Siddhartha Kumar Muduli

Tragedy

2  

Siddhartha Kumar Muduli

Tragedy

ଦାରିଦ୍ର୍ୟ

ଦାରିଦ୍ର୍ୟ

1 min
292


କିଛି ଦିନ ହେଲା ଶରୀର ଅସୁସ୍ଥ ହେଇଚାଲିଛି ।ପାଖ ଆଖରେ ଡାକ୍ତର,ବଇଦ ବହୁତ ଦେଖେଇ ସାରିଲିଣି । କଣ କରିବି ବଡ଼ ଡାକ୍ତର ପାଖକୁ ଯିବାକୁ ସମ୍ବଳ ତ ଦରକାର ନା । ଏଇ ଦୁଇ ତିନି ମାସରେ ରୋଗ ଯେମିତି ବନ୍ଧୁ ପାଲଟି ଗଲାଣି । ଅତି ଦୁର୍ବଳ,ଜ୍ୱର ବଢିବାରୁ ଶେଷରେ ଅନ୍ତିମ ଅନ୍ନଦାତା ଭିଟାମାଟିକୁ ବିକ୍ରି କରି, ବାହାରିଲି ବଡ଼ ମେଡ଼ିକାଲ । ଡାକ୍ତର ବାବୁ ଦେଖୁ ଦେଖୁ ରେଫର୍ କରିଦେଲେ ଏର୍ମଜେନ୍ସି ୱାର୍ଡକୁ । ମନରେ ଅନେକ ପ୍ରଶ୍ନ ? ସବୁ ପରୀକ୍ଷା ହେଇଚାଲିଲା, ଲାଗୁଥିଲା ଯେମିତି ମୋ ଜୀବନରେ ମାଡ଼ି ଆସିଛି ଏକ ଅଦିନିଆ ବନ୍ୟା ଯାହା ଧୋଇ ନେଉଥିଲା ମୋର ବଞ୍ଚିଥିବା ଏଇ ୧୭ ବର୍ଷର ସବୁ ସ୍ମୃତି ଆଉ ଆଗକୁ ବଞ୍ଚିବାର ଜିଜ୍ଞାସା । 

 ଡାକ୍ତର ବାବୁ ରିପୋର୍ଟ ସହିତ ଆସି, ମୋ ପ୍ରଶ୍ନିଳ ଦୃଷ୍ଟିର ଉତ୍ତର ଦେଇ କହିଲେ ତମର କିଛି ହୋଇନାହିଁ ଯତୀନ୍ଦ୍ର । ବାସ ତମକୁ କିଛିଦିନ ସଂଘର୍ଷ କରିବାକୁ ପଡ଼ିବ । ତୁମର ଶତୃ ବ୍ଲଡ଼ କ୍ୟାନ୍ସର ସହିତ ।


ମିଳି ଯାଇଥିଲା ସବୁ ଉତ୍ତର,ଆଉ ବହୁତ ହସ ବି ଲାଗୁଥିଲା ତାଙ୍କ ପ୍ରତି । କାରଣ ସେ ଜାଣି ନ ଥିଲେ ଯେ ଗରିବ ଜୀବନର କେବଳ ଗୋଟିଏ ଶତୃ ଥାଏ,ସେ ହେଲା ଦାରିଦ୍ର୍ୟ ।

ଏ ଜୀବନର ମରୀଚିକାରେ....

ତାର ଅନେକ ରୂପ,ଆଉ ବର୍ତ୍ତମାନ ପାଇଁ ସେ ବ୍ଲଡ଼ କ୍ୟାନ୍ସର...ହା ହା ହା..।


Rate this content
Log in

More oriya story from Siddhartha Kumar Muduli

Similar oriya story from Tragedy