STORYMIRROR

Saphala Das

Tragedy Inspirational

3  

Saphala Das

Tragedy Inspirational

ବାପା

ବାପା

3 mins
181

 ନବରାତ୍ରରେ ଚାଲିଛି ମାଆ ଙ୍କ ପୂଜା ବଡ ଧୁମ ଧାମରେ ହେବା ବଦଳରେ ଘରେଘରେ ପୂଜା ଚାଲିଛି। ଏବର୍ଷ ସହଜରେ ପାଠ ପଢା ସାଙ୍ଗ ସାଥି ସହିତ ବୁଲି ପୂଜା ରେ ବୁଲିବା ମନା। ଏତିକି ବେଳକୁ ପଡୋଶୀ ଘର ର ହୁଳହୁଳି ଶବ୍ବ ରେ ମାଆଙ୍କ ଆଖିରୁ ଲୁହ ଗଡୁଛୁ ବୋଧେ ଚୁପଚୁପ ହୋଇ ନିଜପଣତରେ ପୋଛିଦେଉଛନ୍ତି ଲୁହ ଦେଖିଲା ମୁନା। ପାଣି ପିଇବା ବାହାନା ରେ ମାଆ ଙ୍କୁ ପଛରୁ କୁଣ୍ଡାଇ ପକାଇ ପଚାରିଲା ମାଆ ଜାଣିଛ ନା, କାଲି ରାତିରେ ବଢିଆ ତରକାରୀ କରିଥିଲ ।ପେଟେ ଖାଇଲା ପରେ ପୁଣି ମନ ହେଉଥିଲା ମାଗିବାକୁ। କାଳେ ତୁମ ପାଇଁ ଥିବକି ନଥିବ। ମାଗିଲିନି ।ବାପା କହୁଥିଲେ ମାଆ ସବୁବେଳେ ତାଙ୍କ ପାଇଁ ଅଳ୍ପ ରଖି ଆମକୁ ଦିଅନ୍ତି ତେଣୁ ଦେଖିଛାହିଁ ମାଗିବ।     ସତରେ ମାଆ ବାପା ତମକୁ ବହୁତ ଭଲ ପାଆନ୍ତି।ଏବର୍ଷ କହିଥିଲେ କରୋନାରେ ବୁଲାବୁଲି ବନ୍ଦ ତେଣୁ ଆମ ଦୋକାନ ଭଲ ଭାବରେ ଚାଲିଲେ ସମସ୍ତ ଙ୍କ ପାଇଁ ଭଲ ଡ୍ରେସ କିଣିବେ ।ଆଉ ତୋ ମାଆ ପାଇଁ ବଢିଆ ଶାଢୀ ପୁଣି ତୋ ପସନ୍ଦରେ।ଏକଥା ଶୁଣି ଲା ପରେ ମାଆ ର କୋହ ଲୁହ ଏକାକାର।ମଦନ ବାବୁ ଙ୍କର ପରିବାର କହିଲେ ସ୍ତ୍ରୀ ସ୍ୱପ୍ନା ।ଦୁଇ ପୁଅ ବହୁତ ଦିନ ରୁ ଗାଁ ଛାଡି ସହରରେ ଦୋକାନ ଟି କରି ନିଜର ଗୁଜୁରାଣ ବେଶ ସୁରଖୁରୁରେଚଳେଇ ପୁଅଦୁଇଟା ପାଠ ପଢେଇ ମଣିଷ କରିବା ସ୍ୱପ୍ନ। ବଡ଼ ପୁଅ କୁ ଡାକ୍ତର ସାନପୁଅକୁ ତା ଇଚ୍ଛା ରେ ।ସେ ଯାହା ଚାହିଁବ ।ପିଲା ଦୁଇ ଟି ଭଲ ପାଠ ପଢିବା ସହ ବ୍ୟବହାର ମଧ୍ୟ ଭଲ। ଯେତେ କାମ ଥାଉ ପଛେ ପିଲାଙ୍କୁ ଟିଉସନ ରୁ ସ୍କୁଲ ପଯ୍ୟନ୍ତ ନବା ଆଣି ବା ଦାୟିତ୍ୱ ମଦନ ବାବୁଙ୍କ ର ।ଘର ର ଯାବତୀୟ କାମ ।