Rajesh Kumar Mohapatra

Tragedy

3  

Rajesh Kumar Mohapatra

Tragedy

କିରଣ କିନ୍ନର

କିରଣ କିନ୍ନର

10 mins
244


ମର୍ନିଂୱାର୍କ ଚାଲି ଚାଲି ଷ୍ଟେସନ୍ ରୋଡ଼ ରେ ଥିବା ଚା ଦୋକାନ ସାମ୍ନା ବେଞ୍ଚ ରେ ବସିଗଲି । ଚା ଦୋକାନୀ କୁ କହିଲି ଭାଇ ଗୋଟେ ଚା ଦିଅ ଦୋକାନୀ କହିଲା ଟିକେ ସାର ବସେଇଲି ଏବେ, ବୋଧ ହୁଏ ସେ ଦିନ ମୁଁ ବେଳାବେଳି ଟିକେ ପଳେଈ ଯାଇଥିଲି ! ଚା ଦୋକାନ ରେ ରେଡ଼ିଓ ବାଜୁଥିଲା ମୁଁ ରେଡ଼ିଓ ରେ ବାଜୁଥିବା ସଙ୍ଗୀତ ରେ ମଜ୍ଜି ଯାଇ ଥିଲି କି କେହି ଜଣେ ଆସି ମୋ ପାଖ ରେ ବସି ଗଲେ । ମୁଁ ବାମ ଆଡ କୁ ଚାହିଁଲି ବସିଛନ୍ତି ଜଣେ ନାରୀ ବେଶ୍ ଉଚ୍ଚା ଶରୀର ଗୋରା ରଙ୍ଗ ବି ଗୋଲାପି ରଙ୍ଗର ଶାଢ଼ୀ ପିନ୍ଧି ଯାହାର ପିନ୍ଧା ଢଙ୍ଗ ପୁରା ଅଲଗା, ପେଟ ଟା ସମ୍ପୂର୍ଣ୍ଣ ଭାବେ ଢାଙ୍କି ହେଇ ନାହିଁ ଛାତି ଅଧା ରେ ଶାଢ଼ୀ ର ପଣତ କାନ୍ଧ ରେ ଯାଇ ପଡିଚି ମୁହଁ କୁ ଚାହିଁଲି ଓଠ ରେ ଗଦାଏ ନାଲି ଲିପଷ୍ଟିକ୍, ଆଖିରେ ଗତ ରାତି ଠୁ ଲାଗିଥିବା କଜଳ ଆଖି ଚାରି ପଟ କୁ ମେଲି ଯାଇଛି, ମୁହଁ ରେ ଛପା ଛପା ପାଉଡର ଝାଳ ରେ ଧୋଇ ହୋଇ ଗଲା ଭଳି । ମୁଁହ କୁ ଦେଖି ସରିବା ପରେ ମୋତେ ଆଉ ବୁଝିବାକୁ ଡେରି ହେଲାନି ଯେ ସେ କେହି ନାରୀ ନୁହେଁ ବରଂ ଜଣେ ନାରୀବେଶୀ ପୁରୁଷ ବୋଲି ।


