ଯନ୍ତ୍ର ଦାନବ
ଯନ୍ତ୍ର ଦାନବ
ଭଗବାନ ସୃଷ୍ଟ ମନୋହର ଜଗତେ
ତୁ ଏକା ଶ୍ରେଷ୍ଠ ମରତେ,
ସୁନ୍ଦର ରଚନାର ତୁ ପ୍ରତୀକଟେ
ନବ ଯୁଗର ତୁ ସତ୍ୟଟେ।
ଧର୍ମର ସନ୍ତାନ ତୁ ମାନବ
କର୍ମର ପ୍ରତିଦାନ,
ଧର୍ମପଥରେ ସୃଜିଲୁ ଦାନବ
ଯନ୍ତ୍ରରେ ଭାରିଲୁ ପ୍ରାଣ?
କାଲିର ଦାନବ ଆଜିର ଯନ୍ତ୍ରାଂଶ
କରଇ ଧର୍ମର ନାଶ
ଶତବୁଦ୍ଧି ରଖିଥିବା ଏ ରୁଦ୍ରଂଶ
ହାରଇ ଯନ୍ତ୍ର ର ପାଶ।
ମାନବ ଅଟଇ ଶୋଣିତ ସନ୍ତାନ
ସବୁଠାରୁ ବଡ ଜ୍ଞାନୀ!
ଗର୍ବ ତାକୁ ଇ କରିବ ଖର୍ବ
କରିବ ହୀନମାନି।
ଯନ୍ତ୍ର ଦାନବ ମନ୍ତ୍ର ପାଖେ ତୁ
ମାନ ନାହି ଆଜି ହାର୍
ତୁ ତ ଏଇ ମାଟି ମାଁ ର ମଣିଷ
କର ତାକୁ ନାରଖାର୍।
କୃତିମ ନର ର ବ୍ରହ୍ମାସ୍ତ୍ର ରେ
ମସ୍ତକ ନ କର ତଳ,
ଜାଗ ଆହେ ବୀର ମାନବ
ଶତ୍ରୁ କୁ କର ବିଫଳ।
ତୋ ସାମ୍ନା ରେ ଛିଡାଅଛି ଆଜି
ମାନବ ର ସଇତାନ୍
ଛିନ୍ନ କର ତା ସବୁ ଶରୀର କୁ
ହେଇଯା ଇନ୍ସାନ୍।
ଚାରିଆଡେ ଆଜି ଶୁଭାଯାଉଅଛି
ଯନ୍ତ୍ରର ଭୀମ ହୁଙ୍କାର
ପ୍ରଭୁଙ୍କର ଏଡେ ସୁନ୍ଦର ଧରାକୁ
କରିଦେଉଛି ସେ ଚୁରମାର୍।
ପୃଥିବୀକୁ କରଇ ପ୍ରଦୁଷଣ ଯୁକ୍ତ
ବାୟୁକୁ ଅତି ବିଷାକ୍ତ
ନଦୀ ନାଳ ଜଳ ହୁଅଇ ଦୁଷାକ୍ତ
ଅନଳ ହେଲା ରକ୍ତାକ୍ତ।
ମହାପବିତ୍ର ମନ୍ଦାକିନୀ ଧାରା
ହେଲା ଆଜି ଅତିଷ୍ଠ
ଯା ଜଳ ପିଇଲେ ଦେବତା ମଧ୍ୟ
ହେଉଥିଲେ ତିଷ୍ଠ ତିଷ୍ଠ।
ସବୁଜ ଶ୍ୟାମଳ ନିକି ପରିବେଶ
ହୋଇଲା ସମୁଳେ ଧ୍ବଂସ,
ରାମରାଜ୍ୟେ ହେଲା ସତୀଙ୍କ ହରଣ
ନାଶଇ ମାନବ ବଂଶ।
ଯୁଗବ୍ୟାପି ଏଇ ସଂଗ୍ରାମକୁ
କଲ ହେ ନିମନ୍ତ୍ରଣ!
ଏବେ ପୁଣି କାଇଃ ଯୁଦ୍ଧ ପାଇଁ
ସ୍ବୀକାରୁନ ଆମନ୍ତ୍ରଣ?
ରୁଧିର ଗଡାଅ ଲୁହ ହଜାଅ
ଆସ ହେ କର୍ମ କ୍ଷେତ୍ର
ଦାସତ୍ବରୁ ମୁକ୍ତି ପ୍ରାପ୍ତିର ଏହା
ଅଟେ ସୁଯୋଗ ମିତ୍ର।
ଜାଗ ହେ ମାନବ ଜାଗିଉଠ ତୁମେ
ଯନ୍ତ୍ରକୁ କର ବିନାଶ,
ରାମରାଜ୍ୟ ସ୍ଥାପି ସ୍ବଦେଶୀ ପାଳ ହେ
ବିଦେଶୀ କୁ କର ଶେଷ।
ଏ ତରୁଣୀ ଧରାର କୋମଳ ଶରୀରୁ
ହଟାଅ ଏ ଲୌହ ପାଦ,
ଲୌହ ମାନବକୁ ଧରା ପୃଷ୍ଠରୁ
ନାଶ କର ହେ ଦେବଦ।
ସୃଷ୍ଟି କର ନିଜର ଏକ ନବ ସୁଷ୍ଟି
କର ମଧୁର ସଂସାର,
ଧର୍ମ ପଥ ରେ ପଥିକ ହୋଇ
କର ସତ୍ ଆଚାର।