କେବଳ ରୋଷେଇ ପିଲାଙ୍କର ଖାଇବା ପିଇବା ଯତ୍ନ ନେବା ସ୍ତ୍ରୀ ଙ୍କୁ ଦେଇ ଥାନ୍ତି କର୍ମ ଯୋଗୀ ମଣିଷ ଟି । ଏମିତି ସମୟ ଭିତରେ ଏବର୍ଷ କରୋନା ବଡ଼ ପୁଅର ମେଡ଼ିକାଲ ପାଇବା କୁ ପ୍ରସ୍ତୁତ। ଆଗରୁ ଦୁଇ ଥର ଦେଇ ମଧ୍ୟ ପୁଅକୁ ନିବୃତ୍ତ କରିନାହାନ୍ତି। ଚେଷ୍ଟା କରିଛନ୍ତି ତାଙ୍କ ଆଶା ପୂରଣ ପାଇଁ ।କିଛି ସହାୟତା ଶଶୁର ଘରୁ ମିଳେ। ବୋଲି ପିଲାଙ୍କର ପାଠ ପଢାରେ ଅଭାବ ନଥାଏ।ସେ ଯାହା ହେଉ କରୋନା ସମୟରେ ଘରେ ରହି ବଡପୁଅକୁ ସାହସଦେଇ ପାଠ ପଢାରେ ଆଗେଇ ଯାଉ ଭରଷା ଦିଅନ୍ତି ମଦନ ବାବୁ ଏବର୍ଷ ନିଶ୍ଚିତ ପାଇବୁ ।ଭୟ ଭିତରେ ପରୀକ୍ଷା ପ୍ରସ୍ତୁତି ରେ ପରୀକ୍ଷା ପାଖେଇ ଆସିଲା ବେଳକୁ ବାପାଙ୍କୁ ଜ୍ଜର ଆରମ୍ଭ ସହଜରେ କରୋନା ଭୟ। ସ୍ତ୍ରୀ ପିଲା ଯେତେ କହିଲେବି କାହାରି କଥା ନଶୁଣି ।ମନ କୁ ମନ ଔଷଧ ଖାଇ ଲୁଚେଇ ଦିଅନ୍ତି କଥାକୁ ।ଦିନେ ସାନପୁଅ ଜିଦ୍ ଧରିଲା ବେଳକୁ ପାଟିରୁ ବିହାରିଲା ମଦନ ବାବୁଙ୍କ ର ଭାଇର ପରୀକ୍ଷା ସରୁ। ବଡ ପୁ ଅର ଭି ପ୍ର ଶ୍ନ ପରୀକ୍ଷା ସହ ଜ୍ଜରର ସମ୍ପର୍କ କଣ ।ଉତ୍ତର ଦେଲେ ତୁ ଜାଣିନୁ ।ଏବେ କିଛି ଭି ଟେଷ୍ଟ କଲେ କରୋନା କହିବେ କାହିଁକି ନା ମୋ ଦେହରେ ଜ୍ୱର ରହୁଛି। ବେଶୀ ହେଲେ କହିବି ।    ଏମିତି ରେ ବଡ଼ପୁଅ ପରୀକ୍ଷା ସରିଲା ପରେ ନିଜେ ବାହାରିଲେ ମେଡ଼ିକାଲ। ସତକୁ ସତ ସବୁ ଟେଷ୍ଟ ପରେ ।ମଦନ ବାବୁଙ୍କୁ କରୋନା ମେଡ଼ିକାଲ ରୁ ଫେରି ନାହାନ୍ତି ଘରକୁ। ଶେଷ ନିଶ୍ୱାସ ତ୍ୟାଗ କଲେ ମଦନ ବାବୁ। ଅପେକ୍ଷା ନାହିଁ ପୁଅର ରେଜଲ୍ଟ ଶୁଣି ବାକୁ । ଦେଖେନି କରୋନା ବୟସ। ଶୁଣି ଲା ପରେ ସ୍ତ୍ରୀ ସ୍ୱପ୍ନା ପାଗଳୀ ପରି ହୋଇଗଲା ।ସାନ ପୁଅର ଗୋଟିଏ କଥା ଆମ ବାପା ଆମ ପାଇଁ ଗଲେ ନବମରେ ପଢୁଥିବା ପୁଅର ଉତ୍ତର।ବଡ଼ ପୁଅ ନିଜକୁ ଦୋଷ ଦେଇ ବଡ ପୁଅ ମୋଲାଗି ମୋ ପରୀକ୍ଷା ଲିଗି ବାପା ଗଲେ ।