ମୁଁ ଟିକେ ଅସମାଜସ୍ୟ ଫିଲ କଲି ନିଜ କୁ ଟିକେ ଘୁଂଚେଇ ବା କୁ ଚେଷ୍ଟା କଲି ସେ ଜଗା ରୁ ତ ସେ ହୁଏତ ମୋତେ ନୋଟିସ କଲେ ମୋ ମୁଣ୍ଡ ରେ ହାତ ରଖି କହିଲେ କଣ୍ ହେଲା ଧନ? ମୁଁ କହିଲି ନାଁ କିଛି ନାହି କହିଲେ ଅସୁବିଧା ହେଉଛି କି ମୁଁ ବସିବା ରୁ । ମୁଁ କହିଲି ନାଁ କିଛି ନାହିଁ, ଚା ଦୋକାନୀ ଦୁଇଟା ପେପର୍ ଗ୍ଲାସ୍ ର ଚା ଧରି ଆଣି ବଢେଇ ଦେଲା ଗୋଟେ ତାଙ୍କ ହାତ କୁ ଏବଂ ଗୋଟେ ମୋ ହାତ କୁ । ମୁଁ ଚା ଗ୍ଲାସ୍ ଟା ମୁହଁ ରେ ଲଗେଇ ତାଙ୍କ ଆଡ କୁ ଅନେଇଲି ଦେଖିବା କୁ ଏତେ ପାଖରୁ ଯେମିତି ଦେଖା ଯାଆନ୍ତି କଥା କଥିତ ହିଞ୍ଜଡ଼ା ମାନେ। ମୁଁ ଆନେଇଲି ସେ ବି ମୋତେ ଅନେଇ ଥିଲେ ହସି ଦେଲେ ମୁଁ ଚୁପ୍ ହେଇ ତଳ କୁ ଅନେ଼ଇଲି, ସେ କହିଲେ ମର୍ଣିଂ ୱାର୍କ କରିବା କୁ ଆସିଥିଲ ବୋଧେ ? ମୁଁ କହିଲି ଆଜ୍ଞା । ସେ ପଚାରିଲେ କଣ ପଢୁଚ ? ମୁଁ ଉତ୍ତର ଦେଲି ଆଜ୍ଞା ଏମ ସି ଏ କରୁଛି । ସେ କହିଲେ ଆଚ୍ଛା ତୁମ ନାଁ କଣ ? ମୁଁ ଉତ୍ତର ଦେଲି ରାଜେଶ୍ କୁମାର ମହାପାତ୍ର । ସେ କହିଲେ ମୁଁ କିରଣ... ମୁଁ ପଚାରିଲି ଟାଇଟେଲ ସେ କହିଲେ କିରଣ କିନ୍ନର ଆଇ ଫୁଲ ନେମ ? ମୁଁ ପଚାରିଲି । ଏମିତି କଣ୍ ଗୋଟେ ଜାତି ଅଛି? ସେ କହିଲେ ହଁ ଆମ ଜାତି ଅଛି ନା ଆମେ ତୃତୀୟ ଲିଙ୍ଗ ସମସ୍ତେ କିନ୍ନର କହି ହସି ଦେଲେ । ଚା ରୁ ସୁଡୁକାଏ ନେଇ କହିଲେ ମୋ ନାଁ କରୁଣାକର ଖଟୁଆ ହେଲେ ସେ ନାଁ କେବଳ ଗୋଟେ ଅତୀତ। ମୋ ମନ ର ଉତ୍ସୁକତା ବଢ଼ି ଆସିଲା ମୁଁ ପଚାରିଲି ଆପଣ କରନ୍ତି କଣ ସେ କହିଲେ ସମାଜ ସେବା । ମୋ ମନ ଭିତ ରେ ଆସିଲା ପ୍ରଶ୍ନ ମୁଁ ନିଜ ଭିତରେ ନିଜ କୁ ପଚାରିଲି ସମସ୍ତେ ତ କୁହନ୍ତି ହିଞ୍ଜଡ଼ା ମାନେ ମାଗନ୍ତି ପଇସା ୟେ ପୁଣି କି ସମାଜ ସେବା କରୁଥିବ । ମୁଁ କହିଲି ଆପଣଙ୍କ ଭଳି ଅନେକ ଙ୍କୁ ମୁଁ ଦେଖିଚି ମାଗିବା ର । ସେ କହିଲେ ମୁଁ ବି ମାଗେ , ମୁଁ କହିଲି ତେବେ ସମାଜ ସେବା ! ସେ କହିଲେ କାହିଁ ମାଗିବା ଲୋକ କଣ ସମାଜ ସେବା କରି ପାରିବେନି ?


