Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

3  

Arjuni charan Behera

Inspirational Others

ନମସ୍ତେ ପ୍ରଭୁ ବଳଦେବ

ନମସ୍ତେ ପ୍ରଭୁ ବଳଦେବ

1 min
189



ନମସ୍ତେ ପ୍ରଭୁ ବଳଦେବ

        ଜଗତ ଜନଙ୍କ ବାନ୍ଧବ

ନମସ୍ତେ ପ୍ରଭୁ ବାସୁଦେବ

    ତୁ ଶେଷଦେବ ଆଦିଦେବ l


ନମସ୍ତେ ପ୍ରଭୁ ହଳ ଧର

        ନାସିଲ କନ୍ଦରା ଅସୁର l

ନମସ୍ତେ ପ୍ରଭୁ କାମପାଳ 

      ଆୟୁଧ ତୋ ହଳ ମୁଷଳ l


ନମସ୍ତେ ପ୍ରଭୁ ସଙ୍କର୍ଷଣ

         ଧରାକୁ କରୁ ଆକର୍ଷଣ l

ନମସ୍ତେ ଅଚ୍ୟୁତ ଅଗ୍ରଜେ

        ଜନମ ଲଭିଲ ବରଜେ l


ନମସ୍ତେ ରୋହିଣୀ ନନ୍ଦନ

     ଯଶୋଦା ମାତା ପ୍ରାଣ ଧନ l

ନମସ୍ତେ ରେବତୀ ରମଣ

       ଗଦାଯୁଦ୍ଧରେ ତୁ ପ୍ରବୀଣ l


ନମସ୍ତେ ଦେବ ତାଳଧ୍ୱଜୀ

     ଧେନୁକା ତାଳବଣେ ଗଞ୍ଜି l

ନମସ୍ତେ ଦେବ ଶିରପାଣି

      ଶିର ବିଦାରି ଶୋଭେ ମଣି l


ନମସ୍ତେ କାଳିନ୍ଦୀ ଭେଦନ

        ଲାଙ୍ଗଳୀ ଯମୂନାକର୍ଷଣ l

ନମସ୍ତେ ପ୍ରଭୁ ବ୍ରହ୍ମରାଶି

   ତୁଳସୀଦେବୀ ତୋ ପ୍ରେୟସୀ l


ନମସ୍ତେ ପ୍ରଭୁ ନୀଳବାସ

      ତୁଳସୀ କ୍ଷେତ୍ରେ କଲ ବାସ l

ନମସ୍ତେ ପ୍ରଭୂ ହେ ଅନନ୍ତ

        ତୋହର ନାହିଁ ଆଦି ଅନ୍ତ l


ନମସ୍ତେ ପ୍ରଭୁ ବଳରାମ

        ବଳରେ କେହି ନୁହେଁ ସମ

ନମସ୍ତେ ପ୍ରଭୁ ପ୍ରଳମ୍ବାରୀ

           ପ୍ରଳମ୍ବାସୁର ଵଧକାରୀ l


ଅସଂଖ୍ୟ ତୋର ନାମାବଳି

      ସଂଖ୍ୟାରେ କିଏ ପାରେ କଳି l

ନମସ୍ତେ ପ୍ରଭୁ ଦୟାମୟ

       ତୋ ପଦ ଅଭୟ ଆଶ୍ରୟ l


ସେ ପଦ୍ମପଦେ ଆଶ ମୋର

          ସର୍ବଦା ରହିଥାଉ ସ୍ଥିର l

           

                 



Rate this content
Log in

Similar oriya poem from Inspirational