Santilata Rana

Tragedy

3  

Santilata Rana

Tragedy

ଜରା ନିବାସ

ଜରା ନିବାସ

3 mins
189



  'ସ୍ବାଗତ' ଜରା ନିବାସ କୁ ତୁମକୁ ସ୍ବାଗତ ଭଉଣୀ ।

ହଁ ହଁ ଠିକ୍ ଅଛି, କହି ନିଜର ଜିନିଷ ପତ୍ର ଧରି ଭିତରକୁ ପ୍ରବେଶ କଲେ ମଞ୍ଜରୀ ଦେବୀ ।

ମୁଁ ତୁମ ଜରା ନିବାସ ରେ ସବୁଦିନ ରହିବା ପାଇଁ ଆସିନି , ମୋ ପୁଅ ର ଗୋଟିଏ foreign tour ଯିବାର ଅଛି ସେ family ନେଇ ଯିବ , ମୁଁ ଯିବାକୁ ମନା କଲି ସେଥିପାଇଁ ସିଏ ମୋତେ ଆଣି ଏଇଠି ଛାଡିଦେଇ ଯାଇଛି , ପନ୍ଦର ଦିନ ପରେ ଫେରିଲେ ମୋତେ ନେଇଯିବ ।

 ଆଚ୍ଛା , ଠିକ୍ ଅଛି ସେଇ ପନ୍ଦର ଦିନ ତୁମେ ଆମ ମାନଙ୍କ ସହିତ ଆନନ୍ଦ ରେ ରହିବ , ତୁମର ଏଇଠି କିଛି ବି ଅସୁବିଧା ହେବ ନାହିଁ ।

ହଉ ଠିକ୍ ଅଛି । ତୁମେ ....

 ମୁଁ ଲକ୍ଷ୍ମୀ ମାନେ ଲକ୍ଷ୍ମୀପ୍ରିୟା ପଣ୍ଡା । ଆମ ଘର ବାଲେଶ୍ବର ।ମୁଁ ଏଇଠି ପାଞ୍ଚ ବର୍ଷ ହେଲା ଏଠାରେ ରହୁଛି । ପେଶାରେ ମୁଁ ଜଣେ ଶିକ୍ଷୟିତ୍ରୀ ଥିଲି । ସ୍ବାମୀଙ୍କ ଦେହାନ୍ତ ପରେ ପୁଅ ମଦ ପିଇ ଅବାଟ କୁ ଗଲା । ତେଣୁ ମୁଁ voluntary retired ନେଇ ପୁଅ କୁ ଚାକିରୀ ଦେଲି । ବାହାଘର କରାଇଦେଲି । ନାତି ଟିଏ ବି ହେଲା । କିନ୍ତୁ ପୁଅ ବୋହୂ ଙ୍କର ବ୍ୟବହାର ମୋତେ ଭଲ ଲାଗିଲା ନାହିଁ । ତେଣୁ ମୋ ପାଖରେ ଯାହା କିଛି ପଇସା ଥିଲା ସେୟାକୁ ନେଇ ମୁଁ ଏଇଠି କୁ ପଳାଇ ଆସିଲି ଆଊ ଦେଖ ମୁଁ ଏଇଠି ଆରାମ ରେ ଅଛି । ଏଇଠିକା ଅନ୍ତେବାସୀ ମାନେ ମଧ୍ୟ ବହୁତ ଭଲ । ପରସ୍ପର ସ୍ନେହ ଶ୍ରଦ୍ଧା ରେ ବାନ୍ଧି ହୋଇ ଗୋଟିଏ ପରିବାର ଭଳି ଚଳନ୍ତି ।

ଆପଣଙ୍କ ର ଏଇଠି କିଛି ବି ଅସୁବିଧା ହେବ ନାହିଁ ମଞ୍ଜରୀ ଦେବୀ ।

    ଏମିତି ଏମିତି ପନ୍ଦର ଦିନ ବିତିଗଲା ପରେ ମଞ୍ଜରୀ ଦେବୀ ପୁଅ ପାଖକୁ ଫୋନ ଲଗାଇଲେ । କ୍ରିଂ କ୍ରିଂ କ୍ରିଂ ସେପଟ ରୁ କିଛି ଉତ୍ତର ଆସିଲା ନାହିଁ । ମନ ଦୁଃଖ ରେ ବସି ପଡିଲେ ମଞ୍ଜରୀ ଦେବୀ । ଲକ୍ଷ୍ମୀ ଦେବୀ ଘର ଭିତରକୁ ଆସି ଦେଖିଲେ ମଞ୍ଜରୀ ଦେବୀ ମନ ଦୁଃଖ ରେ ବସିଛନ୍ତି । 

