Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#Non-Stop November : FanFiction Edition

SEE WINNERS

Share with friends

ଆମ ସମସ୍ତଙ୍କର ଜୀବନରେ ଗୋଟିଏ ପ୍ରିୟ ବହି କିମ୍ବା ଏକ ଚରିତ୍ର କିମ୍ବା ଜଣେ କ୍ରୀଡ଼ାବିଦ୍ ଯାହାକୁ ଆମେ ଭଲପାଉ; ଯେଉଁମାନେ ସର୍ବଦା ଆମର ପ୍ରିୟ ହୋଇ ଆମ ଚେତନାରେ ଚିରଦିନ ପାଇଁ ରହିଥାନ୍ତି । ସେ ହ୍ୟାରି ପୋଟର୍ କିମ୍ବା ଆଭେଞ୍ଜର୍ସ, ସୁପରମ୍ୟାନ୍ କିମ୍ବା କ୍ରିଶ୍, ରାଜ କିମ୍ବା ଜିଟ୍, ଅବୋଲକରା କିମ୍ବା ଯଦୁମଣି ଇତ୍ୟାଦି ହୁଅନ୍ତୁ । ଯଦି ହ୍ୟାରି ପୋଟର୍ ହରମୋନିୟନ୍ ସହିତ ଶେଷ ହୋଇଥାନ୍ତା କିମ୍ବା ପିଟର ପାର୍କରଙ୍କୁ କେବେ ବି ଏକ ସ୍ପାଇଡର କାମୁଡ଼ିନଥାନ୍ତା? ସେତେବେଳେ ତାଙ୍କ ଜୀବନ କେମିତି ହୋଇଥାନ୍ତା ? ସତରେ ଏହା ଏକ ରୋମାଞ୍ଚକର ପ୍ରଶ୍ନ !

ପ୍ରଶଂସକ ଦୁନିଆରେ ଲେଖକମାନେ ପ୍ରସିଦ୍ଧ ଚରିତ୍ରମାନଙ୍କ ସହିତ ଜଡ଼ିତ ନୂତନ କାହାଣୀଗୁଡିକ ସୃଷ୍ଟି କରନ୍ତି । ତେବେ ପ୍ରଶଂସକ ସୃଷ୍ଟି କରିବାରେ ଆପଣଙ୍କ ସୃଜନଶୀଳତାକୁ ଅନୁସନ୍ଧାନ କରିବାକୁ ଆପଣ ପ୍ରସ୍ତୁତ କି? ନୂତନ ମୋଡ଼, କାହାଣୀ ସମାପ୍ତି ଯାହା ଆପଣ ସବୁବେଳେ ସ୍ୱପ୍ନରେ ଦେଖୁଥିଲେ, ଆପଣଙ୍କ ପ୍ରିୟ ହିରୋମାନଙ୍କର ନବୀନ ଗୁଣରାଜି, ଦୁଇ କିମ୍ବା ଅଧିକ ଚରିତ୍ର ମିଶ୍ରଣ କରିବା ଏବଂ ସେମାନଙ୍କ ସହିତ ଜଡ଼ିତ ଏକ ନୂତନ କାହାଣୀ ଲେଖିବା ଏବଂ ଆହୁରି ଅନେକ ।

ଷ୍ଟୋରୀମିରର୍ ସମସ୍ତ ପ୍ରଶଂସକଙ୍କୁ "ନନ୍-ଷ୍ଟପ୍ ନଭେମ୍ବର : ଫ୍ୟାନ୍ ଫିକ୍ସନ୍ ସଂସ୍କରଣ" ପ୍ରତିଯୋଗିତାର ଏକ ଅଂଶ ହେବାକୁ ଆମନ୍ତ୍ରଣ କରୁଛି । ସେମାନଙ୍କର କଳ୍ପନାକୁ ଉନ୍ମୋଚନ କରିବା ଏବଂ ସେମାନଙ୍କର ପ୍ରିୟ ଚରିତ୍ରର ଏକ ଫ୍ୟାନ୍ସ ସୃଷ୍ଟି କରିବା ନିମନ୍ତେ ।

ଏହା କିପରି କାମ କରେ?

