Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

ପାଗଳ କି ମୁଁ

ପାଗଳ କି ମୁଁ

2 mins
156


  ପାଗଳ କି ମୁଁ

     ଦେଶ କଥା କହୁଛି

   ପାଗଳ କି ମୁଁ

     ପରିବେଶ କଥା କହୁଛି ?


   ପାଗଳ କି ମୁଁ

    ଜୀବନ ଜୀବିକା କଥା କହୁଛି

    ପାଗଳ କି ମୁଁ

      ଦେଶର ଅର୍ଥନୈତିକ

     ସାମାଜିକ, ରାଜନୈତିକ

     ସ୍ଥିତି ବାବଦରେ କହୁଛି ?


    ପାଗଳ କି ମୁଁ

     ମୋ ଦେଶର 

    ଶିକ୍ଷା ସ୍ଵାସ୍ଥ୍ୟ ବ୍ୟବସ୍ଥା କଥା କହୁଛି ?


     ପାଗଳ କି ମୁଁ

     ମୋ ଦେଶର

   ଶାସନ ପ୍ରଶାସନ ବ୍ୟବସ୍ଥା କଥା କହୁଛି ?

   

    ପାଗଳ କି ମୁଁ

      ମୋ ଦେଶର

     ବେକାରୀ ସମସ୍ୟା କଥା କହୁଛି ?

 

    ପାଗଳ କି ମୁଁ

    ମୋ ଦେଶର କୃଷି କୃଷକ ଓ ଶ୍ରମିକ ଙ୍କ

      ସମସ୍ୟା କଥା କହୁଛି ?


    ପାଗଳ କି ମୁଁ

    ମୋ ଦେଶର ନେତୃତ୍ଵ ଙ୍କ କଥା କହୁଛି

    ନାରୀ ନିର୍ଯ୍ୟାତନା

     ବଧୂ ନିର୍ଯ୍ୟାତନା କଥା କହୁଛି ।


    ପାଗଳ କି ମୁଁ

    ଭୃଣ ହତ୍ୟା 

   ଯୌତୁକ ନିର୍ଯ୍ୟାତନା କଥା କହୁଛି ?


    ପାଗଳ କି ମୁଁ

    ନିରକ୍ଷରତା ଓ ଦାରିଦ୍ର୍ୟତା

     ବିରୁଦ୍ଧରେ କହୁଛି ?

   

    ପାଗଳ କି ମୁଁ

     ମୋ ଗାଁ 

     ମୋ ମାଟି କଥା କହୁଛି ?


     ପାଗଳ କି ମୁଁ

      ଯୁଦ୍ଧ ବିରୁଦ୍ଧରେ

     ପୁଞ୍ଜିବାଦ ଓ ପୁଞ୍ଜିପତି ଙ୍କ

     ବିରୁଦ୍ଧରେ ମୁଁ କହୁଛି ?


     ପାଗଳ କି ମୁଁ

     ସାମ୍ୟବାଦ ଓ ସମତା ମମତା

       ସପକ୍ଷରେ କହୁଛି ?

    

    ପାଗଳ କି ମୁଁ

     ସାମ୍ରାଜ୍ୟ ବାଦ ଓ

       ଉପନିବେଶ ବାଦ

     ବିରୁଦ୍ଧରେ କହୁଛି ?

     

    ପାଗଳ କି ମୁଁ

    ଶ୍ରେଣୀ ହୀନ ସମାଜ କଥା କହୁଛି

     ଯେଉଁଠି ଧନୀ ଦରିଦ୍ର ମଧ୍ୟରେ ପାର୍ଥକ୍ୟ

      ନ ଥିବା କଥା କହୁଛି ?


    ପାଗଳ କି ମୁଁ

     ମହିଳା ଓ ପୁରୁଷ ଙ୍କ ମଧ୍ୟେ

    ପାର୍ଥକ୍ୟ ନ ଥିବା କଥା କହୁଛି ?


    ପାଗଳ କି ମୁଁ

    ସାଧାରଣ ଜନତାଙ୍କ

     ସୁଖ ସମୃଦ୍ଧି ଦେବାଲାଗି

    ସରକାର ଙ୍କ ଦାୟିତ୍ଵ ବୋଧତା

       କଥା କହୁଛି ?

     

     ପାଗଳ କି ମୁଁ

      ଦୁର୍ନୀତି ଭ୍ରଷ୍ଟାଚାର

     ବିରୁଦ୍ଧରେ କହୁଛି ?

   

    ପାଗଳ କି ମୁଁ

     ଗଣତନ୍ତ୍ର ସପକ୍ଷରେ କହୁଛି

   ଲୋକ ମାନଙ୍କର, ଲୋକ ମାନଙ୍କ ଦ୍ଵାରା

    ଲୋକମାନଙ୍କ ଶାସନ ବୋଲି

    ଗଣତନ୍ତ୍ର ଶାସନକୁ କହୁଛି ?


    ପାଗଳ କି ମୁଁ

    ସମସ୍ତ ନାଗରିକଙ୍କ 

    ସମାନ ଅଧିକାର ବୋଲି କହୁଛି

   ଜାତି, ଧର୍ମ, ବର୍ଣ୍ଣ ଓ ଲିଙ୍ଗ

    ନିର୍ବିଶେଷରେ ସମସ୍ତେ

    ସମାନ ବୋଲି କହୁଛି ?


    ପାଗଳ କି ମୁଁ

    ଅବ୍ୟବସ୍ଥା ମଧ୍ୟରେ

    ବ୍ୟବସ୍ଥା କୁ ସଜାଡିବାକୁ କହୁଛି ?


    ପାଗଳ କି ମୁଁ

    ପୁଞ୍ଜିବାଦକୁ ହଟାଇ 

     ସମାଜ ସଂସ୍କାର କରି

    ସମାଜବାଦ ପ୍ରତିଷ୍ଠା କରିବା ପାଇଁ ?


    ପାଗଳ କି ମୁଁ

    ମୋ ଦେଶର ବ୍ୟବସ୍ଥା କୁ

    ସଜାଡିବାକୁ କହିବା ପାଇଁ ?


    ପାଗଳ କି ମୁଁ

    ରାଷ୍ଟ ନାୟକ ନ ହୋଇ ବି

    ରାଷ୍ଟ୍ର ର ନାଗରିକ ସପକ୍ଷରେ

      କହିବା ପାଇଁ ?

 

   ପାଗଳ କି ମୁଁ

    ନାଗରିକ ର ସର୍ବ ନିମ୍ନ

    ଅଧିକାର କଥା କହିବା ପାଇଁ ?


 

    


    



     


    


Rate this content
Log in