Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#Navratri Diaries

SEE WINNERS

Share with friends

ଢୋଲ, ମହୁରୀ, ଘଣ୍ଟ, ଘଣ୍ଟା, ବାଦ୍ୟ, ଶଙ୍ଖ ହୁଳହୁଳି, ନାଚ ଗୀତରେ ଚତୁର୍ଦ୍ଦିଗ ମୁଖରିତ ହୋଇଉଠିବ, ଆଲୋକ ମାଳାରେ ସୁସଜ୍ଜିତ ହୋଇ ଝଲିସିବ। ଗୃହେ ଗୃହେ, ମଣ୍ଡପେ, ପୀଠେ ପୀଠେ ବିରାଜିବେ ନବଦୁର୍ଗା। ନବଦିନାତ୍ମକ ଏହି ମହାଆନନ୍ଦଦାୟୀ ପର୍ବରେ ମହାମାୟା କରିବେ ମହୀରେ ଅବତରଣ। ଦୁର୍ଦ୍ଦଶା ହରଣ କରିବେ ଦୁର୍ଗା, ସକରାତ୍ମକ ଶକ୍ତିର ସଞ୍ଚାଳିକା ଶକ୍ତିଙ୍କ ଉପାସନାରେ ଦେହ ମନ ପ୍ରାଣରେ ସଞ୍ଚରିତ ହେବ ସଦ୍ଜ୍ଞାନ, ସଦବୁଦ୍ଧି। ନବରାତ୍ରୀ ସମସ୍ତଙ୍କ ଜୀବନରେ ଆଣିଥାଏ ସୁଖ, ଶାନ୍ତି , ମୈତ୍ରୀ, ପ୍ରୀତି ।

ଏହି ଶୁଭଅବସରରେ ଷ୍ଟୋରୀ ମିରର୍ ଆପଣ ସମସ୍ତଙ୍କୁ ନବରାତ୍ରୀ ଡାଏରୀ ପ୍ରତିଯୋଗିତାର ଅଂଶଗ୍ରହଣ କରିବାକୁ ସାଦର ଆମନ୍ତ୍ରଣ କରୁଛି। କାହାଣୀ ଏବଂ କବିତା ମାଧ୍ୟମରେ ଦେବୀ ନବଦୁର୍ଗାଙ୍କୁ ଆବାହନ ପୂର୍ବକ ଏହି ପ୍ରତିଯୋଗିତା ଉଦ୍ଦିଷ୍ଟ।

ଆମର ପରମ୍ପରାଗୁଡ଼ିକ ମଧ୍ୟରେ ଥାଏ ଏକ ଅଖଣ୍ଡ ଅନ୍ତର୍ନିହିତ ସୌନ୍ଦର୍ଯ୍ୟ । ତେବେ ଆସନ୍ତୁ ନିଜ ଲେଖନୀକୁ ଶକ୍ତିଶାଳୀ କରିବା ଶକ୍ତିଙ୍କ ସ୍ତବ, ସ୍ତୁତି, ପୂଜାର୍ଚ୍ଚନା ମାଧ୍ୟମରେ ।

ଥିମ୍:

ଜନଗଣ ବିଶେଷ କରି ମହିଳାମାନେ ଯେଉଁମାନେ ନବ ଦୁର୍ଗାଙ୍କ ପୂଜାର୍ଚ୍ଚନା ନିମନ୍ତେ ନବ ରାତ୍ରୀର ପର୍ବ ପାଳନ କରନ୍ତି, ସେମାନେ ପ୍ରତ୍ୟେକ ଦିନର ନିର୍ଦ୍ଦିଷ୍ଟ ରଙ୍ଗ ଅନୁସରଣ କରନ୍ତି । ଏଠାରେ, ଆମେ ନବରାତ୍ରୀ ରଙ୍ଗ ଏବଂ ଏହାର ଅର୍ଥକୁ ବର୍ଣ୍ଣନା କରିଛୁ । ଆପଣଙ୍କୁ ଏକ କାହାଣୀ କିମ୍ବା କବିତା ରଚନା କରିବାକୁ ପଡିବ, ଯେଉଁଥିରେ ନବରାତ୍ରୀର ରଙ୍ଗର ଅର୍ଥ ଏବଂ ଆଭିମୁଖ୍ୟ ପ୍ରତିଫଳିତ ହେବ । ଉଦାହରଣ ସ୍ୱରୂପ, ଯଦି ଆପଣ ଲାଲ ରଙ୍ଗ ବାଛିଛନ୍ତି, ତେବେ ଆପଣ 'ଉତ୍ସାହ' ବିଷୟରେ ଏକ କାହାଣୀ କିମ୍ବା କବିତା ଲେଖିପାରିବେ।

