jaruri
jaruri


ମୋ ପାଇଁ ଜରୁରୀ କର୍ମ କରିବାଟା ବସି ରହିଲେ ନ ହେବ
ସୋଇ ରହିଥିବା ସିଂହ ର ମୁହଁରେ ଆହାର ଅନିକେ ଦେବା ।
ମୋ ପାଇଁ ଜରୁରୀ ଘର ଚଳେଇବା ସୋଇ ରହିଲେ କି ହେବ
ମୋ ପିଲା ଛୁଆଙ୍କୁ ଭୋକିଲା ଦେଖିଲେ ଖାଇବାକୁ କିଏ ବା ଦେବା।
କର୍ମ ଆମ ସୁଖ କର୍ମ ଆମ ଦୁଃଖ କର୍ମ କରି ଆମେ ଖାଉ
କର୍ମ ନ କରି ଯେ ସୋଇକି ରହିବା ଭୋଗିବା ଦୁଃଖର ଦାଉ ।
ଦୁଃଖେ ସୁଖେ କରି ଦିନ କାଟୁ ଆମେ ନିଜ କର୍ମ କୁ ଅଧିକାରୀ
ସଂସାର ନା କୁ ନିଜେ ନ ବାହିଲେ କିଏ ବା କରିବ ପାରି ।
ପିଲା ଦୁଇ ଟିରେ କୁଟୁମ୍ବ ମୋହର ଭାରିଯା ଟି ଛାଡ଼ି ଗଲା
ବୁଝିଲା ନାହିଁସେ କେମିତି ବଞ୍ଚିବି ତାକୁ ଝୁରି ଦିନ ଗଲା।
ଗଲା ବେଳେ ଖାଲି କହିଗଲା ପଦେ ସମ୍ଭଳି ଥିବା ନିଜକୁ
ତା ଭାଷା ର ଅର୍ଥ ଆଜି ମୁଁ ବୁଝୁଛି ଦୁଃଖ ମୁଁ କହିବି କାହାକୁ ।
ଦୁଃଖରେ ଦୁଃ
ଖରେ ଚାଲିଛି ସଂସାର ଭାରି ଚଞ୍ଚଳ ଲାଗୁଚି ମନକୁ
ତୁମେଥିଲା ଯେବେ କହିଦଉଥିଲ ଭଗବାନ କେବେ ଦୁଃଖ ଦେବେ ନାହିଁ ଆମକୁ ।
ଭଗବାନ ସିନା ନିଷ୍ଟୁର ବୋଲି ନେଇଗଲେ ତାଙ୍କପଖକୁ
ତୁମ ବିଶ୍ଵାସ ମୁଁ କେବେ ଭଙ୍ଗିବିନି ଧାର୍ଯ୍ୟ ଧରିବି ମୁଁ ନିଜକୁ ।
ଧର୍ଯ୍ୟହରା ହେଲେ ସାହାସ ଦେବାକୁ ନାହିଁ ମୋ ପାଖରେ ଆଜି
ଦୁଃଖ ଭରା ଏ ଲୁହର ବନ୍ୟାରେ ଦେହ ମୋ ଯାଉଚି ଭିଜି ।
ତଥାପି ମୁଁ ଆଜି ହାର ମନିନାହି ଲଢ଼ିବି ମରଣ ଯାଏ
ଛାଡ଼ି ଯାଇଥିବା ଦୁଇ ସନ୍ତକ କୁ କରିବି ମଣିଷ ଟିଏ ।
ମଣିଷ ଭଳିଆ ମଣିଷ କରିବି ରଖିବ ଦେଶର ନାମ
ତୁମ ପାଖକୁ ମୁଁ ନିଶ୍ଚୟ ଫେରିବି ସାରିଦେଇ ମୋର କାମ ।
ମୋ ବିନା ତୁମେ ଘଡିଟେ ରହିନ ଭୂଳିନି ଏକଥା ମନୁ
ମୋ କଥା ଅବା କଣ କହିବି ଶାନ୍ତିରେ ବସିନୀ ତୁମେ ଛାଡ଼ିଗଲା ଦିନୁ ।