ମୁଁ ନିରୁତ୍ତର ହେଇ ଚାହିଁଲି, ସେ କହିଲେ ଆମେ କେବଳ ନିଜ ପାଇଁ ମାଗୁନା ଆମେ ଦରକାର ପଡ଼ିଲେ ସାହାଯ୍ୟ ବି କରି donation ଦେଉ, ଆମ ତୃତୀୟ ଲିଙ୍ଗୀ ମାନଙ୍କ ଫଣ୍ଡ ରେ ଦେଉ ଯେମିତି କେହି ଅସୁବିଧା ରେ ନ ରହିବେ । ମୁଁ କହିଲି ଓଃ ଆପଣ ଙ୍କ ଘର ସେ କହିଲେ ଭୁବନେଶ୍ୱର । ମୁଁ କହିଲି କଣ ଆପଣଙ୍କ ବାପା ମା ସମସ୍ତେ ଭୁବନେଶ୍ୱର ରେ? ସେ କହିଲେ ବାପା ମା ଆମେ ମାନେ ସବୁ ନିଜେ ନିଜର ବାପା ଓ ନିଜର ମା । ମୁଁ ଆଶ୍ଚର୍ଯ୍ୟ ଭରା ନୟନରେ ଚାହିଁଲି , ସେ କହିଲେ ଆମର ନାଁ କେହି ବାପା ଥାଏ ନା କେହି ମା ଆମେ ତ ଯେମିତି ଅଣ୍ଡା ରୁ ଜନ୍ମ ନେଉ ଯାହାର ମା ଅଣ୍ଡା ଦେଇ ଛାଡ଼ି ଚାଲି ଯାଇ ଥାଏ । ମୁଁ ହସି କହିଲି ନାଁ ମ ଏମିତି କେମିତି, ସେ କହିଲେ ଆଉ ନୁହେଁ ତ କଣ୍ ଆମେ ବା ସେଥି ପାଇଁ ସମାଜ ରେ ଘୃଣ୍ୟ ଆମ କୁ ଦେଖିଲେ ଲୋକ ଥଟା କରନ୍ତି, ଆମେ ପାଖ ରେ ଥିଲେ ଲୋକ ଅସାମଞ୍ଜସ୍ୟ ଅନୁଭବ କରନ୍ତି । ମୁଁ ଟିକେ ଟିକେ କଥା ଟା ନିଜ ଆଡ କୁ ନେଲି ଅର୍ଥ ହିନ ଏକ ରାଗ ର ଭାଷା ରେ କହିଲି ଆପଣ ତ ଏବେ କିଛି ସମୟ ପୂର୍ବ ରୁ କହୁଥିଲେ ଆପଣଙ୍କ ନାଁ କରୁଣାକର ଖଟୁଆ ପୁଣି ଖଟୁଆ ତ ଆପଣଙ୍କ ପୈତୃକ ନାମ ହେଇ ଥିବ ନାଁ ! ସେ ହସି କହିଲେ ଆମେ ତ ସେଇ ସବୁ ଜାଣୁନା ଆମର କେବଳ ଆମେ ହିଁ ସାହା ଓ ଆମ ସହ ରହୁଥିବା କିନ୍ନର ସମାଜ ର ଭଉଣୀ ମାନେ । ସେଠୁ ସେ କହିଲେ ମୋ ଜନ୍ମ ବାରିପଦା ରେ ସେଠି ମୋର ଘର ଥିଲା ମୋର ମା ଥିଲା, ବାପା ଥିଲେ, ସାନ ଭଉଣୀ ଥିଲା, ବଡ଼ ଭାଇ ଥିଲେ ପରିବାର ରେ ସମସ୍ତେ ଥିଲେ ହେଲେ ମୋ ଠୁ ମୋ ନାରୀ ସ୍ଵଭାବ ଗୁଣ ପାଇଁ ସମସ୍ତେ ଅଲଗା ହେଇ ଗଲେ, ମୁଁ ସମାଜ ର ଜଣେ ନୀଚ ମଣିଷ ଟେ ପାଲଟି ଗଲି ନାଁ ।


ମୁଁ ତାଙ୍କୁ ଚାହିଁଲି ତାଙ୍କ ଆଖି ହୁଏତ ଛଳ ଛଳ ହେଇ ଆସିଥିଲା, ମୁଁ ପଚାରିଲି ଆପଣ ଘର ଛାଡ଼ିବା କେତେ ଦିନ ହେଲାଣି ? ପ୍ରାୟ ୨୫ ବର୍ଷ ହେଇ ଯିବ ସେ କହିଲେ । ମୁଁ ପଚାରିଲି କେବେ କେହି ଘରୁ ଆସି ଆପଣଙ୍କୁ ଖୋଜି ନାହାଁନ୍ତି ? ସେ ଚାହିଁଲେ କହିଲେ ଯାହାକୁ ଦୂରେଇ ଦେବା କୁ ସମସ୍ତେ ଚେଷ୍ଟା କରୁଥିଲେ ତାକୁ ପୁଣି ଆପଣେଇବାକୁ କିଏ ବା କାହିଁ ଚାହିଁବ ? ଆମେ ତ ଏ ସଭ୍ୟ ସମାଜ ରୁ ତିରସ୍କୃତ ଜାତି, ଆମ କୁ ଭଗବାନ ଜନ୍ମ ବି କାହିଁ ଦିଅନ୍ତି ଏ ଭଳି ସଭ୍ୟ ମାନଙ୍କ ସମାଜ ରେ ! ଆମେ ଅସ୍ପର୍ଶ୍, ଆମେ କାହା ଭଲ ପାଇବା ପାଇବାର ଯୋଗ୍ୟ ନୁହେଁ, ଆମେ ସାମାଜିକ ଚଳନୀ କୁ ନ ଆପଣେଇ ଆମେ ଜଣେ ଜଣେ ଅସାମାଜିକ ପାଲଟି ଯାଉ ଯେମିତି । ମୁଁ ଉତ୍ସୁକତା ର ସହ ପଚାରିଲି ଆପଣଙ୍କ ଜନ୍ମଦାତ୍ରୀ ମା ସେ କଣ୍ ଆପଣଙ୍କୁ ଦୂରେଇ ଦେଇ ଥିଲେ ? ସେ କହିଲେ ନାଁ ମୋ ବାପା ମା ମୋ ପାଇଁ ନମସ୍ୟ ସେମାନେ ମୋତେ ବହୁତ୍ ଭଲ ପାଉ ଥିଲେ ଖରାପ୍ ତ ଏଇ ସମାଜ ଯେ ସାମାଜିକତା ର ଆଳ ରେ ସାମାଜିକ ଦୂରତା ବୃଦ୍ଧି କରାଏ ଯେ ସମାଜ କୁ ଜାତି, ଧର୍ମ, ବର୍ଣ୍ଣ ଓ ଲିଙ୍ଗ ଗତ ପ୍ରଭେଦ ରେ ଭାଗ କରି ଦିଏ । ମୁଁ ଅବ୍ବାକ୍ ହୋଇ ଚାହିଁଲି କହିଲି ତେବେ ଘର ଠୁ ଦୂରେଇ ଯିବ ଆପଣଙ୍କ ନିଜସ୍ଵ ଇଚ୍ଛା ଏଥିରେ ସାମାଜିକ ଚଳନି ବା ସାମାଜିକ ବ୍ୟକ୍ତିତ୍ଵ ମାନଙ୍କର କଣ ବା ଦୋଷ ? ସେ କହିବା ଆରମ୍ଭ କଲେ ମୁଁ ଜନ୍ମ ହେଲି କେମିତି ବଡ଼ ହେଲି ସେ କଥା ତ ଜାଣିନି ହେଲେ ମୁଁ ଗାଁ ସ୍କୁଲ ରେ ପଢିଲା ବେଳେ ପୁଅ ସାର୍ଟ ପିନ୍ଧି ସ୍କୁଲ ଯାଏ ହେଲେ ପୁଅଙ୍କ ଠୁ ଝିଅ ମାନଂକ ଚାଲି ଚଳନବେଶଭୂଷା ମୋତେ ଆକୃଷ୍ଟ କରୁଥିଲା । ମୋର ହୁଏତ ସେଇ ଗୁଣ ପାଇଁ ମୋତେ ସମସ୍ତେ ମାଇଚିଆ ଡାକିବା ଆରମ୍ଭ କରି ଦେଇ ଥିଲେ ମୁଁ ବହୁତ୍ ରାଗିଯାଉଥିଲି ଯିଏ ମୋତେ ମାଇଚିଆ କହି ଡାକୁଥିଲେ ତାଙ୍କ ଉପରେ ।