ପ୍ରଥମ ଦିବସ : ଧଳା - ଧଳା ଶାନ୍ତି, ମୈତ୍ରୀ, ମୁକ୍ତି ଏବଂ ଶୁଦ୍ଧତାର ପ୍ରତୀକ।

ଦ୍ୱିତୀୟ ଦିବସ : ଲାଲ - ଉତ୍ସାହ, ଶୁଭର ପ୍ରତୀକ ତତସହିତ ଏହା ମନ୍ଦଶକ୍ତିକୁ ସମୂଳେନାଶ କରିବା ନିମନ୍ତେ ମନରେ ଜାତ କ୍ରୋଧର ପ୍ରତୀକ।

ତୃତୀୟ ଦିବସ: ଘନ ନୀଳ - ଘନ ନୀଳ ଐଶ୍ୱରୀୟ ଶକ୍ତିକୁ ପ୍ରତିପାଦିତ କରେ।

ଚତୁର୍ଥ ଦିବସ: ହଳଦିଆ - ହଳଦିଆ ରଙ୍ଗ ଆନନ୍ଦ ଏବଂ ଖୁସିର ପ୍ରତୀକ ଅଟେ।

ପଞ୍ଚମ ଦିବସ : ସବୁଜ-ପ୍ରକୃତି ରାଣୀର ସୌନ୍ଦର୍ଯ୍ୟ ଓ ତାର ସନ୍ତାନସନ୍ତତିଙ୍କ ପାଇଁ ବାତ୍ସଲ୍ୟତାକୁ         ଦର୍ଶାଏ।

ଷଷ୍ଠ ଦିବସ: ଧୂସର - ଧୂସର ଦୁଷ୍ଟ ଶକ୍ତିର ବିନାଶକୁ ଦର୍ଶାଇଥାଏ।

ସପ୍ତମ ଦିବସ: କମଳା - କମଳା ଅଗ୍ନି, ଉଜ୍ଜ୍ୱଳତା ଏବଂ ଜ୍ଞାନର ପ୍ରତୀକ ଅଟେ।

ଅଷ୍ଟମ ଦିବସ: ମୟୂରଦର୍ଶିତ ସବୁଜ ରଙ୍ଗ (ପିକକ୍ ଗ୍ରୀନ)- ପିକକ୍ ଗ୍ରୀନ ଇଚ୍ଛା ଏବଂ ଆଶାକୁ ପ୍ରତିପାଦିତ କରେ ଯାହା ପୂରଣ ହୋଇଥାଏ।

ନବମ ଦିବସ: ଗୋଲାପୀ - ଗୋଲାପୀ ଶୁଦ୍ଧତା ଏବଂ ନାରୀତ୍ୱକୁ ପ୍ରତିପାଦିତ କରେ।

ନିୟମ:

  • ଆପଣଙ୍କୁ ଦିଆଯାଇଥିବା ସମସ୍ତ ଥିମ୍ ଉପରେ ଲେଖିବାକୁ ପଡ଼ିବ।
  • ଅଂଶଗ୍ରହଣକାରୀମାନେ ବିଭିନ୍ନ ବର୍ଗ (କାହାଣୀ / କବିତା) ପାଇଁ ଦାଖଲ କରିପାରିବେ ।
  • ପ୍ରତ୍ୟେକ ୯ ଟି ଦାଖଲର ପ୍ରତ୍ୟେକ ସେଟ୍ କାହାଣୀ କିମ୍ବା କବିତାର ସମାନ ଶ୍ରେଣୀରେ ରହିବା ଉଚିତ୍।
  • ଅଂଶଗ୍ରହଣକାରୀମାନେ ସେମାନଙ୍କର ମୂଳ ବିଷୟବସ୍ତୁ ଦାଖଲ କରିବା ଉଚିତ୍ ।
  • ଦାଖଲ ହେବାକୁ ଥିବା ଲେଖାସଂଖ୍ୟାରେ କୌଣସି ସୀମା ନାହିଁ |
  • ଲେଖାର କୌଣସି ଶବ୍ଦ ସୀମା ନାହିଁ ।
  • କୌଣସି ଅଂଶଗ୍ରହଣ ଶୁଳ୍କ ନାହିଁ।

ବିଭାଗ:

କାହାଣୀ/କବିତା

ଭାଷା:

ଏହି ଭାଷାର ଯେକୌଣସି ଗୋଟିଏ କିମ୍ବା ଏକାଧିକ- ଇଂରାଜୀ, ହିନ୍ଦୀ, ମରାଠୀ, ଗୁଜୁରାଟୀ, ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ, ଓଡିଆ ଏବଂ ବଙ୍ଗଳା ରେ ଲେଖା ଦାଖଲ କରାଯାଇପାରିବ।

ପୁରସ୍କାର:

  • ଶ୍ରେଷ୍ଠ ୧୦ଟି କାହାଣୀ ଏବଂ କବିତା ପ୍ରତ୍ୟେକ ଭାଷା ଏବଂ ବର୍ଗରେ ଜୁରୀ ପସନ୍ଦ ପୁରସ୍କାର ଜିତିବେ ଏବଂ ୧୪୯ ଟଙ୍କା ମୂଲ୍ୟର ଷ୍ଟୋରୀ ମିରର୍ ରିହାତି ଭାଉଚର୍ ସହ ଡିଜିଟାଲ୍ ପ୍ରଶଂସା ପ୍ରମାଣପତ୍ର ପ୍ରାପ୍ତ କରିବେ।
  • ଜିତିବା ପାଇଁ ବିବେଚନା କରାଯାଉଥିବା ପାରାମିଟରଗୁଡିକ ହେଉଛି ଆମର ସମ୍ପାଦକୀୟ ଟିମ୍ ର ଦ୍ୱାରା ସମ୍ପାଦକୀୟ ସ୍କୋର ।
  • ଅଂଶଗ୍ରହଣକାରୀମାନେ ଯେଉଁମାନେ ୯ କିମ୍ବା ଅଧିକ କାହାଣୀ / କବିତା ଦାଖଲ କରନ୍ତି, ସେମାନେ ଷ୍ଟୋରୀ ମିରର୍ ଲେଖକ ଗ୍ୟାଲେରୀରେ ସ୍ଥାନ ପାଇବେ ଏବଂ ୨୦୦ ଟଙ୍କା ମୂଲ୍ୟର ଏକ ଷ୍ଟୋରୀ ମିରର୍ ରିହାତି ଭାଉଚର୍ ପାଇବେ।
  • ସମସ୍ତ ଅଂଶଗ୍ରହଣକାରୀ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରାପ୍ତ କରିବେ ।

ଦାଖଲ ଅବଧି - ସେପ୍ଟେମ୍ବର ୨୧ ରୁ ଅକ୍ଟୋବର ୧୦, ୨୦୨୨।

ଫଳାଫଳ ଘୋଷଣା: ନଭେମ୍ବର ୧୫

ଯୋଗାଯୋଗ:

ଇମେଲ୍: neha@storymirror.com

ଫୋନ୍ ନମ୍ବର: +91 9372458287 / 022-49243888

ହ୍ୱାଟସ୍ ଆପ୍: +91 84528 04735



Trending content