ହେଉ ଠିକ ଅଛି - ବାପା କହିଲେ


  ସେ ଘରକୁ ଆସିଲେ ତିନି ପାନ ଜରିବୁଟି ଔଷଧ ଦେଲେ ଗୋଟିଏ ପାନ ଖାଇଲା ପରେ ମୁଁ ଠିକ ହୋଇଗଲି । ସତରେ ମୋ ସୁପର ହିରୋ ମୋ ଜୀବନ ବଞ୍ଚାଇଲେ ଦେଲେ କିନ୍ତୁ ମୁଁ ଦୃଷ୍ଟିହୀନ ହୋଇଗଲି । ପାଞ୍ଚ ବରଷ ପରେ ଚଷମା ମୋ ପାଇଁ ଆଣିଲେ ଏ ଦୁନିଆ ମତେ ମନୋହର ଦିଶିଲା । ଆଜି ବି ମୁଁ ଚଷମା ବ୍ୟବହାର କରୁଛି । ମୋ ସୁପର ହିରୋ, ମୋ ସାଙ୍ଗ, ମୋ ଦୁନିଆ, ମୋ ପାଇଁ ସବୁକିଛି ତା ପାଦ ତଳେ କୋଟିଏ ପ୍ରଣାମ ।


 ଜୟ ସୁପର ହିରୋ ଜୟ ବାପା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy