ଭୋକ
ଭୋକ
ଦିନହୀନ ଦରିଦ୍ରଟିଏ
ଚିରା ସାର୍ଟକୁ ଛିଣ୍ଡା ପ୍ୟାଣ୍ଡ
ମଳିମଗଧିଆ ରୁଗିଣା ମଣିଷଟିଏ...
ଖଁ ଖଁ ହୋଇ ଖାସୁଥାଏ
ଦେହରେ ପ୍ରଚଣ୍ଡ ତାତି
ସତେ କି ଭ୍ରମ ହୋଇଛି ମତି....
ଆଖପାଖ ଲୋକେ ଘୃଣା କରୁଥାନ୍ତି
କୁହନ୍ତି ୟାକୁ ବୋଧେ କରୋନା ହେଇଛି
କେହିବି ଛୁଅନା ଜଣେ
ବିଚରାର ଦୁଃଖ କିଏ ବା ବୁଝିବ
ବାସ୍ତବରେ ଘୁରି ବୁଲୁଥିଲା ଏଣେତେଣେ
ପେଟର ଭୋକର ଅନ୍ବେଷଣେ....
ହେଲେ ହତାଶ
ଖରାତରାରେ ଏଠି ସେଠି ଦିନଗଲା
ବୋଧହୁଏ ଦାଉସାଧୁଛି ଉପରବାଲା
ସବୁଠି ଲକଡାଉନ୍ ସଡଡାଉନ୍
ଉପାର୍ଜନର ସବୁ ପନ୍ଥାରେ ପଡିଛି ତାଲା....
ତିନିଦିନ ହେଲା କିଛି ବି ଖାଇନି
ଆହା ପଦେ ଥରେ କେହି ବି କହିନି
କହିବ ବା କାହିଁ
ନିଜର ବୋଲି ତ କେହି ବି ନାହିଁ
ବାଧ୍ୟହୋଇ ଆକୁତାକୁ ହାତ ପତାଇଛି
ଭୋକର କରାଳ ଦାଉରୁ
ରକ୍ଷା ପାଇବା ପାଇଁ....।