Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#Thankyou Teacher - Season 2

SEE WINNERS

Share with friends

ଗୁରୁ ଚିରକାଳ ନମସ୍ୟ ଓ ବନ୍ଦନୀୟ  । ଗୁରୁ ଅଗାଧଜ୍ଞାନର ଅସରନ୍ତି ଭଣ୍ଡାର । ଗୁରୁଙ୍କ ମାର୍ଗଦଶନରେ ପରିଚାଳିତ ହେଲେ ସୁମାର୍ଜିତ, ସୁଗମ ହୁଏ ଜୀବନ ଯାତ୍ରା । ଯେଉଁଭଳି ମହମବତୀଟିଏ ନିଜକୁ ତିଳ ତିଳ କରି ଜାଳି ଅନ୍ୟକୁ ଆଲୋକ ପ୍ରଦାନ କରେ ସେହିପରି  ସେହି ପରମ ପୁରୁଷ, ପରମାତ୍ମା ଗୁରୁ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂରୀଭୂତ କରିବା ନିମନ୍ତେ ନିଜକୁ ଉତ୍ସର୍ଗ କରିଦିଅନ୍ତି । ନିଜ ସମୟ, ଜ୍ଞାନକୁ ବିନିଯୋଗ କରନ୍ତି ସ୍ବସନ୍ତାନ ତୁଲ୍ୟ ଶିଷ୍ୟ ନିମନ୍ତେ ।

ଗୁରୁ ଜ୍ଞାନ, ଶିକ୍ଷା, ଏବଂ ସୂଚନାର ଏକ ସର୍ବୋତ୍କୃଷ୍ଟ ସ୍ରୋତ। ଜୀବନ ମୂଳଦୁଆ ସୃଷ୍ଟି କରନ୍ତି ସେହି ସଦ୍ ଗୁରୁ ଯାହା ଜୀବନ ସାରା ଆମକୁ ସହାୟକ ହୋଇଥାଏ । ଆମର ସୃଜନଶକ୍ତି, ଧୀଶକ୍ତି, ବିଚାରଶକ୍ତକୁ ଉନ୍ନତ କରିବା ନିମନ୍ତେ, ଆମର ବ୍ୟକ୍ତିତ୍ୱକୁ ବିକଶିତ କରିବାରେ ଗୁରୁ ଦାୟିତ୍ୱ ସମ୍ଭାଳିଥାନ୍ତି ଗୁରୁ । ଗୁରୁଙ୍କ ଆଦେଶକୁ, ନିର୍ଦ୍ଦେଶକୁ ଭକ୍ତି ଓ ଶ୍ରଦ୍ଧା ସହକାରେ ପାଳନ କଲେ ଆମେ ଏକ ଉତ୍ତମ ମଣିଷ ରୂପେ ନିଜକୁ ଗଢି଼ ତୋଳିପାରିବା ।

5 ସେପ୍ଟେମ୍ବର, ‘ଜାତୀୟ ଶିକ୍ଷକ ଦିବସ’ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମ ବାର୍ଷିକୀକୁ ସ୍ମରଣ କରିଥାଏ । ତେବେ ଏହି ପବିତ୍ର ଦିବସରେ ଯେଉଁ ଗୁରୁମାନଙ୍କ ଆଶିଷ ଓ ମାର୍ଗଦର୍ଶନ ଦ୍ୱାରା ଆମେ ନିଜ ଜୀବନକୁ ଗଢ଼ି ତୋଳି ସରସ, ସୁନ୍ଦର କରିଛନ୍ତି , ସେହି ସମସ୍ତ ଗୁରୁଙ୍କ ପ୍ରତି ନିଜ କୃତଜ୍ଞତା ସହ ଭକ୍ତି ନୈବେଦ୍ୟ ଅର୍ପଣ ପୂର୍ବକ ଷ୍ଟୋରୀ ମିରର୍ ନେଇ  ଆସିଛି “ଥ୍ୟାଙ୍କ ୟୁ ଟିଚର-ସିଜନ ଟୁ”

ନିୟମ:

  • ଲେଖକମାନେ ପ୍ରଦତ୍ତ ଥିମ୍ ଉପରେ କାହାଣୀ / କବିତା / କୋଟ୍ / ଅଡି଼ଓ କାହାଣୀ ଏବଂ ଅଡିଓ କବିତା ଦାଖଲ କରିପାରିବେ।
  • ସମ୍ପାଦକୀୟ ସ୍କୋର ଏବଂ ଲେଖାରେ ପାଠକଙ୍କ ଯୋଗଦାନ ଆଧାରରେ ବିଜେତାମାନଙ୍କୁ ସ୍ଥିର କରାଯିବ।
  • ଅଂଶଗ୍ରହଣକାରୀମାନେ ସେମାନଙ୍କର ନିଜସ୍ୱ ଲେଖା ଦାଖଲ କରିବା ଉଚିତ୍ । 
  • ଦାଖଲ ହେବାକୁ ଥିବା ଲେଖା ସଂଖ୍ୟାରେ କୌଣସି ସୀମା ନାହିଁ ।
  • ଆପଣଙ୍କର ଲେଖା "#ThankyouTeacher”, “ଥ୍ୟାଙ୍କ ୟୁ ଟିଚର” ବ୍ୟବହାର କରନ୍ତୁ ।
  • ଲେଖା ନିମନ୍ତେ କୌଣସି ଶବ୍ଦ ସୀମା ନାହିଁ ।
  • ଲେଖା ଏବଂ ଟ୍ୟାଗରେ "Teacher's Day" "Thank You Teacher" “ଥ୍ୟାଙ୍କ ୟୁ ଟିଚର” ” ଗୁରୁ ଦିବସ“ ବ୍ୟବହାର କରନ୍ତୁ ।

ବିଭାଗ:

କାହାଣୀ

କବିତା

କୋଟ୍

ଅଡି଼ଓ

ପୁରସ୍କାର:

  • ଶ୍ରେଷ୍ଠ ୧୦ଟି କାହାଣୀ ଏବଂ କବିତା ପ୍ରତ୍ୟେକ ଭାଷା ଏବଂ ବର୍ଗରେ ଜୁରୀ ପସନ୍ଦ ପୁରସ୍କାର ଜିତିବେ ଏବଂ ୧୪୯ ଟଙ୍କା ମୂଲ୍ୟର ରିହାତି ଭାଉଚର ଏବଂ ଡିଜିଟାଲ୍ ପ୍ରଶଂସା ପ୍ରମାଣପତ୍ର ପ୍ରାପ୍ତ କରିବେ ।
  • ଜିତିବା ପାଇଁ ବିବେଚନା କରାଯାଉଥିବା ମାପଦଣ୍ଡ ହେଉଛି ଆମର ସମ୍ପାଦକୀୟଙ୍କ ଦ୍ୱାରା ସମ୍ପାଦକୀୟ ସ୍କୋର ।
  • ୨୦ କିମ୍ବା ଅଧିକ କାହାଣୀ / କବିତା ଦାଖଲ କରୁଥିବା ଅଂଶଗ୍ରହଣକାରୀମାନେ ଷ୍ଟୋରୀ ମିରର୍ 'ଲେଖକ ଗ୍ୟାଲେରୀ' ରେ ସ୍ଥାନ ପାଇବେ ।
  • ପ୍ରତ୍ୟେକ ଭାଷାର ଶ୍ରେଷ୍ଠ ୫ ଟି ଅଡି଼ଓ ପ୍ରତ୍ୟେକ ଭାଷା ଏବଂ ବର୍ଗରେ ଜୁରୀ ପସନ୍ଦ ପୁରସ୍କାର ଜିତିବେ ଏବଂ ୧୪୯ ଟଙ୍କା ମୂଲ୍ୟର ରିହାତି ଭାଉଚର  ଏବଂ ଡିଜିଟାଲ୍ ପ୍ରଶଂସା ପ୍ରମାଣପତ୍ର ପ୍ରାପ୍ତ କରିବେ।
  • ସର୍ବୋଚ୍ଚ ପାଠକ ଯୋଗଦାନ (ପସନ୍ଦ ଏବଂ ମନ୍ତବ୍ୟ) ସହିତ ପ୍ରତ୍ୟେକ ଭାଷାର ଶ୍ରେଷ୍ଠ ୫ ଟି କୋଟ୍ ପ୍ରତ୍ୟେକ ଭାଷା ଏବଂ ବର୍ଗରେ ଜୁରୀ ପସନ୍ଦ ପୁରସ୍କାର ଜିତିବ ଏବଂ ୧୪୯ ଟଙ୍କା ମୂଲ୍ୟର ରିହାତି ଭାଉଚର ଏବଂ ଡିଜିଟାଲ୍ ପ୍ରଶଂସା ପ୍ରମାଣପତ୍ର ପ୍ରାପ୍ତ କରିବେ ।
  • ସମସ୍ତ ଅଂଶଗ୍ରହଣକାରୀ ଏକ ଅଂଶଗ୍ରହଣ ପ୍ରମାଣପତ୍ର ପାଇବେ ।

ଦାଖଲ ଅବଧି: ସେପ୍ଟେମ୍ବର 02, 2022 ରୁ 30 ସେପ୍ଟେମ୍ବର 2022 

ଫଳାଫଳ ଘୋଷଣା: 30 ଅକ୍ଟୋବର 2022

ଯୋଗାଯୋଗ:

ଇମେଲ୍: neha@storymirror.com 

ଫୋନ୍ ନମ୍ବର: +91 9372458287 / 022-49240082

ହ୍ୱାଟସ୍ ଆପ୍: +91 84528 04735



Trending content