STORYMIRROR

DEEPIKA DASH

Tragedy

4  

DEEPIKA DASH

Tragedy

ଅନ୍ଧାରର ଲୁହ

ଅନ୍ଧାରର ଲୁହ

3 mins
270


ହଠାତ ରାତ୍ରିଅଧରେ ନିଜ ଘରର ଡ୍ରଇଂରୁମରୁ କୋଳାହଳ ଭାସି

ଆସୁଥିବାର ଶୁଣି ଜଷ୍ଟିସ ଚୌଧୁରୀଙ୍କ ନିଦ ଭାଙ୍ଗିଗଲା । ଆଖିକୁ ମନ୍ଥି

ମନ୍ଥି ସିଏ ଡ୍ର' ରେ ଥିବା ଚଷମାଟିକୁ ପିନ୍ଧି, ଖଟ ତଳେ ଥିବା ସ୍ଲିପରକୁ ଗୋଡ଼ରେ ଗଳାଇ ସେ ବାହାରିଗଲେ ଡ୍ରଇଂ ରୁମ ଆଡ଼କୁ । ତାଙ୍କୁ ଯିବା ଦେଖି ତାଙ୍କ ଧର୍ମପତ୍ନୀ

ବି ତାଙ୍କ ପଛେ ପଛେ ଚାଲିଗଲେ ।


   ଡ୍ରଇଂରୁମର ଫୁଲଦାନୀ ଭାଙ୍ଗି

କାଚ ସବୁ ଖିନଭିନ ହୋଇ ପଡିଛି । ଆଉ ଠାଏଂ ଠାଏଂ ରକ୍ତର ଛିଟା ବି

ଲାଗିଛି । ଜଷ୍ଟିସ ଚୌଧୁରୀ ପହଂଚିବା ପୂର୍ବରୁ ତାଙ୍କ ଦୁଇ ପୁଅ ଓ ଦୁଇ ବୋହୁ

ସେଠି ପହଂଚି ସାରିଥିଲେ । 


ଆଶ୍ଚର୍ଯ୍ୟ ହୋଇ ସେ ପଚାରିଲେ ଘଟଣା କଣ..??

ସବୁ ଏଠି ଏତେ ରାତିରେ ରୁଣ୍ଡ କାହିଁକି..! ସେମାନଙ୍କ ଠାରୁ କିଛି ଉତ୍ତର ପାଇବା ପୂର୍ବରୁ ହିଁ ତାଙ୍କ କାନରେ ଘରର ୱାଚମେନର ସ୍ୱର ଶୁଭିଲା...। 

---ବାବୁ ଜଲଦି ପୋଲିସକୁ ଫୋନ କରନ୍ତୁ...। ଏଇଟା କୁ ମାମୁଁ ଘରକୁ ପଠାଇଦେବା ।

   ଘଟଣା କଣ ଜାଣିବାକୁ ସମସ୍ତେ ତିଳେ ମାତ୍ର ସମୟ ନଷ୍ଟ ନକରି ଦୌଡ଼ି ଗଲେ ବାଲକୋନି କୁ ।

ଜଗୁଆ କଥା ଶୁଣିବାକୁ । 


ଚୌଧୁରୀ ବାବୁ ଯାଇ ଦେଖନ୍ତି ତ.., ଗୋଟିଏ ଲୋକକୁ ଜଗୁଆ ହଳିଆ ବାଡ଼ିରେ ପିଟି ପିଟି ଲହୁଲୁହାଣ କରିଦେଇ, ତା ଦୁଇ ଗୋଡ଼କୁ

ଏକ ଶକ୍ତ ରସିରେ ବାନ୍ଧିବାରେ ଲାଗିଛି । ଲୋକଟିର ମୁଣ୍ଡ ଫାଟି ରକ୍ତ ବହି ପଡୁଥାଏ । ହାତର କଟି ଫୁଲି ଯାଇଥାଏ । 

ଦେଖିବାକୁ ଗଲେ ସେଇଟା ଲୋକ ନ'ଥିଲା ବରଂ ଜୀର୍ଣ୍ଣ ଶୀର୍ଣ୍ଣ କଙ୍କାଳ ଟିଏ ଭଳି ଦିଶୁଥିଲା । ଚର୍ମ ଧୁଡୁଧୁଡୁ, ମୁଣ୍ଡ ନୁଖୁରା । ତା ପେଟ ପିଠିକୁ ଲାଗି ଯାଉଥାଏ ।

ଚୌଧୁରୀ ବାବୁ ଜଗୁଆକୁ ବାରଣ କରି କହିଲେ...'ରହି ଯାଆ ଜଗୁଆ ତାକୁ ବାନ୍ଧେ ନାହିଁ '। ଏହା କହି ସେ ଜଗୁଆ ହାତରୁ ଦୌଡିଟିକୁ ଟାଣି ଆଣିଲେ ।

     ଜଗୁଆ କହିଲା ଆପଣ ଜାଣିନାହାନ୍ତି ବାବୁ ଏଇଟା ଗୋଟିଏ ଚୋର । ଘରର ସବୁ ଚୋରି କରି ଖସି ପଳାଉଥିବା ବେଳେ ମୋ ଚିଲ ଆଖିରେ ଧରାପଡିଯାଇଛି ।ଏଟାକୁ ଜମାରୁ ଦୟା ଧର୍ମ ଦେଖାଇବା ନାହିଁ ବାବୁ ।

   ଜଷ୍ଟିସ ଚୌଧୁରୀ ଥିଲେ ନ୍ୟାୟର ପ୍ରତିମୂର୍ତ୍ତି ଟିଏ । ସେ ଲୋକଟିକୁ ଭୂମି ଉପରୁ ଉଠାଇନେଇ ସୋଫାରେ ବସାଇଲେ । ପାଣି ଗ୍ଲାସଟିଏ ଆଣିବାକୁ ତାଙ୍କ ବୋହୂକୁ

କହିଲେ । ଏହାପରେ ତା'କୁ ପାଣି ଗ୍ଲାସଟି ବଢ଼େଇଛନ୍ତି କି ନାହିଁ ଲୋକଟି ଚୌଧୁରୀଙ୍କ

ହାତରୁ ଗ୍ଲାସଟି ଏକପ୍ରକାର ଛଡ଼ାଇନେଇ ଗୋଟିଏ ଢ଼ୋକରେ ସବୁତକ ପାଣି ପିଇଗଲା । ସତେ ଯେମିତି ତାକୁ ଗୋଟିଏ ଜନ୍ମର ଶୋଷ ଲାଗିଥିଲା ।

     ତା' ପରେ ଲୋକଟି ଜଷ୍ଟିସ ଙ୍କ ଗୋଡ଼ତଳେ ପଡ଼ି କାନ୍ଦିବାକୁ ଲାଗିଲା । ଜଷ୍ଟିସ ଚୌଧୁରୀ ତା'କୁ ଆଶ୍ୱାସନା ଦେଇ ତା ନାଁ, ଗାଁ ଓ ଠିକଣା ଆଦି ପଚାରିଲେ ।

       ଚୋରି କରିବାର କାରଣ ଜିଜ୍ଞାସା କଲେ । ଅତି କ୍ଷୀଣ ସ୍ୱରରେ ଧକେଇ କାନ୍ଦୁ କାନ୍ଦୁ

ଲୋକଟି ଉତ୍ତର ଦେଲା... "ଆଜ୍ଞା ମୁଁ କହ୍ନେଇପୁର ଗାଁ ର ମାଧବ" । ମୁଁ ଚୋର ନୁହେଁ ଆଜ୍ଞା । ମୁଁ ଚୋର ନୁହେଁ । 

