STORYMIRROR

Bhagyaban Swain Lucky

Tragedy Classics Inspirational

2  

Bhagyaban Swain Lucky

Tragedy Classics Inspirational

ମୋ ଗାଁ କଥା।

ମୋ ଗାଁ କଥା।

1 min
3.3K

  • ଆଜି ମନେ ପଡେ ମୋ ଗାଁ କଥା,ସତରେ କେତେ ଦୁଃଖ ଲାଗେ ଯେତେବେଳେ ବିଦେଶରେ ଥାଇ ମନେ ପଡେ ମୋ ଗାଁ କଥା,ମୋ ଜୀବନର ଏକ ଅଭୁଲା କଥା ଆଉ ଅଙ୍ଗେ ନିଭାଇ ଥିବା କଥା,ସେଦିନ ଥିଲା ଗ୍ରୀଷ୍ମ ପ୍ରକାଶ ର ରାତି ଏକୁଟିଆ ଶୋଇଥା ଏକା ଏକ ଛାତ ଉପରେ, ଆଉ ଆକାଶ କୁ ଚାହିଁ ରହିଥିଲି,କେତେ ଭଲ ଲାଗେ ମୋ ଜନ୍ମ ମାଟି ଜୋଉଠି ନଥିଲା କାହାର ଚିନ୍ତା,ଆଉ ଘରେ ଦୁଇବେଳ ଖାଇବା ଖାଇ ଗାଁ ଗଛ ମୂଳେ ବସିବା ଯୋଉ ମଜା,ମୋ ଗାଁ ମଣ୍ଡପ ଆଉ ବାଉଁଶ ଗଛର ଗହଳି ଯେମିତି ମୋତେ ଡାକୁଚି ସତେ।ସେହି ସମୟରେ ହଟାତ୍ ଚାଲି ଆସିଲା ମୋ ପିଲା ବେଳ ର ଚକ ଦାଣ୍ଡି ଖେଳ ମୋର ସମସ୍ତ ଚୋଟୋ ବେଳର ସାଙ୍ଗ ଯେଉଁ ମାନେ ଆଜିବି ସେହି ଗାଁ ମାଟିରେ ଅଛନ୍ତି, ସତେ ଯେମିତି ମୋତେ ହାତ ଠାରି ଡାକୁଛନ୍ତି,ମୋ ଗାଁ ପୂଜା ରାତି ସେ କୁମାର ପୂନେଇ,ସେ ରଜ ଦୋଳି ରୁ ଘୋଡ଼ା ନାଚର ରଡ଼ି,ସେହି ସମୟରେ ଆସେ ଫୁଣି ମୋ ମା,ଜେଜେ ଙ୍କ କଥା ସେହି ସନ୍ଧ୍ୟା ବେଳର ଗପ,ଗାଁ ପିଣ୍ଡା ର ଗୀତ।କେତେ ସୁନ୍ଦର ମୋ ମାଟି ମା। ଇଛା ହୁଏ ଥରେ ତ କୋଳରେ ମୋ ମଥା ରଖି ଶୁଅନ୍ତି କି, ବସ୍ ଆଖିରେ ଦୁଇ ଠୋପା ଲୁହ।ହରି ଯାଇଛି ମୁଁ ଯେମିତି ମୋ ପାଖରେ ଆଉ ସାହସ ନାହିଁ ମୁଣ୍ଡ ଉଠେଇବାକୁ। ଅଣ ଶୂନ୍ୟ ମାୟା ଜାଲରେ ଛନ୍ଧି ହୋଇଯାଇଛ ଆଜି ମୁଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Bhagyaban Swain Lucky

Similar oriya story from Tragedy