ଏକ ଫ୍ୟାନ୍ ଫିକ୍ସନ୍ ପ୍ରତିଯୋଗିତାରେ, ଆପଣଙ୍କୁ ମୂଳତଃ ଏକ ଚଳଚ୍ଚିତ୍ର, ଟିଭି ଶୋ, ବହି ଇତ୍ୟାଦିର ଏକ କାହାଣୀ, ବିଶ୍ୱ କିମ୍ବା ଚରିତ୍ରର ଏକ କିମ୍ବା ଅଧିକ ସୃଷ୍ଟି ଏବଂ ରୂପାନ୍ତର କରିବାକୁ ପଡ଼ିବ ଏବଂ ସେଗୁଡିକୁ ନିଜ କାହାଣୀରେ ବାନ୍ଧିବାକୁ ପଡ଼ିବ । ଯାହା ଦ୍ୱାରା କାହାଣୀଟି ଆପଣଙ୍କ କଳ୍ପନାରେ ନବଜନ୍ମ ଲାଭ କରିବ । 

ନିୟମ:

  1. ସମସ୍ତ ବିଷୟ ଉପରୋକ୍ତ ପ୍ରତିଛବିରେ ଉଲ୍ଲେଖ କରାଯାଇଛି ।ଦୟାକରି ତାରିଖ ଅନୁସାରେ ଥିମ୍ ଅନୁସରଣ କରନ୍ତୁ ।
  2. ନିଶ୍ଚିତ କରନ୍ତୁ ଯେ, ପ୍ରତ୍ୟେକ କାହାଣୀ ଅନନ୍ୟ ଏବଂ ମୂଳ କାହାଣୀ ସହିତ ସମାନ ନୁହେଁ ।
  3. ଧାରା ଉପରେ କୌଣସି ପ୍ରତିବନ୍ଧକ ନାହିଁ ।
  4. ବିଷୟବସ୍ତୁ କେବଳ ପ୍ରତିଯୋଗିତା ଲିଙ୍କ ମାଧ୍ୟମରେ ଦାଖଲ କରିବାକୁ ପଡିବ ।
  5. ଇ-ମେଲ କିମ୍ବା ହାର୍ଡ କପି କିମ୍ବା ପ୍ରତିଯୋଗିତା ଲିଙ୍କ ବ୍ୟବହାର ନକରି, ଯେକୌଣସି ଦାଖଲ ପ୍ରବେଶ ପାଇଁ ଯୋଗ୍ୟ ହେବ ନାହିଁ ।
  6. ଅଂଶଗ୍ରହଣକାରୀମାନେ ସେମାନଙ୍କର ମୌଳିକ କୃତି ଦାଖଲ କରିବା ଉଚିତ୍ ।
  7. ଆପଣ ଦାଖଲ କରୁଥିବା ବିଷୟବସ୍ତୁ ସଂଖ୍ୟା ଉପରେ କୌଣସି ସୀମା ନାହିଁ |
  8. ପ୍ରବନ୍ଧ / ରଚନାଗୁଡିକ ଦାଖଲ ପାଇଁ ଅନୁମତିପ୍ରାପ୍ତ ନୁହେଁ ।
  9. କୌଣସି ଅଂଶଗ୍ରହଣ ଶୁଳ୍କ ନାହିଁ |
  10. ପ୍ରତିଯୋଗିତାରେ ପ୍ରକାଶିତ ସମସ୍ତ ଦାଖଲ ଉପରେ ସମ୍ପାଦକୀୟ ସ୍କୋର୍ ଏବଂ ପାଠକଙ୍କ ଯୋଗଦାନ (ପସନ୍ଦ, ଦୃଶ୍ୟ, ମନ୍ତବ୍ୟ, ମୂଲ୍ୟାୟନ ଇତ୍ୟାଦି) ଉପରେ ଆଧାର କରି ବିଜେତା ସ୍ଥିର କରାଯିବ । ଆହୁରି ମଧ୍ୟ, ବିଜେତା ସମସ୍ତ ପ୍ରମ୍ପ୍ଟରେ ଲେଖିବା ଆବଶ୍ୟକ ।
  11. ଅଂଶଗ୍ରହଣକାରୀମାନେ ପ୍ରତ୍ୟେକ ବିଜେତା ଭାବରେ ବିବେଚିତ ହେବାକୁ ପ୍ରତ୍ୟେକ ପ୍ରମ୍ପ୍ଟରେ ଅତି କମ୍ ରେ ଗୋଟିଏ କାହାଣୀ ଦାଖଲ କରିବା ଆବଶ୍ୟକ ।
  12. ଷ୍ଟୋରୀମିରର୍ ର ନିଷ୍ପତ୍ତି ଚୂଡ଼ାନ୍ତ ଏବଂ ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ବାଧ୍ୟତାମୂଳକ ହେବ ।