ଦୁଇଟି ଭୋକିଲା ପେଟର ବାପା ଟିଏ ମୁଁ । 

ଭୋକରେ ଆଉଟୁ ପାଉଟୁ

ହୋଇ ବିକଳରେ କାନ୍ଦୁଥିବା ମୋ ଦୁଇ ଛୁଆର ରୋଜଗାର ହୀନ ଅଭାଗା ବାପାଟିଏ ମୁଁ ।

    କରୋନା କାଳରେ ଲାକଡାଉନୁ ଆମ ପେଟପାଟଣା ଛଡାଇ ନେଇଛି । ଦିନ ମଜୁରୀ କରି ଚଳୁଥିବା

ଖଟିଖିଆ ଲୋକ ଆମେ । ଏବେ କୋଉଠି ହେଲେ କାମ ଟିକେ ମିଳୁନାହିଁ । ଦୁଇଦିନ ହେଲା ମୋ ଘରେ ଚୁଲି ଜଳିନାହିଁ । କାଲି ମୋ ଛୁଆଙ୍କ ପାଟିରେ ଚୂଡ଼ାଗୁଣ୍ଡ ଟିକେ ଦେଇଥିଲି । ଆଉ ଆଜି ସେମାନଙ୍କ ପେଟରେ ଓଦା ଗାମୁଛାପକେଇଦେଇ ଚାଲି ଆସିଥିଲି କାମ ଟିକେ ଖୋଜିବା ପାଇଁ ।

କିନ୍ତୁ ଏଇ କରୋନା ଭୟରେ ମୋତେ କେହି ପାଖରେ ପୁରେଇଲେ ନାହିଁ । ଏଇ ଦେଖନ୍ତୁ ବାବୁ ମୁଁ ଆପଣଙ୍କ ଘରୁ କଣ ଚୋରି କରିଛି । ଜଷ୍ଟିସ ଚୌଧୁରୀ ମାଧବର ବ୍ୟାଗରେ ଦେଖିଲେ କାଲି ରାତିରେ ତାଙ୍କ

କିଚେନରେ ବଳିଥିବା କିଛି ବଳକା ଖାଦ୍ୟ । ମାଧବର ଦୁଃଖ କଥା ଶୁଣି ସିଏ କାନ୍ଦି ପକେଇଲେ । ସେ କହିଲେ ଜଗୁଆ ଗଲୁ ଫାଷ୍ଟଏଡ଼ ବାକ୍ସ ନେଇଆସିବୁ । ପୁଣି କହିଲେ ଆଚ୍ଛା ମାଧବ ତୁ ମୋ ଘରେ ରାନ୍ଧୁଣିଆ ହୋଇ କାମ କରିବୁ...? 

   ମାଧବ ବଡ଼ ଖୁସିରେ କାନ୍ଦି କାନ୍ଦି ହଁ କରିଦେଲା । ବାବୁଙ୍କ ଗୋଡ଼ତଳେ ମାଧବ ଲମ୍ବ ହୋଇ ପଡିଗଲା ।

ଚୌଧୁରୀ ବାବୁ ତା ଦେହର କ୍ଷତକୁ ପ୍ରାଥମିକ ଚିକିତ୍ସା କରିଦେଲେ । କିଛି ଦିନ ଚଳିବା ପାଇଁ ଖାଦ୍ୟ ଓ ସଉଦା ଦେଇ ମାଧବକୁ କହିଲେ, କାଲି ଠାରୁ ତୁ ମୋ ଘର କାମରେ ଲାଗିଯିବୁ । ଆଉ ଏ ସବୁ ନେଇ ଶୀଘ୍ର ତୋ ଛୁଆ ମାନଙ୍କ ପାଖକୁ ଯାଆ ।

  ସେମାନଙ୍କ ତୁଣ୍ଡରେ ଆହାର ଦେବୁ ପରା । ବାପାର ଫେରିବା ରାସ୍ତାକୁ ଛୁଆ ମାନେ ଅନେଇ ବସିଥିବେ ଯେ...।



Rate this content
Log in

More oriya story from DEEPIKA DASH

Similar oriya story from Tragedy