ମୁଁ ସ୍କୁଲ ପାଠ ପଢା ସମୟରେ ସବୁ ବେଳେ ଝିଅ ଙ୍କ ପଟ ରେ ବସୁଥିଲି, ସେତେ ବେଳେ ମୋତେ କେହି କିଛି କହୁନଥିଲା କାରଣ କମ୍ ବୟସରେ ପ୍ରାୟ ସେମିତି ବସନ୍ତି ଯେ ଭଲ ସାଙ୍ଗ ସେମାନେ ସମସ୍ତେ ପାଖ ପାଖି ବସନ୍ତି । ହେଲେ ମୁଁ ଯେତେ ବେଳେ ସପ୍ତମ ପାସ୍ କରି ହାଇସ୍କୁଲ୍ ଯିବ ଆରମ୍ଭ କାଲି ଆଉ ସେଠି ଯାଇ ଝିଅଙ୍କ ପଟ ବେଞ୍ଚ ରେ ବସିଲି ସମସ୍ତେ ମୋତେ ଚାହିଁ ହସିଲେ ଶ୍ରେଣୀ ଶିକ୍ଷକ ଆସି କହିଲେ କଣ ପାଇଁ ସେଠାରେ ବସିଛ ? ତୁମ ପଟ ରେ ଆସି ବାସ, ମୁଁ କହିଲି ଏଇ ପଟେ ତ ମୁଁ ବସେ ସେ ହସି କହିଲେ ଘରେ କହି ଝିଅ ଡ୍ରେସ୍ ଟେ କିଣି ପିନ୍ଧିକି ଆସିଲେ ତୁମ କୁ ସେଇ ପଟେ ବସିବା କୁ ଅନୁମତି ଦିଆ ଯିବ, ପୁରା କ୍ଲାସ୍ ର ପିଲା ମାନେ ମୋ ଉପରେ ହସିଲେ । ମୁଁ କିନ୍ତୁ ଦୁଃଖ କରୁ ନଥାଏ ମୋତେ ସେ କଥା ଭଲ ଲାଗିଥିଲା । ମୁଁ ସ୍କୁଲ ଛୁଟି ପରେ ଘର କୁ ଯାଇ ବୋଉ କୁ କହିଲି ବୋଉ ଗୋଟେ ଝିଅ ପିଲା ଡ୍ରେସ୍ ଦେ ମୁଁ ପିନ୍ଧି ସ୍କୁଲ ଯିବି ! ବୋଉ କହିଲା ପାଗଳ ନା କଣ ତୁ ଝିଅ ଡ୍ରେସ୍ କାହିଁ ପିନ୍ଧିବୁ ? ମୁଁ କହିଲି ମୋର ଇଚ୍ଛା ହେଉଛି ମୁଁ ପିନ୍ଧିବି ମୋତେ ପୁଅ ଡ୍ରେସ୍ ଭଲ ଲାଗୁନି ବୋଉ କହିଲା ହଉ ଯା ଖାଇ ସରେ ବାପା ଆସନ୍ତୁ କହିବି କହି ଚାଲିଗଲା । ବାପା ଆସିଲା ପରେ ବୋଉ କଣ କହିଲା କେଜାଣି ବାପା ଆସି କହିଲେ କଣ୍ ମୋ ପୁଅ ର ଝିଅ ହେବା କୁ ଇଚ୍ଛା ହେଲାଣି? ମୁଁ କହିଲି ମୋତେ ସେ ଝିଅ ମାନଂକ ସହ ବସିବା କୁ ଅନୁମତି ଦେଉ ନାହାନ୍ତି ସ୍କୁଲ ରେ ସେଥି ପାଇଁ ।