ଏହି ହୃଦୟ ସ୍ପର୍ଶୀ ବିଦାରକ କରୁଣ କାହାଣୀ ଭସେଇ ଦେଉଥିଲା ସାଇ ପଡୋଶୀଙ୍କୁ କର୍ମ ଯୋଗୀ ଆଜି ଥକି ପଡଗଲା ନିଜର ପରିବାର ପିଲାଙ୍କପାଇଁ ସବୁ ତ୍ୟାଗ ତାର ପିଲା ଦୁଇ ଟିଙ୍କ ପାଇଁ। ଏବେ ମାଆ କାନରେ ହୁଳହୁଳି ପଡିଲା ବେଳ ଲୁହକୁସମ୍ଭାଳି ପାରିଲେନି ମାଆ ସମସ୍ତେ ଘରେଘରେ ପୂଜା କଲା ବେଳେ ମୋ ଘରେ ଆଜି ମାଆ ଦୁଃଖ କାହିଁକି ଦେଲେ। ମୁଁ କଣ ଅପରାଧ କରିଥିଲି। ସେଥିଲାଗି ମୋତେ ଏତେବଡ କଷ୍ଟ ଦେଲେ। ସେହି ଲୁହ କୋହଏକାଠି ହୃଦୟ କୁ ବିଦାରିତ କଲା ବେଳେ ହୁଳହୁଳି ଶବ୍ବ ଦୁଇ ଗୁଣ କରି ପକାଉଛି। ଆଖିଲୁହକୁ ପୋଛି ଦେଇ ମୁନା ମାଆ କୁ କହିଲା ମାଆ ତମେ ଏଇଥି ପାଇଁ କାନ୍ଦୁଛ। ଆଉ କାନ୍ଦନି ।ଆଜି ଭାଇର ରେଜଲ୍ଟ ବାହାରିବ ।ତମେ ମୁଣ୍ଡିଆ ମାରି ଠାକୁର ଙ୍କୁ ଡାକ ବାପା ଆଶା ପୂରଣ ହେଉ ଦେଖିବ ତମ କାନ୍ଦ କେମିତି ବାପାଙ୍କ ହସ ସହ ମିଶିଯିବ। ବାପା ବହୁତ ଖୁସି ହେବେ। ଏତିକି ବେଳକୁ ବଡ଼ ପୁଅର ମାଆ ର କାନ୍ଦ ଠାରୁ ଦୁଇ ଗୁଣ ଅଧିକ ବାପାଙ୍କ ଫଟୋ ପାଖରେ। ବାପା ତମେ କୁଆଡ଼େ ଗଲ ।କାହିଁକି ଅପେକ୍ଷା କଲନି ମୋ ପରୀକ୍ଷା ରେଜଲ୍ଟ କୁ ତମେ ମୋତେ ଠକି ଦେଲ।ମୁଁ କିନ୍ତୁ ତୁମକୁ ଠକିନି ତୁମ ଭରଷା ସାହସ ଭଲ ପାଇବା ର ମୂଲ୍ୟ ସବୁ ପାଇଛି। ମୁଁ ମେଡ଼ିକାଲ ପାଇଗଲି ବାପା ପ୍ରଥମେ ତୁମକୁ ଜଣା ଉଛି। ବାପା । ମାଆ ଦୈ।ଡିଆସି ପୁଅକୁ କୁଣ୍ଡେଇ ପକାଇଲେ ।ଚାଲିଲା ଅଶ୍ରୁର ସ୍ରୋତ। ସତରେ ଏହି ବାପା ମାନେ ସମସ୍ତେ ଏମିତି ।ଦେଖି ପାରନ୍ତିନି କେହି ତାଙ୍କର ଲୁହକୁ କୋହକୁ କାବୁ କରି ରଖିଛନ୍ତି ହୃଦୟ ଭିତରେ।  କିଛି ସମୟପରେ ପିଲା ଦୁଇ ଟିଙ୍କୁ ଲାଗିଲା ଯେମିତି ବାପାଙ୍କ ଫଟୋରୁ ବାପାଙ୍କ ର ଶେଷ ଲୁହଟିକକ ଖୁସିରେ ଝରି ପଡୁଛି।    ଏଇ ହେଉଛନ୍ତି ଆମ ବାପା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Saphala Das

ବାପା

ବାପା

3 mins ପଢ଼ନ୍ତୁ

Similar oriya story from Tragedy