Ramachandra Bhutia

Tragedy Inspirational

3.8  

Ramachandra Bhutia

Tragedy Inspirational

କାଳୀ ମା'

କାଳୀ ମା'

1 min
250


ସକାଳୁ ସକାଳୁ ପୋଲିସ ଗାଡ଼ିର ସାଇରନ୍ ଓ ଲୋକଙ୍କ କୋଳାହଳ ଶୁଣି ନିଦ ଭାଙ୍ଗିଗଲା। ନିଦ ମଳମଳ ଆଖିରେ ବସାଘର ବାହାରକୁ ବାହାରି ବସ୍ତି ମୁଣ୍ଡରେ ଗହଳି ଲାଗିଥିବା ଝୁମ୍ପୁଡ଼ି ନିକଟ କୁ ଗଲି। ଯାହା ଦେଖିଲି ମୋ ନିଦ ଉଭେଇଗଲା। ଗୋଟିଏ ପ୍ରାଣହୀନ କବନ୍ଧ। ପାଖରେ ଛିନ୍ନବସ୍ତ୍ରରେ ରକ୍ତ ରଞ୍ଜିତ ହୋଇ କାଙ୍କୁଡ଼ି ବସିଥିଲା ଏକ ଅନୁଢ଼ା କିଶୋରୀ। ଆଉ ଘରର ଦରଜାକୁ ଆଉଜି ବସିଥିଲା ଏକ ନାରୀ । ଅଲରା କେଶକୁ ବିପର୍ଯ୍ୟସ୍ତ ବେଶ। ପିନ୍ଧା ଲୁଗାଟିକୁ ଅସ୍ଥିସାର ଦେହରେ ଗୁଡେ଼ଇ ହୋଇ ନୀରବ ନିଶ୍ଚଳ ହୋଇ ବସିଥିଲା। ହାତରେ ତାଜା ରକ୍ତଲଗା କଟୁରୀଟି ଚିକଚିକ୍ କରୁଥିଲା।


ପୋଲିସ୍ ପହଞ୍ଚି ସାରିଥିଲେ। କିଶୋରୀଟିକୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇବା ପରେ ନିଶ୍ଚଳ ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଇଦେଲେ। ନାରୀଟିକୁ ଜେଲ୍ ନେବାପାଇଁ ଜିପ୍ ରେ ବସାଇଲେ। ଦେଖୁଦେଖୁ ପୋଲିସ୍ ଗାଡ଼ି ଆଗକୁ ବଢିବା ସହ ଭିଡ଼ ମଧ୍ୟ କମିବାକୁ ଲାଗିଲା। ଲୋକେ ଟୁପୁର୍ ଟାପୁର ହେଉଥିଲେ, ଛି ଛାକର ବି। ଅଧିକାଂଶ ଲୋକ ନାରୀଟିକୁ ଗାଳି ଦେବା ମୋ ନାରୀଟିକୁ ଗାଳି ଦେଇଦେଇ।


ଦ୍ଵିପହରେ ସେହି ବସ୍ତିରୁ ମୋ ବସାଘରେ କାମ କରୁଥିବା ସ୍ତ୍ରୀ ଲୋକଟିକୁ ଘଟଣା ବିଷୟରେ ପଚାରିଦେଲି। ସେ କହିଲା " ହେ ! ବାବୁ ତୁ କଣ ଜାଣିଛୁ ? ସେ ଟା ମରଦ ନଥିଲା । ଥିଲା ଗୋଟେ କାମୁକ ଲମ୍ପଟ। କାଳୀ ମା' ର ଜୀବନକୁ ସତ୍ୟାନାଶ କରିଦେବା ପରେ ଆଜି ନିଜ ରକତର ଝିଅକୁ ନରକ ଗତି ଦେବାକୁ ବାହାରି ଥିଲା। ଯାହାବି ହେଇଛି ଭଲ ହେଇଛି।


Rate this content
Log in

More oriya story from Ramachandra Bhutia

Similar oriya story from Tragedy