ବାପା କହିଲେ ଆମ ସାମାଜିକ ଚଳନି ଭିତରେ ବନ୍ଧା ଏ ଯେଉଁଠି ଆମେ ରହୁଚେ ତାକୁ ସମାଜ କୁହା ଯାଏ ଏବଂ ଏଠି ରହିବା ପାଇଁ ହେଲେ ସାମାଜିକ ପ୍ରତିବନ୍ଧକ କୁ ମନିବ କୁ ପଡେ ସେଇ ହିସାବ ରେ ଗୋଟେ ପୁଅ କୁ ଝିଅ ପୋଷାକ ପିନ୍ଧିବା ର ଅନୁମତି ନାହିଁ । ମୁଁ ପଚାରିଲି ତେବେ ଫିଲ୍ମ୍ ରେ ଯାଉ ପିନ୍ଧୁଛନ୍ତି, ସେ କହିଲେ ସେମାନେ ଅଭିନୟ କରୁଛନ୍ତି ସେଥି ପାଇଁ । ମୁଁ ପୁଣି କହିଲି କେତେ ଝିଅ ମାନେ ବି ପୁଅ ପୋଷାକ ପିନ୍ଧି ଆସୁଛନ୍ତି ସେମାନେ ସେ କହିଲେ ସେମାନେ ବାସ୍ କିଛି ଦିନ ପାଇଁ ପିନ୍ଧୁଛନ୍ତି ସେମାନେ ବଡ଼ ହେଲା ପରେ ପୁଣି ନାରୀ ପୋଷାକ ପିନ୍ଧିବେ ହେଲେ ଜଣେ ପୁରୁଷ ନାରୀ ପୋଷାକ ପିନ୍ଧିଲେ ତାକୁ ମଇଚିଆ କୁହା ଯିବ । ମୁଁ କିଛି ନକହି ପଳେଇ ଗଲି ଘର କୁ । ଏଥର ପୁଅ ମାନଙ୍କ ସହ ବସିବା ଆରମ୍ଭ କରିଲ, ହେଲେ ମୋ ଭିତର ଆତ୍ମା ମୋତେ ନାରୀ ଟିଏ ହେବା କୁ ଯେମିତି ବାଧ୍ୟ କରୁ ଥାଏ । ମୁଁ ଅଜାଣତରେ ହେଉ ବା ଜାଣିଶୁଣି ନାରୀ ସୁଲଭ ଗୁଣ କୁ ଆପଣେଇବାକୁ ଲାଗିଥାଏ । ସ୍କୁଲ ର ପୁଅ ମାନେ ମୋ ସହ ଲାଗିବା ଆରମ୍ଭ କରି ଦେଇଥିଲେ ମୋତେ ମାଇଛିଆ କେହି ଟା କେହି ଅନପୁରୁଶା ଡାକୁଥିଲେ ।