ପଚାରି ବୁଝିଲେ ପୁଅ ଫୋନ ଉଠାଇଲା ନାହିଁ । ହସି ହସି କହିଲେ କାମ ବ୍ୟସ୍ତ ଥିବ , ଉଠାଇ ପାରି ନ ଥିବ କାଲି ପୁଣି ଫୋନ୍ କରିବା । ତା ପର ଦିନ ।ଲକ୍ଷ୍ମୀ ଦେବୀ ମଞ୍ଜରୀ ଦେବୀ ଙ୍କ ପାଖରୁ ଫୋନ ନମ୍ବର ନେଇ ଫୋନ ଲଗାଇ ଦେଲେ ଓ ମଞ୍ଜରୀ ଦେବୀଙ୍କୁ ଧରାଇ ଦେଲେ । ଫୋନ ରିଙ୍ଗ ହେଲା କ୍ରିଂ କ୍ରିଂ କ୍ରିଂ

ଗୋଟିଏ ଛୋଟ ପିଲାର କଣ୍ଠସ୍ବର ଶୁଭିଲା , ହାଲୋ ... କିଏ ?

ମଞ୍ଜରୀ ଦେବା ଙ୍କ ମୁହଁ ଉଜ୍ବଳ ଦିଶିଲା , ସେ କହିଲେ କିଏ ବୁବୁ .. ତୁମେ ବିଦେଶ ରୁ କେବେ ଫେରିଲ ? ବୁବୁ ଉତ୍ତର ଦେଲା , ବିଦେଶ ... ଆମେ ତ ବିଦେଶ ଯାଇନୁ , କିନ୍ତୁ ତୁମେ କାହିଁକି ଗାଁ କୁ ପଳାଇଲ ? ମାମା କହୁଥିଲେ ତୁମକୁ ଏଠି ଭଲ ଲାଗିଲାନି ବୋଲି ତୁମେ ଗାଁ କୁ ପଳାଇଲ ...

ନାଇ ରେ ବୁବୁ ତୁମେ ସମସ୍ତେ ବିଦେଶ ଯିବ ବୋଲି ମୋତେ ଆଣି ବୃଦ୍ଧାଶ୍ରମ ରେ ଛାଡି ଦେଇ ଯାଇଛି ତୋ ବାପା । ନାଇଁ ଆମେ କୁଆଡେ ଯାଇନୁ ତୁମେ ଘରକୁ ଫେରିଆସ । ହଁ କହି ଫୋନ କାଟିଦେଲେ ମଞ୍ଜରୀ ଦେବୀ । ପୁଅ ଯେ ତାଙ୍କୁ ମିଛ କହି ବୃଦ୍ଧାଶ୍ରମ ରେ ଛାଡିଦେଇ ଯାଇଛି ଏ କଥା ବୁଝିବାକୁ ବାକି ରହିଲା ନାହିଁ । ସେ ଚୁପଚାପ ଖଟ ଉପରେ ବସି ଅତୀତ କଥା ଭାବି କାନ୍ଦିବାକୁ ଲାଗିଲେ । ଏତିକିବେଳେ ଲକ୍ଷ୍ମୀ ଦେବୀ ଭିତରକୁ ପଶିଆସି ପଚାରିଲେ , ପୁଅ ସହିତ କଥା ହେଲ , କେବେ ନେବାକୁ ଆସୁଛି ? ତାଙ୍କ କଥା ଶୁଣି ଛାତି ତଳେ ଜମାଟ ବାନ୍ଧି ଥିବା କୋହ ସବୁ ଯେମିତି ବାଡ ଭାଙ୍ଗି ବାହାରି ଆସିଲା, ମଞ୍ଜରୀ ଦେବୀ ଲକ୍ଷ୍ମୀ ଦେବୀଙ୍କୁ ଧରି ଭୋ ଭୋ ହୋଇ କାନ୍ଦିଲେ । ତାଙ୍କୁ ବୁଝାଇ ସୁଝାଈ ଲକ୍ଷ୍ମୀ ଦେବୀ ଚୁପ୍ କରାଇଲେ ଓ ତାଙ୍କ ଠାରୁ ଅତୀତ ର କଥା ଶୁଣିଲେ ।