ଶ୍ରେଣୀଗୁଡିକ:

କାହାଣୀ

ଭାଷା:

ଏହି ଭାଷାଗୁଡ଼ିକ ମଧ୍ୟରୁ ଯେକୌଣସି କିମ୍ବା ଅଧିକରେ ନିଜର ଲେଖା ଦାଖଲ କରାଯାଇପାରିବ - ଇଂରାଜୀ, ହିନ୍ଦୀ, ମରାଠୀ, ଗୁଜୁରାଟୀ, ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ, ଓଡ଼ିଆ ଏବଂ ବଙ୍ଗଳା ।

ପୁରସ୍କାର:

ପ୍ରତ୍ୟେକ ଭାଷାର ଶ୍ରେଷ୍ଠ ବିଜେତାମାନେ ତାଙ୍କ ସ୍ୱତଃ ପୁସ୍ତକ ପ୍ରକାଶ କରିବା ପାଇଁ ଷ୍ଟୋରୀମିରର୍ ସହିତ ଏକ ଟ୍ରଫି ଏବଂ ପ୍ରକାଶନ ଚୁକ୍ତି ପାଇବେ ।

ସମସ୍ତ ଅଂଶଗ୍ରହଣକାରୀ ଯେଉଁମାନେ ଦୈନିକ ସମସ୍ତ ୩୦ ଟି ପ୍ରମ୍ପ୍ଟ ପାଇଁ ଲେଖନ୍ତି, ସେମାନେ ଇ-ବୁକ୍ ଭାବରେ ପ୍ରକାଶିତ ହେବେ ଏବଂ ବହି କିଣିବା ପାଇଁ ୨୦୦ ଟଙ୍କା ମୂଲ୍ୟର ଷ୍ଟୋରୀମିରର୍ ଭାଉଚର୍ ପାଇବେ ।

ସମସ୍ତ ଅଂଶଗ୍ରହଣକାରୀ ଯେଉଁମାନେ ୧୫-୨୯ ପ୍ରମ୍ପ୍ଟ ପାଇଁ ଲେଖନ୍ତି, ବହି କିଣିବା ପାଇଁ ୧୦୦/- ମୂଲ୍ୟର ଷ୍ଟୋରୀମିରର୍ ଭାଉଚର୍ ପାଇବେ ।

ପ୍ରତ୍ୟେକ ଭାଷାରେ ଖୁବ୍ କମ୍ କାହାଣୀକୁ ଏକ ମାଗଣା ଷ୍ଟୋରୀମିରର୍ ପ୍ରକାଶିତ ପୁସ୍ତକ ଦିଆଯିବ ।

ସମସ୍ତ ଅଂଶଗ୍ରହଣକାରୀ ଏକ ଅଂଶଗ୍ରହଣ ଇ-ପ୍ରମାଣପତ୍ର ପାଇବେ ।

ଯେଉଁମାନେ ଲଗାତାର ୧୫ ଦିନ ପୂରଣ କରନ୍ତି, ସେମାନେ “ସାହିତ୍ୟିକ ଅର୍ଦ୍ଧ-ମାରାଥନ୍” ପ୍ରମାଣପତ୍ର ପାଇବେ ।

ଯେଉଁମାନେ ଲଗାତାର ୩୦ ଦିନ ପୂରଣ କରନ୍ତି, ସେମାନେ ଏକ "ସହିତ୍ୟିକ ମାରାଥନ୍" ପ୍ରମାଣପତ୍ର ପାଇବେ ।

ଯୋଗ୍ୟତା:

ଦାଖଲ ଅବଧି: ନଭେମ୍ବର ୦୧, ୨୦୨୦ ରୁ ଡିସେମ୍ବର ୦୨, ୨୦୨୦ ପର୍ଯ୍ୟନ୍ତ ।

ଫଳାଫଳ: ଡିସେମ୍ବର ୨୦୨୦

ଯୋଗାଯୋଗ:

ଇମେଲ୍: neha@storymirror.com 

ଫୋନ୍ ନମ୍ବର: +91 9372458287



Trending content
28 318