ମୁଁ ଦୁଃଖି ହେଉ ନଥିଲି ବାସ୍ ହସି ଦେଉଥିଲି ହେଲେ ବି ମୋ ଚାଲି ଓ ମୋ ଭାବ ଭଙ୍ଗୀ ଯେମିତି କେହି ଜଣେ ନାରୀ ଭଳି ହେଇ ଆସିଥାଏ । ଗାଁ ରେ ବି ମୋତେ ମାଇଚିଆ ବୋଲି ସମ୍ବୋଧନ ମିଳୁଥିଲା । ଆମ ଗାଁ ରେ ଛବି ଭାଇ ଜଣେ ଥିଲେ ସେ ମୋତେ ବହୁତ୍ ଭଲ ପାଉଥିଲେ ବୟସ ରେ ମୋ ଠୁ ଚାରି ପାଞ୍ଚ ବର୍ଷ ବଡ଼ ହେବେ ସେ ମୋତେ ଭାରି ଭଲ ପାଉଥିଲେ, ଆଉ ମୁଁ ବି ତାଙ୍କୁ ମନେ ମନେ ଲାଇକ୍ କରୁଥିଲି । ସେ ମୋତେ ଡାକୁଥିଲେ କିରଣ ସେ ହିଁ ମୋର ଏ ନାମ ଦେଇ ଥିଲେ । କରୁଣା ଠୁ କିରଣ ନାଁ ଟା ମୋତେ ଭାରି ଆକୃଷ୍ଟ କରୁଥିଲା । ଶେଷ ରେ ଦିନେ ଛବି ଭାଇ କହିଲେ ଚାଲ ଦେଖିବା ତୋ ଦେହରେ ଶାଢ଼ୀ କେମିତି ଦେଖା ଯାଉଛି । ସେ ମୋ ପାଇଁ ଗୋଟେ ନୀଳ ନାଲି ବର୍ଡର ର ଶାଢ଼ୀ ଟେ ଆଣି ଦେଲେ, ସାଙ୍ଗ ରେ ଆଣିଥିଲେ ନାଲି ରଙ୍ଗର ଲିପ୍ ଷ୍ଟିକ୍, ଆଉ ନାଲି ନୈଲ୍ ପଲିସ୍ , ମୁଠାଏ ସୂତା ଗୁଡ଼ା ମେଟାଲ୍ ଚୁଡି । ମୁଁ ସେ ସବୁ ଖୁସି ରେ ପିନ୍ଧି ପକେଇଲି ସେ କହିଲେ ବହୁତ୍ ସୁନ୍ଦର୍ ଲଗୁଚୁ ତୁ । ମୁଁ ଘର କୁ ସେଇଆ କୁ ପିନ୍ଧି ବାହାରି ପଡ଼ିଲି । ଘର ଦ୍ବାର ବାଡେଇ ଲି ସାନ ଭଉଣୀ ଖୋଲିଲା ଦରଜା କହିଲା ଭାଇ ୟେ କି ବେଶ ! ବୋଉ କୁ ଡାକ ଛାଡ଼ିଲା ବୋଉ ଦୋୖଡି ଆ ଦେଖିବୁ ସେ ହସି ଚାଲି ଥାଏ ମୋତେ ଦେଖି । ମୁଁ ଭାବୁଥାଏ ସେ ବୋଧେ ଖୁସି ହେଉଛି । ବୋଉ ଆସି କହିଲା ଆଲୋ ୟେ କଣ ? କୋଉ ଯାତ୍ରା ହେଉଥିଲା ନା କଣ ଝିଅ ପାର୍ଟ୍ କରୁଛୁ ? ମୁଁ କହିଲି ନାଁ ମୋ ପାଇଁ ଛବି ଭାଇ ଆଣିଛି । ମୁଁ ୟାକୁ ପିନ୍ଧିବି ମୋତେ ଭଲ ଲାଗୁଚି । ବୋଉ ମୋତେ ଘର ଭିତର କୁ ଟାଣି ଆଣିଲା ମୋ ଡାହାଣ ହାତକୁ କୁ ଧରି ଧଡ୍ କି ଦରଜା କୁ ବନ୍ଦ କରି ଦେଲା । ଗାଲ ରେ ଗୋଟେ ଚାପୁଡ଼ା ଦେଲା କହିଲା ଝିଅ ହେବୁ ଭଉଣୀ ହସି ହସି ଘର ଭିତର କୁ ଚାଲିଗଲା । ମୁଁ କାନ୍ଦି କାନ୍ଦି ଯାଇ ଘର ଭିତରେ ସୋଇ ଥାଏ ବାପା ଙ୍କ ସାଇକଲ୍ ଆସିଲା ଭଳି ଶବ୍ଦ ହେଲେ ମୁଁ ଭାବିଲି ବାପାଙ୍କୁ ଯାଇ କହିବି କି ମୋତେ ବୋଉ ମାରିଲା ମୁଁ ଶାଢ଼ୀ ପିନ୍ଧିଛି ବୋଲି ହେଲ ରହିଗଲି ଘର ଭିତରେ ଅଭିମାନ କରି , ଯେ ମାରିଚି ସେଇ କହିବା ମୁଁ ଜମା ଯିବିନି ସେଇ ଶୁଣିବା ବାପା ଆଜି ତାକୁ କେତେ ସୋଧିବେ କହିବେ ଏଡେ ବଡ଼ ଝିଅ ଉପରେ ମୋର ତୁମେ ହାତ ଉଠେଇଲ ।