ମଞ୍ଜରୀ ଦେବୀ କହିଲେ ମୋ ପୁଅ ଅମ୍ଳାନ ପାଞ୍ଚ ବରଷର ହୋଇଥିଲା ତା ବାପା ଚାଲିଗଲେ । ମୁଁ ପରଘରେ କାମଧନ୍ଦା କରି ତାକୁ ଆଜି ଦୁନିଆଁ ଦାଣ୍ଡରେ ଛିଡା କରେଇଛି । ସିଏ ମୋତେ ଆଜି ଏ ବୟସରେ ମିଛ କହି ଏଇଠି ଛାଡି ଦେଇ ଯାଇଛି । ପୁଣି କାନ୍ଦିବାକୁ ଆରମ୍ଭ କଲେ ମଞ୍ଜରୀ ଦେବୀ ।ତାଙ୍କୁ ବୁଝାଇ ଲକ୍ଷ୍ମୀ ଦେବୀ କହିଲେ ତୁମେ ଜମା ବ୍ୟସ୍ତ ହୁଅନି ସବୁ ଠିକ ହୋଇଯିବ , ପୁଅ ଆସି ତୁମକୁ ନିଶ୍ଚୟ ନେଇଯିବ । ନା,ଭଉଣୀ ପୁଅ ଆଉ ଆସିବନି ଯଦି ବା ଆସେ ସେତେବେଳ କୁ ବହୁତ ଡେରି ହୋଇଯାଇଥିବ । ଏହା କହି ମଞ୍ଜରୀ ଦେବୀ କାନ୍ଦି କାନ୍ଦି ଶୋଇପଡିଲେ ।

    ରାତି ପ୍ରାୟ ବାରଟା ହେବ। 

କାହାର ଚିତ୍କାର ଶୁଣି ଲକ୍ଷ୍ମୀ ଦେବୀଙ୍କ ନିଦ ଭାଙ୍ଗିଗଲା। ସେ ଉଠି ଦେଖିଲେ ମଞ୍ଜରୀ ଦେବୀ ନିଜ ଛାତି କୁ ଚାପି ଧରି ଯନ୍ତ୍ରଣା ରେ ଚିତ୍କାର କରୁଛନ୍ତି । ସେ ଆଶ୍ରମର କର୍ମଚାରୀ ମାନଙ୍କୁ ଡାକି ତାଙ୍କ ସହାୟତା ରେ ଡାକ୍ତର ଙ୍କ ପାଖକୁ ନେଇଗଲେ।

ଆଶ୍ରମର ଜଣେ କର୍ମଚାରୀ ମଞ୍ଜରୀ ଦେବୀଙ୍କ ପୁଅ ଅମ୍ଳାନ କୁ ଫୋନ କରି ଜଣାଇ ଦେଲେ ଯେ ତାଙ୍କ ମା serious ଅବସ୍ଥା ରେ Hospital ରେ admission ହୋଇଛନ୍ତି । ଅମ୍ଳାନ ଆଉ କାଳବିଳମ୍ବ ନ କରି ପୁଅ ବୁବୁ କୁ ନେଇ ମେଡିକାଲ ରେ ପହଞ୍ଚିଲେ , କିନ୍ତୁ ସେତେବେଳ କୁ ବହୁତ ଡେରି ହୋଇଯାଇଥିଲା , ମଞ୍ଜରୀ ଦେବୀ ଏ ଇହଧାମ ଛାଡି ଚାଲିଯାଇଥିଲେ । ମା ଙ୍କ ଶବ ପାଖେ ବସି ଅମ୍ଳାନ କାନ୍ଦୁଥିବାର ଦେଖି ବୁବୁ କହିଲା ତୁମେ ଡେରି କରିଦେଲ ବାପା ଆଉ କଣ ଜେଜେମା ଙ୍କୁ ପାଇବ .... ବୁବୁ ର କଥା ଶୁଣି ଆହୁରି ଜୋର୍ ରେ କାନ୍ଦି ଉଠିଲା ଅମ୍ଳାନ .... ।

         



Rate this content
Log in

More oriya story from Santilata Rana

Similar oriya story from Tragedy