ବାହାଘର ପରେ ପୁଅ
ବାହାଘର ପରେ ପୁଅ
ଏତେ ଦିନ ପରେ ପୁଅ ଘରକୁ ଆସିବାର ଥିଲା, ହେଲେ ହେଲା କ’ଣ?
ଦୀର୍ଘଶ୍ବାସ ପକାଇଲେ ବୋଉ(ପାର୍ବତୀ) l ପୁଅ(ରିଙ୍କୁନା) ଦିଲ୍ଲୀରେ କାମ କରେ। ଭଲ ରୋଜଗାର l ମାସକୁ ଦରମା ୩୫,୦୦୦ ଟଙ୍କା l ପୁଅ କହେ ୨ ଜଣ କୁ ବି ଚଳିବାକୁ ହେଉନି, ଏପଟେ ୬୫ ବର୍ଷର ବୋଉ ପାଞ୍ଚଶହ ଟଙ୍କା ଭତ୍ତା ଆଉ ସରକାରୀ ରାସନ୍ ରେ ପେଟ ପୋଷେ l ସେଥିରେ ପୁଅ ର ପୁଣି ପ୍ରଶ୍ନ ତୋର ଖର୍ଚ୍ଚ କଣ ଯେ ???
ଏଇ ଦୁଇ ବର୍ଷ ହେବ ପାଖ ଗାଁ ରେ ରିଙ୍କୁନ୍ ତାର ବାହାଘର ହୋଇଛି l ଝିଅ ସୁନ୍ଦର ଆଉ ଶିକ୍ଷିତ ବି l କିନ୍ତୁ ବାହାଘର ପରଠୁ ପୁଅ ବୋହୂ ଦିଲ୍ଲୀରେ l ଗୋଟିଏ ବୋଲି ପୁଅ, ବୋଉର ଆଖିରୁ ଲୁହ ଶୁଖୁନି, ଦୁଇ ଝିଅ ବାହାକରି ଯେତିକି ଦୁଃଖ ପାଇ ନ ଥିଲା ପୁଅ ବାହା କରି ତା'ଠୁ ଶହେ ଗୁଣ ଦୁଃଖ ଭୋଗିସାରିଲାଣି l ତଥାପି ଚାହିଁଛି ପୁଅ ଆସିବ l
ଦୁଇ ବର୍ଷ ଭିତରେ ପୁଅ ଥରେ ଆସିଥିଲା ୨ଦିନ ପାଇଁ l ଏବେ ପୁଅ ଆସିବ ବୋଲି ବୋଉର ଭାରି ଖୁସି l କିନ୍ତୁ ଯେଉଁ ଦିନ ସେ ଗାଁରେ ପହଞ୍ଚିବାର ଥିଲା ସେହି ଦିନ ସେ ଘରକୁ ପରିଷ୍କାର ପରିଚ୍ଛନ୍ନ କରିଥିଲେ। ବାଡ଼ି, ଅଗଣା ସଫା କରାଇଥିଲେ। ପୁଅ ଯାହା ଖାଇବାକୁ ଭଲ ପାଏ, ସେ ସବୁର ରୋଷେଇ କରିଥିଲେ l କିନ୍ତୁ ସବୁ କିଛି ସେମିତି ରହିଗଲା l ପୁଅ ଆସିଲା l ପାର୍ବତୀଙ୍କ ଏକମାତ୍ର ପୁଅ ରିଙ୍କୁନ୍ କେଉଁଠି କେଜାଣି ଅଟକି ରହିଗଲା ??? ବୋଉ ବହୁତ ଖୋଜିଲା l କେତେ କହାକୁ ପଚାରିଲା l କିନ୍ତୁ ପରେ ଜାଣିଲା ପୁଅ ବୋହୂ ସହ ସପ୍ତାହେ ହେଲା ଆସି ଶଶୂର ଘରେ ଅଛି l ସମସ୍ତେ ମିଶି କୁଆଡେ ବୁଲି ଯାଇଛନ୍ତି l
ଏପଟେ ବୋଉ ଦୁଇ ହାତ ଉପରକୁ ଟେକି କହୁଥିଲା ମୋ ଧନ ଯୁଆଡେ ଯାଇଛି ଭଲରେ, ଖୁସିରେ ଘରକୁ ଫେରିଆସୁ l