କିଛି ସମୟ ପରେ ବାପା ଡାକିଲେ ବଡ଼ ପାଟିରେ ବାପୁ (ମୋ ବଡ଼ ଭାଇ ନାଁ) ଭାଇ ଗଲା ବାପାଙ୍କ ପାଖ କୁ ବାପା କହିଲେ ଜା ମୋ ପାଂଚଣ ଟା ନେଇ ଆସିବୁ । ତା ପରେ ମୋ ନାଁ ଧରି ଡ଼ାକିଲେ ମୁଁ ବାହାର କୁ ଆସୁ ଆସୁ କହିଲେ କିଏ ତୋତେ କହିଥିଲା ଶାଢ଼ୀ ପିନ୍ଧିବା କୁ ? ମାଇଚିଅା ଜନ୍ମ ହେଇ ତ ମୋ ମାନ ଇଜ୍ଜତ କୁ ପଦାରେ ପକାଉଚୁ । ଯୁଆଡ଼େ ଯାଉଛି ଲୋକ କହୁଛନ୍ତି ବିର ଖଟୁଆ ପୁଅ ମାଈଚିଆ । ଏବେ ଶାଢ଼ୀ ପିନ୍ଧି ହିଞ୍ଜଡ଼ା ସଜିଲୁଣି ମୋ ପ୍ରତିଷ୍ଠା କୁ ଗାଁ ଦଣ୍ଡ ରେ ଗଡ଼େଇବୁ ଭାଇ ପାଞ୍ଚଣ ଟେ ବାପା ଙ୍କ ହାତ କୁ ବଢେଇ ଦେଇ ଥାଏ ମୋ ପିଠି ରେ ଥଡ୍ ଥାଡ୍ ଶବ୍ଦ କରି ୪ ପାଞ୍ଚ ପାହାର ବାଜି ସାରିଥାଏ ବାପା କହିଲେ ଖୋଲ ସେ ଶାଢ଼ୀ ଆଜି ଠୁ କୁଆଡେ ଯିବୁନି ଘରେ ରହିବୁ । ହେଞ୍ଜଡା ସାଜି ମୋ ଇଜ୍ଜତ ପକେଇବୁ କହି ମୋ ଶାଢ଼ୀ କୁ ଟାଣି ନେଇ ଜାଳି ଦେଲେ । ମୁଁ କାନ୍ଧି ଚାଲିଥାଏ ଭାଇ ମୋତେ ପେଲି ନେଇ ଘର ଭୀତ ରେ ପୁରେଇ ଦେଲା କବାଟ ଦେଇ ଦେଲା । ମୁଁ ଭୀତ ରେ ରହି ଭାବୁଥାଏ ଆଜି କାହିଁ ମୋତେ ବାପା ବୁଝେଇଲେନି ? କଣ ମୋ ଲୋକ ମାନେ ମୋ ଠୁ ବାପାଙ୍କର ଏତେ ନିଜର ମୁଁ କଣ କେହି ନୁହେଁ ବାପାଙ୍କର ମୋ ମନ କୁ କଣ ପାଇଁ ବାପା ବୁଝିଲେନି । ବାପା ମାରିବା କୁ ଆସିଲା ବେଳେ ଯାଉ ବୋଉ ଆସି କହୁଥିଲା ମୋ ପୁଅ କୁ ମାରନି ସେ କୁଆଡେ ଗଲା ଆଜି ତ ପଣତ ରେ ଏ ଯାଏ ତ୍ ମୋ ଲୁହ ପୋଛି ଦେବା କୁ ଆସୁନି ? ମୁଁ କଣ ନାରୀ ସ୍ଵଭାବ ରେ ଜନ୍ମ ବୋଲି ସତ ରେ ମୋ ବାପାଙ୍କ ମାନ ପ୍ରତିଷ୍ଠା ଚାଲିଗଲା ? ମୋ ଭାଇ ତ କାହିଁ ଆଜି ମୋତେ କିଛି କହିଲାନି ମୁଁ କଣ ବଦଳି ଯାଇଛି ? ମୁଁ କଣ ଗୋଟେ ଅନ୍ୟ ପ୍ରାଣୀ ? ମୁଁ ବହୁତ୍ କିଛି ଭାବି ଶେଷ ରେ ନିଷ୍ପତି ନେଲି ନା ବାପାଙ୍କୁ ଇଜ୍ଜତ ପକେଇବି, ନା ମୋ ମନ କୁ ବୁଝେଇ ବି ମୁଁ ଆତ୍ମହତ୍ୟା କରି ବି ରାତି ୧ ରେ ଘରୁ ବାହାରି ଚାଲିଲି ପୋଖରୀ ଆଡ କୁ କାହାକୁ କିଛି ନ କହି ଏକ ମୁହାଁ ଚାଲି ଥାଏ । ପୋଖରୀ ହୁଡ଼ା ରେ ଛିଡ଼ା ହେଇ ଡେଇଁବା କୁ ବାହାରିଚି କେହି ଆସି ମୋ ହାତ କୁ ପଛ କୁ ଟାଣି ନେଲା ଦେଖିଲି ଛବି ଭାଇ ।


