Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

rasmi maye pati

Inspirational

3  

rasmi maye pati

Inspirational

ହଗ୍ ଡେ

ହଗ୍ ଡେ

1 min
237



ସାରା ବିଶ୍ବ କୁ ଯେ ଜାବୁଡ଼ି ଧରିଛି 

  ତାକୁ ଜାବୁଡ଼ିବ କିଏ

କିଏ ସେ ଦେଖିଚି ଆଦି ଅନ୍ତ ତାର

  ନିରାକାର ପରା ସିଏ।।।।

ଗୋଟିଏ ଉପାୟ ତାକୁ ବାନ୍ଧି ବାକୁ

 ଭକ୍ତି ଓ ପ୍ରେମ ଡୋରିରେ

ବାନ୍ଧି ଥିଲା ଦିନେ ଭକତ ସୁଦାମା

ଭକ୍ତିର ଲୁହ ଦି ଧାରେ।।।।

କେତେ ଚେଷ୍ଟା କଲା ମାତା ଯଶୋମତୀ 

 ବାନ୍ଧିବ ଦୁଷ୍ଟ କହ୍ନେଇ

ତା ଅଣ୍ଟାକୁ ହେଲା ଦଉଡ଼ି ନିଅଣ୍ଟ

  ସିଏ ତ ଜଗତ ସାଇଁ।।।

ଭକ୍ତି ପ୍ରେମ ରଜୁ ଲମ୍ବାଇବୁ ଯଦି

  ଧରା ଦେବ ସେ କାଳିଆ

ତା ପ୍ରେମ ଡୋରିରେ ବାନ୍ଧି ହୋଇଯିବୁ

  ସିଏ ଏକା ତୋର ସାହା।।।

ସାରା ବିଶ୍ବ ଆଜି ଅଶାନ୍ତ ବଳୟ

  ପ୍ରଭୁ ଶାନ୍ତି ନିଳୟରେ

ସେଇଠି ସୃଷ୍ଟିକୁ ଜାବୁଡି ଧରିଛି

 ବସି ନୀଳ କନ୍ଦରରେ।।।।

ଅଭାବ ସଂସାରେ ଭାବର ଠାକୁର

 ଏକା ସେଇ ପରମ ବ୍ରହ୍ମ

ଭାବର ଡୋରିରେ ଜାବୁଡ଼ି ଧରିବୁ 

 କାଟିବୁନି ସେ ବନ୍ଧନ।।।



Rate this content
Log in

Similar oriya poem from Inspirational