STORYMIRROR

Gayatri Sethy

Tragedy

3  

Gayatri Sethy

Tragedy

ବେସାହାରା

ବେସାହାରା

2 mins
258

ଛୋଟିଆ ଗାଁଟିଏ । ବୁଢ଼ୀ ମା ଦୁଇ ପୁଅ ବୋହୁ, ନାତି ନାତୁଣୀ ସହ ରହୁଥିଲା । ଆଉ ଦୁଇ ଝିଅଙ୍କର ବିବାହ ସରିଯାଇଛି । ପିଲାମାନେ ଛୋଟ ହେଇଥିଲେ ବାପା ତାଙ୍କୁ ଛାଡି ଆରପାରିକୁ ଚାଲି ଯାଇଛନ୍ତି । ବୁଢ଼ୀ ମା ଟି ବହୁ କଷ୍ଟରେ ପିଲାମାନଙ୍କୁ ମଣିଷ କରିଛି । ବଡପୁଅ ସରକାରୀ ଚାକିରିଆ ଓ ସାନପୁଅ ବ୍ୟବସାୟୀ । ପରିବାରଟି ବେଶ ହସ ଖୁସିରେ ଚଳୁଥିଲେ ।ନିଜ ପିଲାମାନଙ୍କୁ କିଛି ଅଭାବ ଦେଖିବାକୁ ଦେଉନଥିଲେ ଦୁଇ ପୁଅ ।  ଦିନକର କଥା ବଡପୁଅର ପୁଅ ଓ ସାନପୁଅର ଝିଅ ଭିତରେ ଚକୋଲେଟ ପାଇଁ ଘମାଘୋଟ ଲଢେଇ ହେଲା, ଏହି ପରି ପ୍ରାୟ କିଛି ନା କିଛି ପାଇଁ ସବୁବେଳେ ପିଲାଙ୍କ ଭିତରେ ଝଗଡା ଚାଲିଲା । ଏହା ଦେଖି ଜେଜେମା ଭାରି ଜୋରେ ବିଗିଡ଼ିଗଲେ ଆଉ ଦୁଇପୁଅଙ୍କୁ ଡାକି ନିଜ ପିଲାମାନଙ୍କୁ ନେଇ ଅଲଗା ଅଲଗା ଘର କରିବା ପାଇଁ କହିଦେଲେ । ସେଇଆ ହେଲା ସାନପୁଅ ଏବେ ନିଜ ସ୍ତ୍ରୀ ଓ ପିଲାଙ୍କୁ ନେଇ ଉପର ମହଲାରେ ରହିଲା ଓ ବଡପୁଅ ତଳ ମହଲାରେ । ରୋଷେଇ ଗୋଟିଏ ସ୍ଥାନରେ ହେଉଥିବାରୁ ସାନବୋହୁକୁ ଉପର ତଳ ହେବାକୁ ପଡୁଥିଲା ଏବଂ ତାଙ୍କ ପିଲାମାନଙ୍କୁ ମଧ୍ୟ୍ୟ ଉପର ତଳ ହେବାକୁ ପଡୁଥିଲା ସେଥିପାଇଁ ସେମାନେ ବହୁତ ବିରକ୍ତି ଅନୁଭବ କରୁଥିଲେ । ସେଥିପାଇଁ ମାଙ୍କୁ କହିବାରୁ ସେ କାହାରି ଖୁସିରେ ବାଧା ନଦେଇ ନିଜ ଖୁସି ଅନୁସାରେ ରହିବାକୁ ପରାମର୍ଶ ଦେଲେ । ଦେଖୁ ଦେଖୁ ଦୁଇ ଭାଇ ଅଲଗା ହୋଇଗଲେ । ଏବେ ପୁଣି ଦୁଇ ଭାଇ ଯାନୀ ଯାତ୍ରାରେ ଦୁଇଭଉଣୀଙ୍କ ଘରକୁ ଭାଗ ହୋଇ ଯାଉଛନ୍ତି । ବଡପୁଅ ସାନ ଭଉଣୀ ଘରକୁ ଓ ସାନଭାଇ ବଡ ଭଉଣୀ ଘରକୁ ଯାଉଛି । ଏବେ ରହିଲା ମା ର ପାଳି ସବୁ ତ ଦୁଇ ଭାଗ ହୋଇଗଲା, ମା' ତ ଦୁଇଟି ନୁହେଁ ତେଣୁ ମାକୁ ପାଳି କରି ଖାଇବାକୁ ଦେଲେ ବୁଢ଼ୀ ମା ବି ତଳ ଉପର ହେଇ ଦୁଇ ପୁଅଙ୍କ ପାଖରେ ରହିଲା ।ଏମିତି କିଛି ଦିନ ଚାଲିଲା କିନ୍ତୁ ଏବେ ଆଉ ମା' ର ଦେହ ଭଲ ରହୁନି ତେଣୁ ସେ ତଳ ଉପର ହେଇ ପାରିଲା ନାହିଁ କି ସାନ ପୁଅ ପାଖକୁ ଯାଇପାରିଲା ନାହିଁ । ବଡପୁଅ ବି ବୁଢ଼ୀ ମା'କୁ ନିଜ ପାଖରେ ନରଖି ଅଲଗା ଗୋଟେ ଘର କରିଦେଲା ସେଇଠି କି ଦୁଇ ବୋହୁ ମା କୁ ଖାଇବାକୁ ଦେଇଆସି ନିଜ ନିଜ ଘରେ ରୁହନ୍ତି । ଆଜି ବୁଢ଼ୀ ମା'ଟି ନିଜ ପୁଅବୋହୁଙ୍କ ପାଖରେ ନରହି ଏକୁଟିଆ ହେଇଯାଇଛି । ଗୋଟିଏ ଛାତ ତଳେ କେତେଖୁସିରେ ଥିଲା । ପିଲାମାନଙ୍କ ଖୁସି ପାଇଁ ସବୁ କିଛି ଅଲଗା କରି ଆଜି ନିଜେ ବେସାହାରା ପାଲଟିଯାଇଛି । ଏହି ସବୁ ଭାବି ବୁଢ଼ୀ ମା'ଟି ଆଖି ବୁଜିଛି ହେଲେ ଶେଷ ପାଣି ଟୋପେ ଦେବା ପାଇଁ ତା' ପାଖରେ ଆଜି କେହି ନାହାନ୍ତି ।  


Rate this content
Log in

More oriya story from Gayatri Sethy

Similar oriya story from Tragedy