Sadhucharan Khamari

Tragedy

4.0  

Sadhucharan Khamari

Tragedy

ବେଦନାର ଫଲ୍ଗୁ

ବେଦନାର ଫଲ୍ଗୁ

1 min
431


ଓ ! କି ଅଲଣା ଖାଇବା l ପ୍ରତ୍ୟେକ ଦିନ କିଛିନା କିଛି ବିଗିଡି ଥାଏ l ଖାଇବାଟା ଖାଇବା ଭଳି ହେଲେ ସିନା ମଣିଷ ଖାଇବ l ସୁନନ୍ଦା ସୁନନ୍ଦା ଶୁଭୁଛି ନା ନାଇଁମ, କାଲା ହୋଇଗଲ କି ? ହେ ଭଗବାନ ! ଜୀବନ ଯାକ ଖାଲି ଖଟିବ, ହେଲେ ଖାଇଲା ବେଳକୁ, କ'ଣ ଆଉ କହିବି ସବୁ ମୋ ଭାଗ୍ୟ l


ନାରୀର ମନ କଥାକୁ ବୁଝିବାର ସାମର୍ଥ୍ୟ, ଏ ପୁରୁଷ ସମାଜର ନାହିଁ l ଛୋଟ ଛୋଟ କଥାରେ କେବେଳ, ଛାଡ ସେ କଥା l କାହିଁକି ଏତେ ରାଗୁଛ ? କ'ଣ ହେଲା ପୁଣି ? ଏତେ ଅଲଣା ଖାଇବା କ'ଣ ପାଇଁ ? ଏଟା କ'ଣ ମଣିଷ ଖାଇବେ ? ଆରେ ବାବା ଏତେ ରାଗନି l କାମକୁ ଯାଅ ରାତିରେ ଭଲରେ ରୋଷଇ କରିଦେବି l


ତମେ କେବେ ମୋତେ ବୁଝିପାରିବନି ଅରୁଣ ? ମା ହେଲାପରେ ଗୋଟିଏ ନାରୀର ଦାୟିତ୍ୱ କେତେ ଯେ ବଢ଼ି ଯାଏ, ମୁଁ ଆଜି ଠିକ ବୁଝି ପାରୁଛି l ଛୁଆକୁ ଟିକେ ଖାଇବାକୁ ନଦେଲେ ଏମିତି କାନ୍ଦୁଛି, ତା କାନ୍ଦ ଶୁଣି ମୋ ଛାତି ଭିତରଟା କ'ଣ ହୋଇଯାଏ l ନିଜକୁ ସମ୍ଭାଳି ପାରେନା l ବାତ୍ସଲ୍ୟ ପ୍ରେମରେ ବନ୍ଧା ମୁଁ l ସେ ମୋ ପାଇଁ ନୟନ ପିତୁଳା l ତମେ ଥରୁଟିଏ ହେଲେ ବୁଝନ୍ତ ଅରୁଣ l ତମ ସୁନନ୍ଦା କ'ଣ, ତମେ କେବେ ବୁଝିବେନି ?


Rate this content
Log in

More oriya story from Sadhucharan Khamari

Similar oriya story from Tragedy