ତାଙ୍କ କାନ୍ଧ ରେ ଡେରି ହେଇ କାନ୍ଦିଲି ମୋତେ କେହି ଭଲ ପାଉ ନାହାଁନ୍ତି ଛବି ଭାଇ ମୋ ନାରୀ ସ୍ଵଭାବ ଗୁଣ କଣ ଖରାପ୍ ? ଛବି ଭାଇ କହିଲେ ମୁଁ ବି ତୋ ଭଳି ହେଲେ ମୁଁ ରାତି ଅନ୍ଧାର ରେ ନାରୀ ବେଶ ଧରେ ମୋତେ ଦିନ ରେ ଏ ସମାଜ ରାକ୍ଷସ ଟା ମାରି ଦେବା ପାଇଁ ଗୋଡ଼ାଏ ମୁଁ ତୋ ଭଳି ଏତେ ସାହସୀ ନୁହେଁ ଲୋ ତୁ ସାହସୀ ହେଇ କେମିତି ଏମିତି କରିବା କୁ ଚେଷ୍ଟା କରୁଛୁ ? ଚାଲ ମୁଁ ତୋତେ ଛାଡ଼ି ଦେଇ ଆସିବି ବସ୍ ଷ୍ଟାଣ୍ଡ ରେ ଯେଉଁ ଜାଗା ର ଆଡ୍ରେସ୍ ଦେବି ସେଠି କୁ ଯିବୁ ଆଉ ସେମାନଙ୍କ ସହ ମିଶି ରହିବୁ ଆଉ ତୋତେ ଏ ସାମାଜିକ ଚଳନୀ ନାମକ ରାକ୍ଷସ ମାରିବା କୁ ଗୋଡ଼େଇବ଼ନି । ମୋତେ ଗୋଟେ ଠିକଣା ଦେଇ ବିଦା କରି ଦେଲେ ସେବେ ଠୁ ମୁଁ ଏଇଠି । ଏତିକି କହି ସେ ଉଠିବା କୁ ଲାଗିଲେ ମୁଁ କାଗଜ ର ଚା ଗ୍ଲାସ୍ ଟିକୁ ମୋଡିବା କୁ ଲାଗିଲି ସେ ଚା ଦୋକାନି କୁ ୧୦ ଟଙ୍କା ବଢେଇ ଦେଇ କହିଲେ ଆମ ଦୁଇ ଜଣଙ୍କର । ସେ ଚାଲି ଗଲେ ଆଗ କୁ ହାତ ରୁ ଝୁମ୍ ଝୂମ୍ ଚୁଡି ର ଶବ୍ଦ ଓ ପାଉଁଜି ର ଶବ୍ଦ ମୋତେ ସୁଭୁଥାଏ । କିଛି ବାଟ ପରେ ଦୁଇଟା ଟାଂସିଆ ହାତ ପାପୁଲି ପରସ୍ପର ସହ ସଂଯୁକ୍ତ ହୋଇ ତାଳି ର ଶବ୍ଦ ସୃଷ୍ଠି ହେଲା, ଝୁଂମ୍ କି ପୁଳାଏ ଚୁଡି ବି ଟା ସହ ମିଶି ଶବ୍ଦ କଲା ସେଇ ଶବ୍ଦ ଯେମିତି ମୋ ସାମାଜିକ ଚାଳନି କୁ ସଚେତନ କରେଇ ଦେଉଥିଲା ଯେ କି କିଛି ସମୟ ପୂର୍ବ ରୁ ଜଣେ କିନ୍ନର କୁ ଦେଖି ଦୂରେଇ ବସିବା କୁ ଚେଷ୍ଟା କରୁଥିଲା ହୁଏତ ଏଇ ଶବ୍ଦ କେବଳ ଆମ ସାମାଜିକତା କୁ ଗୋଟେ ଚାପୁଡ଼ା, ନ ହେଲେ ସେମାନଙ୍କ ମନ କୁ ସଚେତନ କରିବା ର ମାଧ୍ୟମ ଯେ କୁହେ ଆମେ ଭିନ୍ନ । ମୋ ମନ ରେ ଆହୁରି ଅନେକ ପ୍ରଶ୍ନ ଥାଏ ହେଲେ ସେ ଚାଲି ଯାଇଥିଲେ ଦୂରକୁ । ମୁଁ ଟେବୁଲ୍ ଉପରୁ ଉଠିଲି ଚା ଦୋକାନ ର ଏଫମ୍ ରେଡ଼ିଓ ରେ ଶୁଭିଲା କଭି ଧୁପ୍ କଭି ଛଓଁ ଫିଲ୍ମ୍ ରୁ ରାମଚନ୍ଦ୍ର ବାରିୟଞ୍ଜି ଦିୱେଦି ଗାଇଥିବା ଓ ଲେଖି ଥିବା ସଙ୍ଗୀତ "ସମୟ କା ହାଥ କା କଟପୁତ୍ଲା ହେ ଇସ୍ ଜଗ୍ ମେଁ ଇନସାନ୍ । ସଚ୍ ମାନୋ ଦୁନିଆ ୱାଲୋ ସମୟ ବଡା ବଲ୍ ବାନ୍ । ଚାଲ୍ ମୁସଫିର୍ ଚଲ୍ ୟାଂହ କୋଇ ନାହିଁ ତେରା " ।

              


Rate this content
Log in

More oriya story from Rajesh Kumar Mohapatra

Similar oriya story from Tragedy