Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Romance Tragedy Inspirational

3  

Prabhati Mahapatra

Romance Tragedy Inspirational

ରଙ୍ଗେଇ ଦେବି ରଙ୍ଗେ

ରଙ୍ଗେଇ ଦେବି ରଙ୍ଗେ

1 min
197


ଗୋରୀ ତୋର ଗାଲକୁ ଟିକେ

ରଙ୍ଗେଇ ଦେବି ରଙ୍ଗେ

ଆ ଚାଲି ଆ ଯିବୁ ଲୋ ଗୋରୀ

ଦୋଳ ଯାତକୁ ସଙ୍ଗେ ।

ହଳଦୀ ରଙ୍ଗ ମନା କରୁଚି

ଛୁଇଁବାକୁ ତୋର ଗଣ୍ଡ

ହଳଦୀ ମୁଖି ତୁ ଏଡେ ସୁନ୍ଦରୀ ଲୋ

ରଙ୍ଗ ହୁଏ ଲଣ୍ଡଭଣ୍ଡ ।

କଳା ରଙ୍ଗ ଟିକେ ହାତରେ ନେଲି

ନାହିଁ ନାହିଁ କରେ ଦେଖି

ତୋର ପ୍ରେମିକା ନୟନ ଦେଖି

ମନ ମୋ ଯାଏ ଶୁଖି ।

ସାଧବ ବୋହୂକୁ ସ୍ନେହରେ ଡାକେ

ନେବାକୁ ତୋର ପାଶେ

ତରତରରେ ବାହାରି ଗଲା

ଓଠ ତୋହରି ଦିଶେ ।

ନୀଳ ଆକାଶ ସାଥୀ କରିଲି

ପିନ୍ଧାଇ ଦେବି ତୋତେ

ହାତକୁ ମୋର ଛିଞ୍ଚାଡି ଦେଲା

କାନିଟା ତୋର ହସେ ।

ପଦୁଅଁ ପାଶେ କରିଲି ଅଳି

ତୋ ପାଇଁ ଉପହାର

ସ୍ନେହରେ ମୋତେ କହିଲା ସତେ

ତୋ ପାଦ ପଦ୍ମହାର ।

ନୀଳାଭ ରକ୍ତାଭ ଚାହିଁଲେ ନାହିଁ

ଅନୁୁୁରାଗ ତୋ ମିଠା

କହ ଲୋ ଗୋରି କେମିତି ନେବି

ମନଟା ମୋର ଖଟା ।


Rate this content
Log in